ଭୁବନେଶ୍ୱରରେ ଖୋଲା ରହିଲା ସିସିଡି

ଭୁବନେଶ୍ୱର,୧।୮ (ବ୍ୟୁରୋ) ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦେଶର କିଛି ପ୍ରାନ୍ତରେ ଥିବା ସିସିଡି ଆଉଟଲେଟଗୁଡିକ ବନ୍ଦ ରହିଥିଲା। ଅପରପକ୍ଷରେ ରାଜଧାନୀ ଭୁବନେଶ୍ୱର, କଟକ ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଥିବା ଷ୍ଟୋରଗୁଡିକରେ କାରବାର ସ୍ବାଭାବିକ ରହିଥିଲା। ଟ୍ବିନ ସିଟିରେ ପ୍ରାୟ ୧୫ ସିସିଡି ଷ୍ଟୋର ରହିଥିବା ବେଳେ ଏଠାରେ ୧୦୦ କର୍ମଚାରୀ କାର୍ଯ୍ୟ କରୁଥିବା କମ୍ପାନୀର ଜଣେ ଅଧିକାରୀ କହିଛନ୍ତି। ରାଜ୍ୟରେ ଷ୍ଟୋର ସଂଖ୍ୟା ପ୍ରାୟ ୩୦ ହେବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ସ୍ଥାନୀୟ ରାମମନ୍ଦିର ନିକଟସ୍ଥ ଷ୍ଟୋରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପ୍ରତିଷ୍ଠାତାଙ୍କ ନିଖୋଜ ହେବା ଖବର ଶୁଣି ଆଶଙ୍କାରେ ଥିଲୁ। ମଙ୍ଗଳବାରଠାରୁ ସବୁ ଖବର ଟିଭି, ଖବରକାଗଜରୁ ଜାଣିବାକୁ ପାଉଛୁ। ପ୍ରତିଷ୍ଠାତାଙ୍କ ସମ୍ପର୍କରେ କେହି କିଛି ଠିକ୍‌ ଭାବେ ଜାଣି ପାରୁ ନ ଥିଲେ। ବୁଧବାର ସକାଳେ ଟିଭିରେ ଏବଂ ଇଣ୍ଟରନେଟରୁ ତାଙ୍କର ମୃତ୍ୟୁ ଖବର ଜାଣିବାକୁ ପାଇଲୁ। ଏହାକୁ ନେଇ ମର୍ମାହତ।
ସେହିଭଳି ସ୍ଥାନୀୟ ଭବାନୀ ମଲ୍‌ରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କହିଛନ୍ତି ଯେ, ପ୍ରତିଷ୍ଠାତାଙ୍କୁ କେବେ ଦେଖିନାହିଁ। ମାତ୍ର ତାଙ୍କ ସମ୍ପର୍କରେ ବହୁତ ଭଲ କଥା ଜାଣିବାକୁ ମିଳିଛି। ଏକ ସାଧାରଣ ପରିବାରରୁ ଆସି ଦେଶ ତଥା ବିଦେଶରେ ଏତେ ବଡ କଫି ଚେନ୍‌ ସ୍ଥାପନ କରିବାକୁ ସେ ସକ୍ଷମ ହୋଇଥିଲେ। ତାଙ୍କ କଥା ଅନେକ ସମୟରେ ଆଲୋଚନା ହୋଇଥାଏ। ପ୍ରତିଷ୍ଠାତା କଫି ପାନୀୟକୁ ଏକ ଭିନ୍ନ ଢଙ୍ଗରେ ଲୋକଙ୍କ ପାଖକୁ ନେବାକୁ ସକ୍ଷମ ହୋଇଥିଲେ ବୋଲି ଦୁଃଖର ସହ କର୍ମଚାରୀ ଜଣଙ୍କ କହିଛନ୍ତି। ସହରର ବିଭିନ୍ନ ଷ୍ଟୋରରେ ଲୋକମାନଙ୍କର ଯିବା ଆସିବା ସ୍ବାଭାବିକ ରହିଥିବା ବେଳେ କେହି କେହି ଭି.ଜି. ସିଦ୍ଧାର୍ଥଙ୍କ ସମ୍ପର୍କରେ ଆଲୋଚନା କରୁଥିବା ଦେଖାଯାଇଥିଲା। ହେଲେ ବିଭିନ୍ନ ଷ୍ଟୋରର କର୍ମଚାରୀମାନେ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁ ନ ଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri