Posted inଖେଳ

ମହିଳାଙ୍କ ଉପରେ ବାସନ୍ଦ ଲାଗିବା ପ୍ରସଙ୍ଗ: ଇରାନ ଗସ୍ତ କରିବେ ଫିଫା ପ୍ରତିନିଧି

ଲାଉସାନ୍ନେ,୧୩।୯(ଏଏଫ୍‌ପି): ଇରାନରେ ମହିଳା ପ୍ରଶଂସକଙ୍କ ଫୁଟ୍‌ବଲ ଷ୍ଟାଡିୟମ ମଧ୍ୟକୁ ପ୍ରବେଶକୁ ବାରଣ ରହିଛି। ଏହି ନିୟମରେ ପରିବର୍ତ୍ତନ କରିବା ପାଇଁ ଫିଫା ପକ୍ଷରୁ ପ୍ରତିନିଧି ମଣ୍ଡଳୀ ପଠାଯିବ। ଗତ ସପ୍ତାହରେ ଇରାନିଆନ ମହିଳା ପ୍ରଶଂସକ କୋର୍ଟ ବାହାରେ ନିଆଁ ଲଗାଇ ଆତ୍ମହତ୍ୟା କରିବା ପରେ ଫିଫା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଉକ୍ତ ପ୍ରଶଂସିକା ଗତବର୍ଷ ପୁରୁଷଙ୍କ ଭଳି ପୋଷାକ ପିନ୍ଧି ତେହେରାନ ଷ୍ଟାଡିୟମ୍‌ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ଗିରଫ ହୋଇଥିଲେ। ତାଙ୍କୁ କୋର୍ଟ ୬ ମାସ ପାଇଁ ଜେଲ ଦଣ୍ଡ ଦେଇଥିଲେ। ତେବେ ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା କେବେ ପ୍ରତିନିଧି ମଣ୍ଡଳୀ ପଠାଇବ, ତାହା ସ୍ପଷ୍ଟ କରିନାହିଁ। ୨୦୧୮ ବିଶ୍ୱକପ୍‌ ମୁଖ୍ୟ ପର୍ଯ୍ୟାୟରେ ଖେଳିଥିବା ଇରାନ ଅକ୍ଟୋବର ୧୦ ତାରିଖରେ କାମ୍ବୋଡିଆ ବିପକ୍ଷରେ ପରବର୍ତ୍ତୀ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ମହିଳା ଫ୍ୟାନ୍‌ମାନେ ଉପଭୋଗ କରିପାରିବେ ବୋଲି ଦେଶର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଗତ ଅଗଷ୍ଟରେ ଘୋଷଣା କରାଯାଇଥିଲା। ତେବେ ଫିଫା ପକ୍ଷରୁ ଚାପ ପ୍ରୟୋଗ କରାଯାଇଥିଲା। ଏଥିନେଇ ହୋଇଥିବା ପ୍ରସ୍ତୁତିକୁ ୩ ଜଣିଆ ପ୍ରତିନିଧି ମଣ୍ଡଳୀ ଯାଞ୍ଚ କରିବା ସହ ଇରାନ ଫୁଟ୍‌ବଲ ମହାସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ଦେଶର କର୍ମକର୍ତ୍ତାଙ୍କ ସହ ଫିଫା ପ୍ରତିନିଧି ଆଲୋଚନା କରିବେ କି ନାହିଁ, ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ। ଉଲ୍ଲେଖଥାଉ କି, ୧୯୮୧ଠାରୁ ଦେଶର ମହିଳାଙ୍କ ଉପରେ ଫୁଟ୍‌ବଲ ଓ ଅନ୍ୟ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ ନେଇ କଟକଣା ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଗୋଟିଏ T20 ମ୍ୟାଚ୍‌ରେ ଦୁଇଟି ଶତକ! CPLରେ ଇତିହାସ ସୃଷ୍ଟି କଲେ ଏହି କ୍ରିକେଟର୍‌, ଜାଣନ୍ତୁ ରୋଚକ ଘଟଣା

ନୂଆଦିଲ୍ଲୀ,୧।୯: କାରିବିଆନ ପ୍ରିମିୟର ଲିଗ (CPL) ରେ ଅନେକ ବ୍ୟାଟସମ୍ୟାନ ଶତକ ମାରିଛନ୍ତି। ଏହି ୱେଷ୍ଟଇଣ୍ଡିଜ ଟି-୨୦ ଲିଗରେ ଏପର୍ଯ୍ୟନ୍ତ ମୋଟ ୩୬ ଶତକ ମାରିଛନ୍ତି। କିନ୍ତୁ…

ସମୁଦ୍ରରେ ବୁଡ଼ିଯିବେ କୋଟି କୋଟି ଲୋକ! ନେପାଳ ବିତ୍ପାତ ପରେ ଭାରତର ୨ଟି ସହରକୁ UNର ଭୟଙ୍କର ଚେତାବନୀ?

