ମହିଳାଙ୍କ ମଦ ବିରୋଧୀ ସଚେତନତା ଶୋଭାଯାତ୍ରା

ବାହାନଗା,୧୨ା୯(ଡି.ଏନ.ଏ.)-ବାହାନଗା ବ୍ଲକ କୁଚିଆକୋଇଲି ଗ୍ରାମରେ ବୁଧବାର ଅପରାହ୍ନରେ ଚୋରା ମଦ କାରବାର ବିରୋଧରେ ମହିଳାମାନେ ଅଣ୍ଟା ଭିଡିଛନ୍ତି। ମହିଳାମାନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ମଦ କାରବାର ରୋକିବା ଲାଗି ଦାବି କରିଛନ୍ତି।
ମହିଳାମାନେ ଅଭିଯୋଗ କରିଛନ୍ତି ଯେ, ଗ୍ରାମରେ ଚୋରାରେ ଦେଶୀ ମଦ ବିକ୍ରି ହେଉଥିବାରୁ ବହୁ ବେକାରୀ ଯୁବକ ଦୈନିକ ସନ୍ଧ୍ୟାରେ ମଦ୍ୟପାନ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଗ୍ରାମର ମା’ ମଙ୍ଗଳା ଏସ୍‌ଏଚ୍‌ଜି, ରଘୁନାଥ ଜିୟୁ ଏସ୍‌ଏଚ୍‌ଜି, ଗୁରୁକୃପା ଏସ୍‌ଏଚ୍‌ଜିର ସଦସ୍ୟା ସମେତ ଗ୍ରାମର ଯୁବକ ସଂଘ ଓ ଗ୍ରାମବାସୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରା ଗ୍ରାମର ୩ ନମ୍ବର, ୨ ନମ୍ବର ୱାର୍ଡର ମଙ୍ଗଳା ବଗିଚା ଛକଠାରୁ ବାହାରି ମହାଳିକ ସାହି, ଯେନା ସାହି ଆଦି ଅଞ୍ଚଳ ପର୍ଯ୍ୟନ୍ତ ଯାଇ ଲୋକଙ୍କୁ ସଚେତନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଗ୍ରାମର ସ୍ନେହଲତା ରାଉତ, ଅନିତା ଉପାଧ୍ୟାୟ, ଶୁଷମା ଉପାଧ୍ୟାୟ, ଊର୍ମିଳା ମହାଳିକ, ସାବିତ୍ରୀ ରାଉତ, ଜୟନ୍ତୀ ବେହେରା, ଶ୍ରୀଧର ରାଉଳ, କମଳାକାନ୍ତ ବେହେରା, ମୁକ୍ତିକାନ୍ତ ବେହେରା, ସୁଦାମ ମହାଳିକ, ମନୋରଞ୍ଜନ ଉପାଧ୍ୟାୟ ପ୍ରମୁଖ ୫୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନ କମ୍ପାଇଲେ ବୈଭବ! ସେମିଫାଇନାଲରେ କଲେ ଏମିତି କାରନାମା, ପଡିଗଲା ଚହଳ

ନୂଆଦିଲ୍ଲୀ,୧।୯: ଭାରତୀୟ କ୍ରିକେଟରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ୧୫ ବର୍ଷୀୟ ଯୁବ କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀ। ପ୍ରତିଯୋଗିତାମୂଳକ କ୍ରିକେଟରେ ପାଦ ଦେବା ପରଠାରୁ ନିଜର…

ମୋଦିଙ୍କ ଫଟୋକୁ ହଟାଇଦେଲା ପାକିସ୍ତାନ: ଲଜ୍ଜାଜନକ କାମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ଇସଲାମାବାଦ୍‌,୧।୯: ପାକିସ୍ତାନ ପୁଣି ଥରେ ବିଶ୍ୱ ସମ୍ମୁଖରେ ଏକ ଲଜ୍ଜାଜନକ ମନୋଭାବ ପ୍ରଦର୍ଶନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ SCO ଶିଖର ସମ୍ମିଳନୀ ୨୦୨୬ ଗ୍ରୁପ ଫଟୋରୁ…

ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ! ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା, ସନ୍ଦେହଜନକ ଅବସ୍ଥାରେ…

କୋଲକାତା,୧।୯: ପଶ୍ଚିମବଙ୍ଗର ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା। ତାଙ୍କର ମୃତଦେହ ମଙ୍ଗଳବାର ବୀରଭୂମ ଜିଲାର ରାମପୁରହାଟରେ ରହସ୍ୟଜନକ ପରିସ୍ଥିତିରେ ଉଦ୍ଧାର ହୋଇଥିବା ପୋଲିସ କହିଛି।…

ବକ୍ରୀରୁ ମାର୍ଗୀ ହେବେ ଶନି: ଏହି ୪ ରାଶିଙ୍କୁ ଛପରଫାଡ଼ି ଧନ ଦେବେ ଶନି! ଚାକିରିରେ ପ୍ରମୋଶନ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଦେବ ବର୍ତ୍ତମାନ ବକ୍ରୀ ଅବସ୍ଥାରେ ଗତି କରୁଛନ୍ତି। ୨୭ ଜୁଲାଇ ୨୦୨୬ରୁ ଶନି ବକ୍ରୀ ଚଳନରେ ଥିବା ବେଳେ ୧୧ ଡିସେମ୍ବରରେ…

ପାକିସ୍ତାନ କ୍ରିକେଟରେ ଝଡ଼: ଇଂଲଣ୍ଡରେ ଲଜ୍ଜାଜନକ ପରାଜୟ ପରେ ଏହି ଖେଳାଳି ଛାଡ଼ିଲେ…

ନୂଆଦିଲ୍ଲୀ,୧।୯: ପାକିସ୍ତାନ କ୍ରିକେଟରେ ସମସ୍ୟା କମିବାର ନାଁ ନେଉନାହିଁ। ଇଂଲଣ୍ଡ ବିପକ୍ଷ ସିରିଜ ମଧ୍ୟରେ ଦଳକୁ ଆଉ ଏକ ବଡ଼ ଝଟକା ଲାଗିଛି। ଦିଗ୍ଗଜ କ୍ରିକେଟର୍‌ ମିସବାହ-ଉଲ-ହକ…

ମୟୂରଭଞ୍ଜ ପ୍ରବଳରୁ ଅତି ପ୍ରବଳ ବର୍ଷା: ଉପୁଜିଲା ବନ୍ୟା ଆଶଙ୍କା

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଲଘୁଚାପଜନିତ ବର୍ଷା ପ୍ରଭାବରେ ବନ୍ୟା ପରିସ୍ଥିତି ଉପୁଜିଛି। ଜିଲାର ବିଭିନ୍ନ ବ୍ଲକ ସମେତ ଶିମିଳିପାଳର ବିଭିନ୍ନ ସ୍ଥାନରେ ସୋମବାର ସକାଳ…

ୟୁଟର୍ନ ନେଲା CJP: ସୁପ୍ରିମକୋର୍ଟରେ କହିଲା ଏହି କଥା, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧।୯: କକରୋଚ ଜନତା ପାର୍ଟି (CJP) ସେପ୍ଟେମ୍ବର ୫ରେ ଦିଲ୍ଲୀରେ ହେବାକୁ ଥିବା ମାର୍ଚ୍ଚକୁ ପ୍ରତ୍ୟାହାର କରିନେଇଛି। ମଙ୍ଗଳବାର (୧ ସେପ୍ଟେମ୍ବର) ସୁପ୍ରିମକୋର୍ଟରେ ଶୁଣାଣି ସମୟରେ CJPର…

ଚାଞ୍ଚଲ୍ୟ…ସିଗାରେଟ୍ ଜଳାଇବାକୁ ମାଗିରେ ଦିଆସିଲି, ମନା କରିବାରୁ….

ନୂଆଦିଲ୍ଲୀ,୧।୯: ଦିଆସିଲି ମାଗିବାକୁ ନେଇ ଆରମ୍ଭ ହୋଇଥିବା ସାମାନ୍ୟ ବଚସା ଶେଷରେ ନେଇଗଲା ଜଣଙ୍କ ଜୀବନ। ଆନ୍ଧ୍ରପ୍ରଦେଶର ବାପଟଲା ଜିଲା ବେମୁରୁ ମଣ୍ଡଳର ୱେଲାବାଡୁ ଗାଁରେ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri