ଭିଡିଓକନ ଋଣ ମାମଲା;ଚନ୍ଦାଙ୍କୁ ନୋଟିସ

ନୂଆଦିଲ୍ଲୀ,୮-୬: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧୮୭୫ କୋଟି ଟଙ୍କାର ଭିଡିଓକନ ଋଣ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ତଥା ସିଇଓ ଚନ୍ଦା କୋଚ୍ଚରଙ୍କୁ ପୁନର୍ବାର ଜେରା କରିବ। ଆସନ୍ତା ୧୦ରେ ହାଜର ହେବାକୁ ତାଙ୍କୁ ନୋଟିସ ଜାରି କରାଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ, ଚନ୍ଦାଙ୍କୁ ମଧ୍ୟ ଦିଲ୍ଲୀସ୍ଥିତ ଜାମନଗର କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ ଏହି ମାମଲାରେ ଗୁରୁବାର ହାଜର ହେବାର ଥିଲା। ତେବେ ଚନ୍ଦା ସ୍ବାସ୍ଥ୍ୟଗତ ତଥା ବ୍ୟକ୍ତିଗତ କାରଣ ଦର୍ଶାଇ ଆଉ କିଛି ଦିନ ପାଇଁ ସମୟ ମାଗିଛନ୍ତି। ଭିଡିଓକନ ଗ୍ରୁପ୍‌କୁ ଦିଆଯାଇଥିବା ଋଣକୁ ନେଇ ହୋଇଥିବା ମୂଲଚାଲକୁ ସ୍ପଷ୍ଟ କରିବା ଲାଗି ଇଡି ପକ୍ଷରୁ ଆଇସିଆଇସିଆଇ ବ୍ୟାଙ୍କର ଆହୁରି କିଛି ବରିଷ୍ଠ ଅଧିକାରୀଙ୍କୁ ହାଜର ହେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ ଉକ୍ତ ମାମଲାରେ ଜଡ଼ିତ ଚନ୍ଦାଙ୍କ ଦିଅର ତଥା ଦୀପକ କୋଚ୍ଚରଙ୍କ ଭାଇ ରାଜୀବ କୋଚ୍ଚରଙ୍କ ବିରୋଧରେ ଜାରି ହୋଇଥିବା ଲୁକ୍‌ଆଉଟ ନୋଟିସକୁ କୋର୍ଟ ହଟାଇ ଦେଇଛନ୍ତି। ତାଙ୍କୁ ବିଦେଶ ଯିବାକୁ କୋର୍ଟ ସର୍ତ୍ତର ସହ ଅନୁମତି ଦେଇଛନ୍ତି। ଅଦାଲତ ରାଜୀବଙ୍କୁ ସିଙ୍ଗାପୁର ଯିବାକୁ ଅନୁମତି ଦେଇଥିଲେ ହେଁ ସେଠାକାର ଠିକଣା ଏବଂ ସମ୍ପୂର୍ଣ୍ଣ ବିବରଣୀ ଇଡିଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିଙ୍ଗାପୁରରେ ଥିବା ବେଳେ ସେ କୌଣସି ସମ୍ପତ୍ତି ବିକ୍ରି କରିପାରିବେ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri