Posted inଜାତୀୟ

ମହାରାଷ୍ଟ୍ର, ହରିୟାଣାରେ ଭାଜପାର ବିଜୟ ନେଇ ଜନମତ ସର୍ଭେ: ପ୍ରଚାରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ନୂଆଦିଲ୍ଲୀ,୨୦ା୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଲାଗି ସୋମବାର ଭୋଟଗ୍ରହଣ ହେବାକୁ ଯାଉଥିଲାବେଳେ ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ ଜୋରଦାର ପ୍ରଚାର କରିଥିଲେ। ହରିୟାଣାରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଚ୍ଛେଦ ୩୭୦ ଏବଂ କର୍‌ତାରପୁର କରିଡର ପ୍ରସଙ୍ଗକୁ ନେଇ ବିରୋଧୀ ଦଳ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି। ଏହି ସର୍ବପୁରାତନ ଦଳର ଭୁଲ୍‌ ନିଷ୍ପତ୍ତି ଦେଶକୁ ଧ୍ୱଂସମୁଖକୁ ଠେଲିଦେଇଥିବା ମୋଦି ଅଭିଯୋଗ କରିଥିଲେ। ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଡ୍‌କର ଅନୁଚ୍ଛେଦ ୩୭୦କୁ ଅସ୍ଥାୟୀ ବ୍ୟବସ୍ଥା କହିଥିବାବେଳେ କଂଗ୍ରେସ ପାଇଁ ଏହା ୭୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ବଳବତ୍ତର ରହିଲା। କେନ୍ଦ୍ର ସରକାରଙ୍କ ଉଦାସୀନତା ପାଇଁ କଶ୍ମୀର ସ୍ଥିତି ଅଧିକରୁ ଅଧିକ ଖରାପ ହେବାରେ ଲାଗିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅନ୍ୟପକ୍ଷରେ  ମାନ୍ଦାବସ୍ଥା, ବେରୋଜଗାରି ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଭାଜପା ଓ କେନ୍ଦ୍ର ସରକାରଙ୍କୁ ଜୋରଦାର ସମାଲୋଚନା କରିଥିଲେ।
ପ୍ରଚାରର ଶେଷ ଦିନରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଭାଜପା ବିପୁଳ ବିଜୟ ହାସଲ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଆଇଏଏନ୍‌ଏସ୍‌-ସିଭୋଟର ପକ୍ଷରୁ କରାଯାଇଥିବା ପ୍ରାକ୍‌ ନିର୍ବାଚନୀ ସର୍ଭେ ଅନୁଯାୟୀ ଭାଜପା ନେତୃତ୍ୱାଧୀନ ମେଣ୍ଟ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ୧୮୨ରୁ ୨୦୬ ଆସନ ହାସଲ କରିବ। ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ଉପା ୭୨ରୁ ୯୮ ଆସନରେ ସୀମିତ ରହିବ ବୋଲି ଉକ୍ତ ସର୍ଭେରେ କୁହାଯାଇଛି। ମୁମ୍ବାଇରେ ଏନ୍‌ଡିଏକୁ ୩୦ରୁ ୩୪ ଆସନ ମିଳିବାକୁ ଥିଲାବେଳେ କୋଙ୍କଣ ଅଞ୍ଚଳରେ ୩୨ରୁ ୩୬, ମରାଠଓ୍ବାଡାରେ ୨୩ରୁ ୨୭, ଉତ୍ତର ମହାରାଷ୍ଟ୍ରରେ ୧୯ରୁ ୨୩, ବିଦର୍ଭରେ ୩୭ରୁ ୪୧ ଏବଂ ପଶ୍ଚିମ ମହାରାଷ୍ଟ୍ରରେ ୪୧ରୁ ୪୫ ଆସନ ମିଳିବ ବୋଲି ସର୍ଭେରେ କୁହାଯାଇଛି। ଅନ୍ୟପକ୍ଷରେ ଉପାକୁ ମୁମ୍ବାଇ ଅଞ୍ଚଳରୁ ୦ରୁ ୬ ଆସନ ମିଳିବାକୁ ଥିଲାବେଳେ କୋଙ୍କଣରେ ୨ରୁ ୬, ମରାଠଓ୍ବାଡାରେ ୧୮ରୁ ୨୨, ଉତ୍ତର ମହାରାଷ୍ଟ୍ର ଅଞ୍ଚଳରେ ୧୨ରୁ ୧୬, ବିଦର୍ଭରେ ୧୬ରୁ ୨୦ ଏବଂ ପଶ୍ଚିମ ମହାରାଷ୍ଟ୍ରରେ ୨୪ରୁ ୨୮ ଆସନ ମିଳିବା ସମ୍ଭାବନା ରହିଛି। ଏନ୍‌ଡିଏକୁ ୪୭.୩ ପ୍ରତିଶତ ଭୋଟ ମିଳିବାକୁ ଥିଲାବେଳେ ଉପାକୁ ୩୮.୫ ଏବଂ ଅନ୍ୟାନ୍ୟ ଦଳଙ୍କୁ ୧୪.୩ ପ୍ରତିଶତ ଭୋଟ ମିଳିବ ବୋଲି ସର୍ଭେ ରିପୋର୍ଟରେ ସୂଚନା ଦିଆଯାଇଛି।
ସେହିପରି ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଭାଜପାକୁ ୭୯ରୁ ୮୭ ଆସନ ମିଳିବା ସମ୍ଭାବନା ଥିଲାବେଳେ କଂଗ୍ରେସ ମାତ୍ର ୧ରୁ ୭ ମଧ୍ୟରେ ସୀମିତ ରହିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ଭୋଟ ହାର ଅନୁଯାୟୀ ଭାଜପାକୁ ୪୭.୫ ପ୍ରତିଶତ ଭୋଟ ମିଳିବାକୁ ଥିଲାବେଳେ କଂଗ୍ରେସକୁ ୨୧.୪%, ଜନନାୟକ ଜନତା ପାର୍ଟି (ଜେଜେପି)କୁ ୯.୩ ପ୍ରତିଶତ ଓ ଅନ୍ୟାନ୍ୟ ଦଳଙ୍କୁ ୨୧.୪ ପ୍ରତିଶତ ଭୋଟ ମିଳିବ ବୋଲି ଆଇଏଏନ୍‌ଏସ୍‌-ସି ଭୋଟର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଉଭୟ ରାଜ୍ୟରେ ୨୧ ତାରିଖ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ହେଉଥିଲାବେଳେ ୨୪ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ୨୭ରେ ଶେଷ ହେବ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାର ୨୯ ଆସନ ଅନୁସୂଚିତ ଜାତି ପାଇଁ ଓ ୨୫ ଆସନ ଅନୁସୂଚିତ ଜନଜାତି ବର୍ଗଙ୍କ ନିମନ୍ତେ ସଂରକ୍ଷିତ ରହିଛି। ମହାରାଷ୍ଟ୍ରରେ ମୋଟ ୮ କୋଟି ୯୫ ଲକ୍ଷ ୬୨ ହଜାର ୭୦୬ ଭୋଟର ସୋମବାର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଥିଲାବେଳେ ଏଥିପାଇଁ ୧.୮ ଲକ୍ଷ ବାଲଟ ୟୁନିଟ, ୧.୨୮ ଲକ୍ଷ କଣ୍ଟ୍ରୋଲ ୟୁନିଟ ଓ ୧.୩୯ ଲକ୍ଷ ଭିଭିପିଏଟି ବ୍ୟବହାର କରାଯିବ। ବିଭିନ୍ନ ଦଳର ଦାବି ଫଳରେ ପ୍ରଥମ ଓ ଦ୍ୱିତୀୟ ମହଲାରେ ଥିବା ୫୦୦୦ରୁ ଊର୍ଦ୍ଧ୍ୱ ବୁଥ୍‌କୁ ତଳ ମହଲାକୁ ଅଣାଯାଇଛି। ମାଓବାଦୀ ପ୍ରବଣ ଗଡଚିରୋଲି, ଗୋଣ୍ଡିଆ ଅଞ୍ଚଳ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥର ମୋଟ ୯୫,୪୭୩ଟି ମତଦାନ କେନ୍ଦ୍ରରେ ଭୋଟ ନିଆଯିବ।
ହରିୟାଣାରେ ମୁଖ୍ୟତଃ ଭାଜପା, କଂଗ୍ରେସ ଓ ଇଣ୍ଡିଆନ ନ୍ୟାଶନାଲ ଲୋକ ଦଳ (ଆଇଏନ୍‌ଏଲ୍‌ଡି) ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ୧୧୬୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଛନ୍ତି। ୧.୮୩ କୋଟି ଭୋଟର ସୋମବାର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri