Posted inଜାତୀୟ

ଭୟରେ ଛତ୍ରଭଙ୍ଗ

ନୂଆଦିଲ୍ଲୀ,୮ା୭(ପି.ଟି.): ପୁଲ୍‌ଓ୍ବାମାରେ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ରୁ ଊର୍ଦ୍ଧ୍ୱ ସିଆର୍‌ପିଏଫ୍‌ ଯବାନ ଶହୀଦ ହେବା ପରେ ଭାରତୀୟ ବାୟୁସେନା ଫେବୃୟାରୀ ୨୬ରେ ବାଲାକୋଟରେ ଥିତ୍ବା ସେମାନଙ୍କ ପ୍ରଶିକ୍ଷଣ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌ କରିଥିଲା। ଏହା ପରେ ପାକିସ୍ତାନୀ ଆତଙ୍କବାଦୀ ଛତ୍ରଭଙ୍ଗ ଦେଇ ଆଫଗାନିସ୍ତାନରେ ତାଲିମ ନେଉଥିବା ଏକ ଗୋଇନ୍ଦା ସୂଚନାରୁ ଜଣାପଡିଛି। ଜେଇଏମ୍‌ ଏବଂ ଲଶ୍କର-ଇ-ତୋଇବାର କ୍ୟାଡର ଆତଙ୍କବାଦୀମାନେ ଏବେ ଆଫଗାନିସ୍ତାନର କୁନାର, ନଙ୍ଗରହାର, ନୁରିସ୍ତାନ ଓ କାନ୍ଦାହାରକୁ ପଳାଇଥିବା ଗୋଇନ୍ଦା ସୂଚନା ମିଳିବା ପରେ କାବୁଲ ଓ କାନ୍ଦାହାରରେ ଥିବା ଭାରତୀୟ ଦୂତାବାସ ଓ କାର୍ଯ୍ୟାଳୟକୁ ହାଇଆଲର୍ଟରେ ରଖାଯାଇଛି।
ପାକିସ୍ତାନର ମନଶେରାରେ ଥିତ୍ବା ବାଲାକୋଟ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ମିରାଜ ଯୁଦ୍ଧବିମାନ ଆକ୍ରମଣ କରିଥିଲା। ପାକିସ୍ତାନର ଜେଇଏମ୍‌ ଓ ଲଶ୍କର ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନର ତାଲିବାନ, ହକ୍କାନି ନେଟଓ୍ବର୍କ ସହ ହାତ ମିଳାଇଥିବା ଜଣାପଡିଛି। ପାକିସ୍ତାନ ସୀମାରେ ଥିବା ଡୁରାଣ୍ଡ ଲାଇନ୍‌ରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ସେଥିପାଇଁ ଗତ ୧ ଓ ୨ ତାରିଖରେ ପାକିସ୍ତାନ ସରକାର ୧୫ ଲଶ୍କର ନେତା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ୫ଟି ଦାତବ୍ୟ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ହେଁ ଭାରତ ଏହାକୁ ବିଶ୍ୱାସକୁ ନେଉନାହିଁ। ସଶସ୍ତ୍ର ଆତଙ୍କବାଦୀ ସଂଗଠନ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ଆହ୍ବାନ ଦେଇଛି।
ଚଳିତ ବର୍ଷ ଶେଷ ଭାଗରେ ପ୍ୟାରିସ୍‌ରେ ଆର୍ଥତ୍କ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ସମ୍ମିଳନୀରେ କଳାତାଲିକାଭୁକ୍ତ ହେବାରୁ ନିଜକୁ ରକ୍ଷାକରିବା ଲାଗି ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ସେଥିପାଇଁ ଆତଙ୍କବାଦୀମାନେ ସୀମାନ୍ତ ଡୁରାଣ୍ଡ ଲାଇନ୍‌କୁ ପଳାଇଯାଇଥିବା ଭାରତୀୟ ସୁରକ୍ଷା ଏଜେନ୍ସି ବିଶ୍ୱାସ କରୁଛି। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ପାକିସ୍ତାନକୁ ଏଫ୍‌ଏଟିଏଫ୍‌ ଧୂସର (ଗ୍ରେ) ତାଲିକାଭୁକ୍ତ କରିସାରିଛି। ଚଳିତ ମାସ ଆରମ୍ଭରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନ ବେଳେ କାବୁଲରେ ଥିବା ଭାରତୀୟ ଦୂତାବାସ ଉପରେ ଜେଇଏମ୍‌ ଆତଙ୍କବାଦୀ ଆକ୍ରମଣ କରିବା ଆଶଙ୍କା ଥିଲା। ବିସ୍ଫୋରକଭର୍ତ୍ତି ଗାଡ଼ି ନେଇ ଉକ୍ତ ଦୂତାବାସ ଉପରେ ଆକ୍ରମଣ ଲାଗି ଆତଙ୍କବାଦୀ କ୍ୱାରି ଓ୍ବାରି ଗୁଲ୍‌କୁ ନିୟୋଜିତ କରାଯାଇଥିଲା। ସେହିପରି କାନ୍ଦାହାରରେ ଥିବା ଭାରତର ବାଣିଜି୍ୟକ ଦୂତାବାସ ଉପରେ ତାଲିବାନ୍‌ ଆକ୍ରମଣ କରିପାରେ ବୋଲି ଗୋଇନ୍ଦା ସତର୍କ କରାଇଥିଲା। ଜୈଶ୍‌ ଆତଙ୍କବାଦୀମାନେ ବହୁସଂଖ୍ୟାରେ ନଙ୍ଗରହାର ପ୍ରଦେଶର କୋଟ୍‌ ଓ ମେମନ୍ଦରା, ହେଲମଣ୍ଡ ପ୍ରଦେଶର ସାଙ୍ଗୁଇନ୍‌ ଓ ମାର୍ଜା, ଗଜ୍‌ନିର ଲୋଗାନ୍‌ ଓ ନଓ୍ବା, ଜୁରମାଟ(ପାକ୍‌ତିଆ), କୁନାର, ଫର୍‌ୟାବ୍‌ ଏବଂ କୁନ୍ଦୁଜ୍‌ ପଳାଇଯାଇଛନ୍ତି। ତାଲିବାନ ଓ ହକ୍କାନି ନେଟଓ୍ବର୍କ ଗତ ଫେବୃୟାରୀରେ ଜେଇଏମ୍‌ ମୁଖ୍ୟ ମୌଲାନା ମାସୁଦ ଆଝାରଙ୍କୁ ଆଶ୍ରୟ ଯାଚିଥିଲା। ଆଝାର ପାକ୍‌ ସେନା ସୁରକ୍ଷାରେ ବାହଓ୍ବଲପୁରରେ ରହୁଥିବାକୁ ଆଫଗାନ୍‌ ଆତଙ୍କବାଦୀ ସଂଗଠନର ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ। ଜାନୁୟାରୀରେ ଜଲାଲାବାଦ୍‌ରୁ ଆତଙ୍କବାଦୀ ସେଦିକ୍‌ ଆକବର ଓ ଆତାଉଲ୍ଲା ଗିରଫ ହେବା ପରେ ଆଫଗାନିସ୍ତାନରେ ଜେଇଏମ୍‌ ଆତଙ୍କବାଦୀଙ୍କ ଅବସ୍ଥିତି ସମ୍ପର୍କରେ ଗୋଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଏହି ୨ ଆତଙ୍କବାଦୀଙ୍କୁ କାବୁଲ ଓ କାନ୍ଦାହାରରେ ଥିବା ଭାରତୀୟ କାର୍ଯ୍ୟାଳୟ ଉପରେ ନଜର ରଖିବା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ବୋଲି ସେମାନେ ଜେରାବେଳେ ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରୁ ବ୍ରିଜଭୂଷଣଙ୍କର କଟିଲା ଟିକେଟ

ନୂଆଦିଲ୍ଲୀ,୨।୫: ମହିଳା କୁସ୍ତିଯୋଦ୍ଧାଙ୍କ ଉପରେ ଯୌନ ନିର୍ଯ୍ୟାତନା ଅଭିଯୋଗରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ସହ ଏକ ବଡ ଖବର ସାମ୍ନାକୁ ଆସୁଛି। ସୂଚନାନୁସାରେ, କେସରଗଞ୍ଜରୁ...

ଆଇପିଏଲ୍‌ ଅଧାରୁ ସ୍ବଦେଶ ଫେରିଯିବେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୫: ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ପୂର୍ବରୁ ଇଂଲଣ୍ଡ ଦଳ ପାକିସ୍ତାନ ସହିତ ୪ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସିରିଜ...

ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିବାକୁ ଯାଉଛନ୍ତି ରୋହିତ ଶର୍ମା, ପ୍ରଥମ ଭାରତୀୟ ଭାବେ କରିବେ ଏମିତି କାରନାମା

ନୂଆଦିଲ୍ଲୀ,୧।୫: ଆସନ୍ତା ଟି-୨୦ ବିଶ୍ୱକପ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟିକତ୍ୱ କରିବେ ରୋହିତ ଶର୍ମା। ୨୦୦୭ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ରୋହିତ ଶର୍ମା ଏପର୍ଯ୍ୟନ୍ତ ଖେଳାଯାଇଥିବା...

ହିଟ ଆଣ୍ଡ ରନ୍‌: କ୍ରିକେଟର ସୁରେଶ ରାଇନା ମାନିଲେ ୨ ଯୁବକଙ୍କର ହୋଇଛି ମୃତ୍ୟୁ

ଧର୍ମଶାଳା,୨।୫: ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ପୂର୍ବତନ ଭାରତୀୟ ଦଳର କ୍ରିକେଟ ଖେଳାଳି ସୁରେଶ ରାଇନାଙ୍କ ମାମୁଁଙ୍କ ପୁଅର ମୃତ୍ୟୁ ଘଟିଛି।...

ରାଏବରେଲି, ଆମେଠିକୁ ନେଇ କଂଗ୍ରେସର ସସପେନ୍ସ କହୁଛି ଅନେକ କଥା

ନୂଆଦିଲ୍ଲୀ,୨।୫: ଉତ୍ତରପ୍ରଦେଶର ଆମେଠି ଏବଂ ରାଏବରେଲି ଲୋକ ସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟାକୁ ମାତ୍ର ଦୁଇ ଦିନ ବାକି ଅଛି, କିନ୍ତୁ ଏହି...

‘ଟିଏମସି ଅପେକ୍ଷା ଭାଜପାକୁ ଭୋଟ୍ ଦେବା ଭଲ’ କହିଲେ ଅଧୀର ରଞ୍ଜନ ଚୌଧୁରୀ, କଂଗ୍ରେସ ଦେଲା ପ୍ରତିକ୍ରିୟା

କୋଲକାତା,୧ା୫: କଂଗ୍ରେସର ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ବୁଧବାର ପଶ୍ଚିମବଙ୍ଗରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ତୃଣମୂଳ କଂଗ୍ରେସକୁ ଭୋଟ୍ ଦେବା ଅପେକ୍ଷା...

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିମ୍ବଲ ଲୋଡିଂ ୟୁନିଟ୍ ଗୁଡ଼ିକର ସଂରକ୍ଷଣ ପାଇଁ ନୂଆ ପ୍ରୋଟୋକଲ ଜାରି କଲେ ନିର୍ବାଚନ ଆୟୋଗ

କୋଲକାତା,୧ା୫: ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି ।...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri