Posted inଭଦ୍ରକ

ମଞ୍ଜି ବିକାଳିଙ୍କ ବଡ଼ ହୃଦୟ: -ସ୍ବତନ୍ତ୍ର ଦିନରେ ବଡ଼ଦାଣ୍ଡରେ ବୁଲି ବାଣ୍ଟନ୍ତି ଚା, ପାନ

ପୁରୀ ଅଫିସ, ୧୪।୧୧- କଥାରେ ଅଛି ମାନବ ସେବା ହିଁ ମାଧବ ସେବା। ଏହାକୁ ଯିଏ ଭଲ ଭାବେ ବୁଝିଛି ତା’ ପାଇଁ ବୟସ କି ପଥ କିଛି ଫରକ୍‌ ପଡ଼େ ନାହିଁ। ଯେତେ ଦୂର ହୋଇଥାଉ ନା କାହିଁକି ମାନବ ସେବା ପାଇଁ ସେ ଧାଇଁଯାଏ। ସମାଜରେ ଏମିତି କ୍ବଚିତ୍‌ ଲୋକ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ହେଲେ ବିଜୟ ନାୟକ। ଘର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମୁବାରକପୁର। ବୟସ ୫୮ ଛୁଇଁଲାଣି। କିଛି ସ୍ବତନ୍ତ୍ର ଦିନରେ ସେବା ଯୋଗାଇ ଦେବାକୁ ଛୁଟିଆସନ୍ତି ପବିତ୍ର ଶ୍ରୀକ୍ଷେତ୍ର ମାଟିକୁ। ମହାପ୍ରଭୁଙ୍କ ପ୍ରତି ସମର୍ପଣ ଭାବ ରଖି ବିନା ସ୍ବାର୍ଥରେ ସେବାକୁ ଆଦରି ନିଅନ୍ତି। ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ବୁଲି ବୁଲି ଶ୍ରଦ୍ଧାଳୁଙ୍କୁ ଚା ଏବଂ ପାନ ବାଣ୍ଟୁଥିଲେ ବିଜୟ।
ବିଜୟ ପେସାରେ ମଞ୍ଜି ବିକାଳି। ଘର ପାଖ ବିଭିନ୍ନ ହାଟକୁ ପନିପରିବା ମଞ୍ଜି ନେଇ ବିକ୍ରି କରିଥାନ୍ତି। ଏଥିରୁ ଯାହା ରୋଜଗାର ହୁଏ ସେଥିରେ ଚଳିଥାନ୍ତି। ତେବେ ତାଙ୍କ ହୃଦୟ ବହୁତ ବଡ଼। ମାନବ ସେବା ପ୍ରତି ତାଙ୍କର ରହିଛି ବିଶେଷ ଦୁର୍ବଳତା। ଏବେ ଭିନ୍ନ ଏକ ସେବା କରିବାର ସୁଯୋଗ ତାଙ୍କୁ ଆତ୍ମତୃପ୍ତି ଦେଉଛି। ବଡ଼ଦାଣ୍ଡରେ ଭକ୍ତଙ୍କୁ ବୁଲି ବୁଲି ମାଗଣାରେ ଚା ପାନ ବାଣ୍ଟିବା ଇଚ୍ଛା କାହିଁକି ହେଲା ପ୍ରଶ୍ନରେ ବିଜୟ କୁହନ୍ତି, ପ୍ରାୟ ୧୫ ବର୍ଷ ପୂର୍ବରୁ ଥରେ ରଥଯାତ୍ରା ଦେଖିବାକୁ ପୁରୀ ଆସିଥିଲି। ବଡ଼ଦାଣ୍ଡରେ ଗାମୁଛାଟିଏ ପାରି ଘରୁ ଆଣିଥିବା ପାନ ଭାଙ୍ଗୁଥାଏ। ଏହି ସମୟରେ ଜଣେ ବ୍ୟକ୍ତି ପାନ ମାଗିଲେ ଏବଂ କେତେ ପଇସା ନେବ ବୋଲି ପଚାରିଲେ। ପାନ ଖଣ୍ଡିଏ ପାଇଁ ପଇସା କଥା ପଚାରିବା ସେଦିନ ମୋ ମନକୁ ଆନ୍ଦୋଳିତ କଲା। କିଛି ସମୟରେ ପରେ ଜଣେ ବୃଦ୍ଧା ପହଞ୍ଚତ୍ ପାନ ମାଗିଲେ। ତାଙ୍କୁ ଦେଲି। ସେ ଖାଇ ମୋ ମୁଣ୍ଡରେ ହାତ ବୁଲାଇ କହିଲେ, ଏମିତି ବଡ଼ଦାଣ୍ଡରେ ଲୋକଙ୍କୁ ପାନ ଦେଉଥା, ଜଗନ୍ନାଥ ତୋ’ର ମଙ୍ଗଳ କରିବେ। ଏହି କଥା ମନେ ଥିଲା। ତା’ ପରବର୍ଷ ରଥଯାତ୍ରାକୁ ଗୋଟା ପାନ ୨କଡ଼ା, ଗୁଆ ମସଲା ଆଣି ରଥଯାତ୍ରା ଦିନ ବଡ଼ଦାଣ୍ଡରେ ବାଣ୍ଟିଲି। ସେବେଠାରୁ ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ଦିନ ଏମିତି ପାନ ବାଣ୍ଟେ। ୩/୪ ବର୍ଷ ହେବ ପଞ୍ଚୁକ ଦିନ ଶ୍ରଦ୍ଧାଳୁଙ୍କୁ ଲେମ୍ବୁ ଚା ବାଣ୍ଟୁଛି। ମହାପ୍ରଭୁ ଯେତେଦିନ ଯାଏ ଚାହିଁବେ ଏମିତି ସେବା ଯୋଗାଉଥିବି। ବିଜୟଙ୍କ ମତରେ ସବୁଦିନେ ଘରେ ଶୋଉଛେ, ଦିନେ ଅଧେ ଜଗନ୍ନାଥଙ୍କ ଡନ୍‌ଲପ ଗଦି (ବଡ଼ଦାଣ୍ଡର ଖୋଲା ଆକାଶ ତଳ)ରେ ସମସ୍ତେ ଶୁଅନ୍ତୁ। ସେ ଅନୁଭୂତି ସବୁଦିନ ମନେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ, କହିଲେ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିୟମିତ…

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର…

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

‘ଇରାନ ସହିତ ଚୁକ୍ତି ଶେଷ’: ଶାନ୍ତି ଚୁକ୍ତିର ସମାପ୍ତି ଘୋଷଣା କଲେ ଟ୍ରମ୍ପ, ଏବେ ହେବ କଡା ଟକ୍କର!

ଓ୍ବାଶିଂଟନ,୮।୭: ତୁର୍କୀର ରାଜଧାନୀ ଅଙ୍କାରାରେ ଅନୁଷ୍ଠିତ ନାଟୋ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଥିଲେ। ଗଣମାଧ୍ୟମ ସହିତ…

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ବରଗଡ଼,୮ା୭(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର…

କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri