Posted inଖେଳ

ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି୨୦: ଚାପରେ ପନ୍ତ

ମୋହଲି,୧୮।୯(ପି.ଟି.)- ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହେବାରେ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବୁଧବାର ଦ୍ୱିତୀୟ ଦିନିକିଆରେ ପରସ୍ପରକୁ ଭେଟିବେ। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ୍‌ ବାତିଲ ହୋଇଥିବାରୁ ସିରିଜ ହାତେଇବା ପାଇଁ ଏବେ ଉଭୟ ଦଳକୁ ବାକିଥିବା ୨ଟି ମ୍ୟାଚ୍‌ ବିଜୟୀ ହେବା ଜରୁରୀ ହୋଇ ପଡିଛି। ଫଳରେ ମୋହାଲିରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ର ଗୁରୁତ୍ୱ ଆହୁରି ବଢିଯାଇଛି। ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଫର୍ମକୁ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତିତ ଅଛି। ଫଳରେ ପନ୍ତ ଚାପରେ ରହିଛନ୍ତି। ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଆଉ ମାତ୍ର ଗୋଟିଏ ବର୍ଷରୁ ସାମାନ୍ୟ କିଛି ଅଧିକ ସମୟ ରହିଛି। ଏପରି ସ୍ଥଳେ ଅଧିନାୟକ ବିରାଟ କୋହଲି ଦଳ ଗଠନକୁ ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି। ଫଳରେ ଯୁବ ଖେଳାଳିମାନେ ଆଶାନୁରୂପ ପ୍ରଦର୍ଶନ କରିବା ଉପରେ ସେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅଧିକ ସୁଯୋଗ ଦେବାରୁ ସୁବିଧା ନ ଥିବାରୁ ଯୁବ ଖେଳାଳିମାନେ ସୀମତ ମ୍ୟାଚ୍‌ ତଥା ସମୟ ମଧ୍ୟରେ ନିଜର ପ୍ରତିଭା ତଥା ଦକ୍ଷତା ପ୍ରତିପାଦନ କରିବାକୁ ପ୍ରୟାସ କରିବେ ବୋଲି ସେ ଆଶା ରଖିଛନ୍ତି।
ଏମାନଙ୍କ ମଧ୍ୟରେ ରହିଛନ୍ତି ୨୧ ବର୍ଷୀୟ ପନ୍ତ। ୨୦୧୭ରେ ସେ ପଦାର୍ପଣ କରିଥିବାରୁ ତାଙ୍କୁ ଏବେ ଯୁବ ଖେଳାଳି ବୋଲି କୁହାଯାଇ ପାରିବ ନାହିଁ। ଏହି ସିରିଜରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ବଲ୍‌ ବୋଲିଂ କରାଯାଇନାହିଁ। ଏହା ସତ୍ତ୍ୱେ ପନ୍ତ ସମସ୍ତଙ୍କ ନଜରରେ ରହିଛନ୍ତି। ବାରମ୍ବାର ବେପରୁଆ ଭାବେ ଭୁଲ ଶଟ୍‌ ଚୟନ କରି ପନ୍ତ ନିଜର ଉଇକେଟ ଫୋପାଡି ଆସିଛନ୍ତି। ଆଉ ଏଭଳି ଭୁଲ ନ କରିବାକୁ ଟିମ୍‌ ମ୍ୟାନେଜମେଣ୍ଟ ପନ୍ତଙ୍କୁ ଅବଶ୍ୟ ସତର୍କ କରାଇଥିବ। ପ୍ରଥମ ମ୍ୟାଚ ପୂର୍ବରୁ ମଧ୍ୟ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ଏ ନେଇ ପନ୍ତଙ୍କୁ ଅବଗତ କରାଇଥିଲେ। ଗତ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ତ୍ରିନିଦାଦରେ ଅନୁଷ୍ଠିତ ମ୍ୟାଚ୍‌ରେ ପନ୍ତ ଖରାପ ଶଟ୍‌ ଚୟନ କରି ପ୍ରଥମ ବଲ୍‌ରେ ହିଁ ଆଉଟ ହୋଇଥିଲେ। ତେଣୁ ଏ ଭଳି ତ୍ରୁଟି ସେ ଯେପରି ନ ଦୋହରାନ୍ତି ସେ ପ୍ରତି ଧ୍ୟାନ ରହିବାର ଆବଶ୍ୟକତା ରହିଛି ବୋଲି ଶାସ୍ତ୍ରୀ କହିଛନ୍ତି। ଜଣେ ଖେଳାଳିଙ୍କ ପ୍ରତିଭା ଥାଉ କି ନଥାଏ ଏଭଳି ତ୍ରୁଟି ଦୋହରାଇବା ଅନାବଶ୍ୟକ ବୋଲି ସେ ସ୍ପଷ୍ଟ କରିଛନ୍ତି। କୋହଲି ମଧ୍ୟ ଧୋନୀଙ୍କୁ ଦଳରେ ନେବାକୁ ଇଚ୍ଛୁକ ରହିଛନ୍ତି। ଏପରି ସ୍ଥଳେ ନିଜ ପ୍ରତିଭାର ଯଥାର୍ଥତା ପ୍ରମାଣ ଦେବାକୁ ପନ୍ତଙ୍କୁ ଉପରେ ଚାପ ବଢିବାରେ ଲାଗିଛି।