ନୂଆଦିଲ୍ଲୀ,୧।୯: ସମୁଦ୍ର ପତନ ବୃଦ୍ଧି ପାଇବା ଯୋଗୁଁ କୋଲକାତା ଏବଂ ମୁମ୍ୱାଇର ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇପାରନ୍ତି ବୋଲି ମିଳିତ ଜାତିସଂଘର ରିପୋର୍ଟରେ ଚେତାବନୀ ଦିଆଯାଇଛି।…

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଜନ୍ତରମନ୍ତର ଆନ୍ଦୋଳନରେ ଛାତ୍ରଙ୍କ ବିରୋଧରେ ହୋଇଥିବା ସବୁ ଏଫଆଇଆର ରଦ୍ଦ

ନୂଆଦିଲ୍ଲୀ,୧।୯: ସୁପ୍ରିମକୋର୍ଟ ଯନ୍ତରମନ୍ତର ଆନ୍ଦୋଳନ ସମୟରେ ପ୍ରଦର୍ଶନକାରୀ ଛାତ୍ରୀଛାତ୍ରଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ପ୍ରଧାନ ବିଚାରପତି (ସିଜେଆଇ)…

ମଇଦାନ କମ୍ପାଇଲେ ବୈଭବ! ସେମିଫାଇନାଲରେ କଲେ ଏମିତି କାରନାମା, ପଡିଗଲା ଚହଳ

ନୂଆଦିଲ୍ଲୀ,୧।୯: ଭାରତୀୟ କ୍ରିକେଟରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ୧୫ ବର୍ଷୀୟ ଯୁବ କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀ। ପ୍ରତିଯୋଗିତାମୂଳକ କ୍ରିକେଟରେ ପାଦ ଦେବା ପରଠାରୁ ନିଜର…

ମୋଦିଙ୍କ ଫଟୋକୁ ହଟାଇଦେଲା ପାକିସ୍ତାନ: ଲଜ୍ଜାଜନକ କାମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ଇସଲାମାବାଦ୍‌,୧।୯: ପାକିସ୍ତାନ ପୁଣି ଥରେ ବିଶ୍ୱ ସମ୍ମୁଖରେ ଏକ ଲଜ୍ଜାଜନକ ମନୋଭାବ ପ୍ରଦର୍ଶନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ SCO ଶିଖର ସମ୍ମିଳନୀ ୨୦୨୬ ଗ୍ରୁପ ଫଟୋରୁ…

ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ! ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା, ସନ୍ଦେହଜନକ ଅବସ୍ଥାରେ…

କୋଲକାତା,୧।୯: ପଶ୍ଚିମବଙ୍ଗର ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା। ତାଙ୍କର ମୃତଦେହ ମଙ୍ଗଳବାର ବୀରଭୂମ ଜିଲାର ରାମପୁରହାଟରେ ରହସ୍ୟଜନକ ପରିସ୍ଥିତିରେ ଉଦ୍ଧାର ହୋଇଥିବା ପୋଲିସ କହିଛି।…

ପାକିସ୍ତାନ କ୍ରିକେଟରେ ଝଡ଼: ଇଂଲଣ୍ଡରେ ଲଜ୍ଜାଜନକ ପରାଜୟ ପରେ ଏହି ଖେଳାଳି ଛାଡ଼ିଲେ…

ନୂଆଦିଲ୍ଲୀ,୧।୯: ପାକିସ୍ତାନ କ୍ରିକେଟରେ ସମସ୍ୟା କମିବାର ନାଁ ନେଉନାହିଁ। ଇଂଲଣ୍ଡ ବିପକ୍ଷ ସିରିଜ ମଧ୍ୟରେ ଦଳକୁ ଆଉ ଏକ ବଡ଼ ଝଟକା ଲାଗିଛି। ଦିଗ୍ଗଜ କ୍ରିକେଟର୍‌ ମିସବାହ-ଉଲ-ହକ…

ଚାଞ୍ଚଲ୍ୟ…ସିଗାରେଟ୍ ଜଳାଇବାକୁ ମାଗିରେ ଦିଆସିଲି, ମନା କରିବାରୁ….

ନୂଆଦିଲ୍ଲୀ,୧।୯: ଦିଆସିଲି ମାଗିବାକୁ ନେଇ ଆରମ୍ଭ ହୋଇଥିବା ସାମାନ୍ୟ ବଚସା ଶେଷରେ ନେଇଗଲା ଜଣଙ୍କ ଜୀବନ। ଆନ୍ଧ୍ରପ୍ରଦେଶର ବାପଟଲା ଜିଲା ବେମୁରୁ ମଣ୍ଡଳର ୱେଲାବାଡୁ ଗାଁରେ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri