Posted inଖେଳ

ଭୁବନେଶ୍ୱରରେ ହେବ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌

ଭୁବନେଶ୍ୱର, ୨୮।୮ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ଫର୍ଦ୍ଦ। ଦେଶର କ୍ରୀଡ଼ା ରାଜଧାନୀ ଭାବେ ପରିଚିତି ଲାଭ କରିଥିବା ଭୁବନେଶ୍ୱରରେ ପୁଣି ଗୋଟିଏ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଦେଖିବାକୁ ପାଇବେ ଓଡ଼ିଶାବାସୀ। ପୂର୍ବରୁ ଏସିଆନ ଆଥ୍‌ଲେଟିକ୍‌ ଚାମ୍ପିୟନଶିପ୍‌ (୨୦୧୭), ଏସିଆନ୍‌ ରଗ୍‌ବୀ ଚାମ୍ପିୟନଶିପ୍‌ (୨୦୧୮), ପୁରୁଷ ହକି ବିଶ୍ୱକପ୍‌ (୨୦୧୮)ସମେତ ହକିର ବିଭିନ୍ନ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରି ଯଶ ଅର୍ଜନ କରିଥିବା କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ବର୍ଷ ଫୁଟ୍‌ବଲର ସର୍ବୋଚ୍ଚ ପ୍ରତିଯୋଗିତା ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଅନୁଷ୍ଠିତ ହେବ। ସ୍ଥାନୀୟ ଆୟୋଜନ କମିଟି (ଏଲ୍‌ଓସି) ପକ୍ଷରୁ ମଙ୍ଗଳବାର ୨୦୨୦ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ ପାଇଁ ଭୁବନେଶ୍ୱରକୁ ପ୍ରଥମ ପ୍ରୋଭିଜନାଲ ଭେନ୍ୟୁ ଭାବେ ଘୋଷଣା କରାଯାଇଛି। ଚଳିତ ବର୍ଷ ଶେଷ ଭାଗରେ ଅନ୍ତିମ ନିରୀକ୍ଷଣ କରାଯିବ। ଏହି ସମୟ ମଧ୍ୟରେ ଭେନ୍ୟୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା ଆବଶ୍ୟକ। ଏହାପରେ ଫିଫା ପକ୍ଷରୁ ଆୟୋଜକ ସହର ଭାବେ ଘୋଷଣା କରାଯିବ। ତେବେ ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା ଫିଫାର କୌଣସି ପ୍ରତିଯୋଗିତା ଓଡ଼ିଶାରେ ପ୍ରଥମଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବା ଏକପ୍ରକାର ନିଶ୍ଚିତ ହୋଇଛି।
ଅପରାହ୍ଣରେ କଳିଙ୍ଗ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସ୍ଥାନୀୟ ଆୟୋଜନ କମିଟିର ଟୁର୍ନାମେଣ୍ଟ ନିର୍ଦ୍ଦେଶିକା ରୋମା ଖାନ୍ନା ରାଜ୍ୟ ସରକାରଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି। ‘ ଆମେ ଖୁସି ଯେ, ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ ପାଇଁ ଭୁବନେଶ୍ୱରକୁ ପ୍ରଥମେ ଭେନ୍ୟୁ ଭାବେ ପ୍ରୋଭିଜନାଲ କ୍ଲିୟରାନ୍ସ ପ୍ରଦାନ କରାଯାଇଛି। ଦେଶରେ ମହିଳା ଫୁଟ୍‌ବଲର ଉନ୍ନତି ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ସାମିଲ ହେବାକୁ ଯାଉଥିବାରୁ ଧନ୍ୟବାଦ ଜଣାଉଛି। ବିଶ୍ୱକପ୍‌ ଆୟୋଜନ ପାଇଁ କିଛି କାମ ବାକି ରହିଯାଇଛି। ରାଜ୍ୟ ସରକାର ମୁଖ୍ୟ ଷ୍ଟାଡିୟମ ସମେତ ଟ୍ରେନିଂ ସାଇଟ୍‌ ଭେନ୍ୟୁ ଫିଫା ଷ୍ଟାଣ୍ଡାର୍ଡ ଅନୁଯାୟୀ କରିବାକୁ ପଡ଼ିବ। ପ୍ରତିଯୋଗିତା ଆୟୋଜନ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗରେ ସନ୍ତୁଷ୍ଟ’ ବୋଲି ରୋମା ଏହି ଅବସରରେ ପ୍ରକାଶ କରିଛନ୍ତି। ଶାରୀରିକ ଅସୁସ୍ଥତା ଲାଗି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ଖବରଦାତା ସମ୍ମିଳନୀରେ ଉପସ୍ଥିତ ରହିପାରି ନ ଥିଲେ ମଧ୍ୟ ସମ୍ମାନଜନକ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ ପାଇଁ ଭୁବନେଶ୍ୱରକୁ ପ୍ରଥମ ସହର ଭାବେ ପ୍ରୋଭିଜନାଲ କ୍ଲିୟରାନ୍ସ ମିଳିଥିବାରୁ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଖୁସି ଜାହିର କରିଛନ୍ତି। ଭାରତରେ ପ୍ରଥମଥର ଲାଗି ଏହି ବିଶ୍ୱସ୍ତରୀୟ ମହିଳା ଫୁଟ୍‌ବଲ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହାର ଆୟୋଜନ ଅଧିକାର ମିଳିଥିବାରୁ ଓଡ଼ିଶା ପାଇଁ ଏହା ଏକ ବଡ଼ ସମ୍ମାନ ବୋଲି କ୍ରୀଡ଼ାମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।
ହକିଠାରୁ ଆହୁରି ଭଲ ଆୟୋଜନ କରିବୁ: ବିଶାଲ ଦେବ
ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ର ୭ମ ସଂସ୍କରଣ ଆୟୋଜନ ପାଇଁ ଭୁବନେଶ୍ୱରକୁ ପ୍ରଥମ ସହର ଭାବେ ପ୍ରୋଭିଜନାଲ କ୍ଲିୟରାନ୍ସ ମିଳିବା ପରେ କ୍ରୀଡ଼ା ଓ ଯୁବସେବା ବ୍ୟାପାର ସଚିବ ବିଶାଲ କୁମାର ଦେବ ଖୁସି ଜାହିର କରିଛନ୍ତି। ‘ଫିଫା ବିଶ୍ୱକପ୍‌ ସହ ଜଡ଼ିତ ହେବାକୁ ଯାଉଥିବାରୁ ଏହା ଆମ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ। ଏଥିସହ ଫିଫା ବିଶ୍ୱକପ୍‌ ଆୟୋଜନ କରିଥିବା ବିଶ୍ୱର ଶ୍ରେଷ୍ଠ ସହର ତାଲିକାରେ ଭୁବନେଶ୍ୱର ଯୋଡ଼ି ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ ଯୋଗୁ ଭୁବନେଶ୍ୱର ଆଜି ଦେଶର ପ୍ରମୁଖ କ୍ରୀଡ଼ା ସହର ଭାବେ ପରିଚିତି ଲାଭ କରିଛି। ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ ପାଇଁ ଫିଫା ଏଲ୍‌ଓସି କର୍ତ୍ତୃପକ୍ଷ ପୂର୍ବରୁ ବହୁବାର ଷ୍ଟାଡିୟମ ପରିଭ୍ରମଣରେ ଆସିବା ସହ ଭିତ୍ତିଭୂମି ଉପରେ ଆଲୋଚନା କରିଥିଲେ। ବର୍ତ୍ତମାନ ଆମେ ଫିଫା ନିୟମ ଅନୁଯାୟୀ ଉପଲବ୍ଧ ଭିତ୍ତିଭୂମିଗୁଡ଼ିକର ଉନ୍ନତୀକରଣ କାର୍ଯ୍ୟ କରୁଛୁ। ଏଥିସହ ଆମେ ନିଶ୍ଚିତ ଅଛୁ ଯେ, ଏହି ସମ୍ମାନଜନକ ଇଭେଣ୍ଟ ଆୟୋଜନ ପାଇଁ ଫାଇନାଲ କ୍ଲିୟରାନ୍ସ ମିଳିବ। ଏସିଆନ୍‌ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ ଓ ହକି ବିଶ୍ୱକପ୍‌ ଭଳି ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌କୁ ଆହୁରି ଭଲ ଭାବରେ ଆୟୋଜନ କରିବୁ’ ବୋଲି ବିଶାଲ ଦେବ ଏହି ଖବରଦାତା ସମ୍ମିଳନୀରେ କହିଛନ୍ତି।
କଳିଙ୍ଗରେ ହେବ ୩ରୁ ୬ ମ୍ୟାଚ୍‌:
ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ୨୦୨୦ ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତାରେ ମୋଟ୍‌ ୧୬ଟି ଦେଶ ଭାଗ ନେବାକୁ ଥିବାବେଳେ ଆୟୋଜକ ଦେଶ ଭାବେ ଭାରତ ପ୍ରଥମ ଦଳ ଭାବେ ସ୍ଥାନ ପକ୍କା କରିଛି। ବଳକା ୧୫ଟି ଦଳ ୬ଟି ମହାଦେଶୀୟ ପ୍ରତିଯୋଗିତାରୁ ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିବେ। ଭୁବନେଶ୍ୱରକୁ ପ୍ରଥମ ସହର ଭାବେ ପ୍ରୋଭିଜନାଲ କ୍ଲିୟରାନ୍ସ ମିଳିବା ପରେ ଆଉ ୩ଟି ଆୟୋଜକ ସହର ଭାବେ କୋଲକାତା, ନଭି ମୁମ୍ବାଇ ଓ ଗୋଆ ଦୌଡ଼ରେ ରହିଥିବା ଜଣାପଡ଼ିଛି। ମୋଟ୍‌ ୪ଟି ଭେନ୍ୟୁରେ ଟୁର୍ନାମେଣ୍ଟ ଆୟୋଜିତ ହେବ। ଫଳରେ ଫିଫା ନିୟମ ଅନୁଯାୟୀ ପ୍ରତ୍ୟେକ ଭେନ୍ୟୁରେ ୩ରୁ ୬ଟି ମ୍ୟାଚ୍‌ ଆୟୋଜିତ ହେବା ସମ୍ଭାବନା ରହିଛି। ଏହିକ୍ରମରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅତିକମ୍‌ରେ ବିଶ୍ୱକପ୍‌ର ୩ ମ୍ୟାଚ୍‌ ଖେଳାଯିବା ଏକପ୍ରକାର ନିଶ୍ଚିତ ହୋଇଛି।
ପୋଲିସ ବାଟାଲିୟନ ଓ କ୍ୟାପିଟାଲ ହାଇସ୍କୁଲରେ ପ୍ରାକ୍ଟିସ ଭେନ୍ୟୁ:
ଫିଫା ବିଶ୍ୱକପ୍‌ ନିୟମ ଅନୁଯାୟୀ ଆୟୋଜନ ଅଧିକାର ପାଇଥିବା ସହରରେ ଗୋଟିଏ ମୁଖ୍ୟ ଭେନ୍ୟୁ ସମେତ ଅଭ୍ୟାସ ପାଇଁ ଆଉ ୪ଟି ଭେନ୍ୟୁ ବ୍ୟବସ୍ଥା ରହିବା ଆବଶ୍ୟକ। ଏହି କ୍ରମରେ ୪ଟି ଅଭ୍ୟାସ ଭେନ୍ୟୁ ମଧ୍ୟରୁ କଳିଙ୍ଗ ଷ୍ଟାଡିୟମ ପରିସରରେ ଗୋଟିଏ ରହିଥିବାବେଳେ ଆଉ ୩ଟି ବାହାରେ ବନ୍ଦୋବସ୍ତ କରାଯାଇଛି। ପୋଲିସ ବାଟାଲିୟନ ପରିସରରେ ୨ଟି ଏବଂ କ୍ୟାପିଟାଲ ହାଇସ୍କୁଲରେ ଆଉ ଏକ ପ୍ରାକ୍ଟିସ ଭେନ୍ୟୁ ପାଇଁ ଫିଫା ନିୟମ ଅନୁଯାୟୀ ଭିତ୍ତିଭୂମି କାମ ଆଗେଇଥିବା କ୍ରୀଡ଼ା


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?