ସୋମବାର ନେଟ୍ସରେ ଅବଶ୍ୟ ପନ୍ତ ଜୋରଦାର ଅଭ୍ୟାସ କରିଛନ୍ତି। ପନ୍ତଙ୍କୁ ବାଦ୍‌ ଦେଲେ ଲେଗ୍‌ ସ୍ପିନର ରାହୁଲ ଚହର ଓ ଅଫ୍‌ ସ୍ପିନର ଓ୍ବାଶିଂଟନ ସୁନ୍ଦର ଉପରେ ମଧ୍ୟ ଚାପ ରହିଛି। କୁଲଦୀବ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ପଛରେ ପକାଇ ଏହି ଦୁଇ ସ୍ପିନରଙ୍କୁ କ୍ରମାଗତ ଦ୍ୱିତୀୟଥର ପାଇଁ ସିରିଜରେ ସାମିଲ କରାଯାଇଛି। ବିଶ୍ୱକପ୍‌ ପୂର୍ବରୁ ୨୦ଟି ଟି୨୦ ମ୍ୟାଚ୍‌ ଖେଳାଯିବ। ୮,୯ ଓ ୧୦ ନମ୍ବର ଖେଳାଳି ରନ୍‌ ସ୍କୋର କରନ୍ତୁ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ଆଶା ରଖିଛି। ଦଳରେ ବ୍ୟାଟିଂ ଗଭୀରତ ରହିବା ଉପରେ ଗୁରୁତ୍ୱ ଦିଆଯାଉଛି। ମନୀଷ ପାଣ୍ଡେ ଓ ଶ୍ରେୟାସ ଆୟରଙ୍କ ପାଇଁ ମଧ୍ୟ ଏହି ସିରିଜ ବେଶ୍‌ ଗୁରୁତ୍ୱ ବହନ କରୁଛି। ମିଡଲ ଅର୍ଡରରେ ଏହି ଦୁଇ ଖେଳାଳି ଚମକ ଦେଖାଇବେ ବୋଲି ଆଶା କରାଯାଉଛି। ସେହିପରି ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ସେଭଳି କିଛ ଖାସ୍‌ କରିପାରି ନ ଥିବା ଅଭିଜ୍ଞ ଓପନର ଶିଖର ଧାଓ୍ବନଙ୍କ ପାଇଁ ଏହି ସିରିଜ ସୁଯୋଗ ସୃଷ୍ଟି କରିଛି। ଧାଓ୍ବନ ଏହି ଗ୍ରାଉଣ୍ଡରେ ଟେଷ୍ଟରେ ପଦାର୍ପଣ କରି ୧୮୭ ରନର ଶତକୀୟ ପାଳି ଖେଳିଥିଲେ। ପୁଣି ମୋହଲିରେ ଗତ ମାର୍ଚ୍ଚରେ ସେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ୧୪୩ ରନର ଶତକୀୟ ପାଳି ଖେଳିଥିଲେ। ଫଳରେ ଏଠାରେ ସେ ପୁଣି କମାଲ କରିବା ଆଶା କରାଯାଉଛି।
ଅପରପକ୍ଷରେ ଦକ୍ଷିଣ ଆଫ୍ରକା ପାଇଁ ଭାରତକୁ ହରାଇବା ବଡ଼ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଦଳ ପୁନର୍ଗଠନ ପ୍ରକ୍ରିୟ ଦେଇ ଗତି କରୁଥିବାରୁ ଦକ୍ଷିଣ ଆଫ୍ରିକା କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେବ। ତାରକା ଦ୍ରୁତ ବୋଲର କାଗିସୋ ରାବାଡ଼ାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲିଂ ଘରୋଇ ଦଳ ପାଇଁ ଅବଶ୍ୟ ସମସ୍ୟା ସୃଷ୍ଟି କରାଇବ। ମ୍ୟାଚ୍‌ ଜିତିବା ପାଇଁ ଭାରତୀୟ ଅଧିନାୟକ କୋହଲିଙ୍କୁ ରୋକିବାକୁ ଭ୍ରମଣକାରୀ ବୋଲର ପ୍ରୟାସ କରିବେ। ଏହି ମ୍ୟାଚ୍‌ର କଡ଼ା ସଂଘର୍ଷ ଦେଖବାକୁ ମିଳିବ ଓ ଏହା ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ରିଷଭ ପନ୍ତ (ଉଇକେଟ- କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କ୍ରୁନାଲ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ରାହୁଲ ଚହର, ଖଲିଲ ଅହମ୍ମଦ, ଦୀପନ ଚହର ଓ ନବଦୀପ ସଇନି।
ଦକ୍ଷିଣ ଆଫ୍ରିକା ଦଳ: କ୍ୱିଣ୍ଟନ ଡିକକ୍‌ (ଅଧିନାୟକ), ରାସି ଭାନ ଡେର ଡୁସେନ (ଉପ- ଅଧିନାୟକ), ଟେମ୍ବା ବଭୁମା, ଜୁନିୟର ଡାଲା, ବିଜର୍ନ ଫଚ୍ୟୁନ୍‌, ବେଉରାନ ଡେଣ୍ଡ୍ରିକ୍ସ, ରିଜା ହେଣ୍ଡ୍ରିକ୍ସ, ଡେଭିଡ ମିଲର, ଅନରିଚ୍‌ ନୋର୍ଜ, ଆଣ୍ଡିଲ ଫେଲୁକ୍ୱାଓ, ଡ୍ବେନ ପ୍ରିଟୋରିୟସ, କାଗିସୋ ରାବାଡ଼ା, ତାବ୍ରେଜ୍‌ ଶାମସି ଓ ଜର୍ଜ ଲିଣ୍ଡେ।
ସମୟ: ୭ଟା
ସ୍ଥାନ: ମୋହାଲି


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri