Posted inଜାତୀୟ

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି: ରାମନାଥ କୋବିନ୍ଦ ଦେଲେ ମଞ୍ଜୁରୀ

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଶେଷ ହେବାର ୧୮ ଦିନ ପରେ ବି ସରକାର ଗଢ଼ିବା ନେଇ ଚିତ୍ର ଅସ୍ପଷ୍ଟ ହେବାରୁ ଶେଷରେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ରାଜ୍ୟରେ ଏହି ଶାସନ ଲାଗୁ କରାଯାଇଛି। ରାଜ୍ୟପାଳ ଭଗତ ସିଂହ କୋସିଆରୀ କେନ୍ଦ୍ର ସରକାରଙ୍କୁ ରାଜ୍ୟରେ ଉପୁଜିଥିବା ସାମ୍ବିଧାନିକ ସଙ୍କଟ ସମ୍ପର୍କରେ ରିପୋର୍ଟ ଦେବା ସହ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଥିଲେ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ କେନ୍ଦ୍ର କ୍ୟାବିନେଟ ମଧ୍ୟ ଏହାକୁ ଅନୁମୋଦନ କରିବା ସହ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇଯାଇଥିଲା। ରାଷ୍ଟ୍ରପତି ଏହି ଅନୁମୋଦନକୁ ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ, ରବିବାର ଭାଜପା ରାଜ୍ୟପାଳ କୋସିଆରୀଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ନିଜର ଅସମର୍ଥତା ପ୍ରକାଶ କରିବା ପରେ ରାଜ୍ୟପାଳ ଶିବସେନା ଏବଂ ଏନସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। କିନ୍ତୁ ୨୪ଘଣ୍ଟା ଭିତରେ କୌଣସି ସଙ୍କେତ ନ ମିଳିବା ପରେ ରାଜ୍ୟପାଳ ରାଷ୍ଟ୍ରପତି ସାମ୍ବିଧାନିକ ସଙ୍କଟ ସମ୍ପର୍କରେ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ BJPର ମାଷ୍ଟରଷ୍ଟ୍ରୋକ, ଜାଣନ୍ତୁ କାହାକୁ କଲା ପ୍ରାର୍ଥୀ: ଟିଏମ୍‌ସି ପ୍ରାର୍ଥୀଙ୍କ ସହ ହେବ ଜୋରଦାର୍‌ ଲଢେଇ

କୋଲକାତା,୧୫।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନର ଉପନିର୍ବାଚନକୁ ନେଇ ଭାଜପା ବଡ଼ ଦାଉ ଖେଳିଛି। ଦଳ ଏହି ଆସନ ପାଇଁ ହାସିରାଣୀ ରଥଙ୍କୁ ପ୍ରାର୍ଥୀ କରିଛି। ହାସିରାଣୀ…

ରାସ୍ତାରେ ଭିକ ମାଗୁଥିବା ଭାଜପା ବିଧାୟକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଜାଣିଲେ ଚମକି ପଡ଼ିବେ, ହେଲେ ରାସ୍ତାରେ…

ମୁମ୍ବାଇ,୧୫।୯: ମୁମ୍ବାଇର ଘାଟକୋପର ପୂର୍ବ ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପରାଗ ଶାହାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫,୦୦୦ କୋଟି ଟଙ୍କା। ଟଙ୍କା ଦ୍ୱାରା କିଣାଯାଇପାରୁଥିବା ସମସ୍ତ…

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

ପାଣିରେ ପାଦ ଦେଉ ଦେଉ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର, ଏକ କିଲୋମିଟର ଦୂରରେ ଘଟିଲା…..

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡା ଜିଲାର ନଦୀରେ ମାଳ ମାଳ କୁମ୍ଭୀରମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥି ପାଇଁ ବନ ବିଭାଗ ଅଧିକାରୀଙ୍କ…

ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ଼ ଭବିଷ୍ୟବାଣୀ!

ନୂଆଦିଲ୍ଲୀ,୧୫।୯: ଗତ କିଛି ଦିନ ମଧ୍ୟରେ ସୁନା ଓ ରୂପା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି ଦର ବୃଦ୍ଧି ପରେ…

ଭାରତ ସରକାରଙ୍କ ପଦକ୍ଷେପ ଆଗରେ ମୁଣ୍ଡ ନୁଆଁଇଲା ମେଟା (Meta), ପିଲାମାନଙ୍କ ସମ୍ବନ୍ଧୀୟ ବିସ୍ତୃତ ସୂଚନା ପ୍ରଦାନ କରିବାକୁ ସହମତ

ନୂଆଦିଲ୍ଲୀ,୧୫।୯: ଭାରତ ସରକାର ପିଲାମାନଙ୍କୁ ଅନଲାଇନ ଯୌନ ଶୋଷଣ ଏବଂ କ୍ଷତିକାରକ ବିଷୟବସ୍ତୁରୁ ସୁରକ୍ଷା ଦେବା ପାଇଁ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଉପରେ ନିୟମାବଳୀ କଠୋର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?