Posted inଜାତୀୟ

ଭାରତକୁ ଆସିଛି ୧୫୦ କିଗ୍ରା ହେରୋଇନ୍‌: ତାଲିବାନ୍‌ ସଂଗଠନର ହାତ ସନ୍ଦେହ

ନୂଆଦିଲ୍ଲୀ,୨୦।୭: ଭାରତକୁ ଆଫଗାନିସ୍ତାନ ତଥା ପାକିସ୍ତାନରୁ ଆସିଥିବା ୧୫୦ କିଲୋଗ୍ରାମ୍‌ ହେରୋଇନ୍‌କୁ ଇତିମଧ୍ୟରେ ପୋଲିସ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ହଜାର କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଗତ ୧୨୦ ଦିନ ଧରି ପୋଲିସ ପକ୍ଷରୁ ଖୋଳତାଡ଼ ପରେ ଏହି ସଫଳତା ମିଳିଛି। ଏନେଇ ୫ଜଣଙ୍କୁ ଗିରଫ କରାଯାଇ ପଚରା ଉଚରା ଜାରି ରହିଛି। ହେରୋଇନ୍‌ ଚୋରା କାରବାର ପଛରେ ତାଲିବାନ୍‌ ଆତଙ୍କବାଦୀ ସଂଗଠନର ହାତ ଥିବା କୁହାଯାଉଛି। ଆଫଗାନିସ୍ତାନରୁ ଭାରତକୁ ଆସୁଥିବା ମସଲା ବସ୍ତାରେ ଏହା ଆସୁଥିଲା। ପ୍ରଥମେ ମସଲା ବସ୍ତାକୁ ହେରୋଇନ୍‌ ମିଶା ତରଳ ପଦାର୍ଥରେ ବୁଡ଼ାଇ ରଖାଯାଉଥିଲା। ବସ୍ତା ଶୁଖିଗଲା ପରେ ସେଥିରେ ସୁଗନ୍ଧିତ ମସଲା ଭର୍ତ୍ତି କରାଯାଉଥିଲା। ଭାରତରେ ମସଲା ବସ୍ତା ପହଞ୍ଚିବା ପରେ ଖାଲି ବସ୍ତାଗୁଡ଼ିକୁ ଜାମିଆ ନଗରସ୍ଥିତ ଏକ ସ୍ଥାନରେ ବିଶେଷ ଭାବେ ଧୁଆ ହେଉଥିଲା। ସେଥିରୁ ହେରୋଇନ୍‌ ସଂଗ୍ରହ କରାଯାଉଥିଲା। ସଂଗୃହୀତ ଅର୍ଥକୁ ଟେରର୍‌ ଫଣ୍ଡିରେ ବ୍ୟବହାର କରାଯାଉଥିବା କୁହାଯାଉଛି। ଦିଲ୍ଲୀ ପୋଲିସ୍‌ ଏହି ର଼୍ୟାକେଟ୍‌ର ପର୍ଦ୍ଦାଫାଶ୍‌ କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୫୦,୦୦୦ ଝିଅଙ୍କୁ ମିଳିବ ସ୍କୁଟି

ଲକ୍ଷ୍ନୌ,୨୬।୮: ଲକ୍ଷ୍ନୌରେ ‘ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନା’ର ଶୁଭାରମ୍ଭ ଏବଂ ସ୍ବତନ୍ତ୍ର ବସ ପାଇଁ ପତାକା ପ୍ରଦର୍ଶନ ଅବସରରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ…

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ…

ପୁରୀରେ ପୁଣି ହତ୍ୟାକାଣ୍ଡ

ପୁରୀ, ୨୬।୮ (ଅଜିତ୍ କୁମାର ମହାନ୍ତି): ପୁରୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଗତ ଦୁଇ ଦିନ ମଧ୍ୟରେ ପୁରୀରେ ଦୁଇଟି ହତ୍ୟାକାଣ୍ଡ ଘଟିଥିବାରୁ ଏହାକୁ…

ଜଳୁନି ଷ୍ଟ୍ରିଟ ଲାଇଟ: ଚେତାବନୀ ଦେଲେ ଲକ୍ଷ୍ମୀପୁର ଗ୍ରାମବାସୀ, ପଞ୍ଚାୟତ ନିର୍ବାଚନରେ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ସରକାର ପଞ୍ଚାୟତର ବିକାଶ ହେଉଛି ବୋଲି ଡିଣ୍ଡିପ ପିଟୁଥିବାବେଳେ ଏବେ ବି କିଛି ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର…

ଛାତରୁ ଖସୁଛି କଂକ୍ରିଟ୍‌, ତଳେ ପଢ଼ୁଛନ୍ତି ପିଲା: ଶ୍ରେଣୀଗୃହରେ ଜମୁଛି ପାଣି

ଆନନ୍ଦପୁର,୨୬।୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ମନୋହରପୁର ପଞ୍ଚାୟତ ମନୋହରପୁର ଉଚ୍ଚ ବିଦ୍ୟାଳୟ ଅବହେଳିତ ହୋଇପଡ଼ିଛି। ଶ୍ରେଣୀଗୃହ ଭଗ୍ନ ଅବସ୍ଥାରେ ଥିବାବେଳେ ଛାତରୁ…

ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କଲା GIVA; କୃତି ସାନନଙ୍କ ପୋଷାକକୁ ନେଇ ହଙ୍ଗାମା

ମୁମ୍ବାଇ,୨୬।୮: ଅଳଙ୍କାର ବ୍ରାଣ୍ଡ GIVA ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ସହିତ ତାଙ୍କର ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ କୃତି ସାନନ ପିନ୍ଧିଥିବା ପୋଷାକକୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ବୃଦ୍ଧ ମାତାପିତାଙ୍କ ପ୍ରତି ଅତ୍ୟାଚାର କରୁଥିବା ପିଲାମାନଙ୍କୁ ମିଳବ ନାହିଁ ସମ୍ପତ୍ତିରେ ଅଧିକାର

ଲକ୍ଷ୍ନୌ,୨୬।୮: ଉତ୍ତର ପ୍ରଦେଶରେ, ବୃଦ୍ଧ ମାତାପିତା ଏବେ ସେମାନଙ୍କୁ ଅବହେଳା କିମ୍ବା ଦୁର୍ବ୍ୟବହାର କରୁଥିବା ପିଲାମାନଙ୍କୁ ସହଜରେ ସମ୍ପତ୍ତିରୁ ବେଦଖଲ କରିପାରିବେ। ବରିଷ୍ଠ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri