Posted inଖେଳ

ଭାରତ ‘ଏ’-ଦକ୍ଷିଣ ଆଫ୍ରିକା ‘ଏ’ ଦିନିକିଆ ସିରିଜ : ମନୀଷ, ଆୟାର ଅଧିନାୟକ

ମୁମ୍ବାଇ, ୨୦ା୮(ପି.ଟି.)- ଚଳିତମାସ ୨୯ ତାରିଖରେ ଥିରୁଭାନନ୍ତପୁରମଠାରେ ଭାରତ‘ଏ’-ଦକ୍ଷିଣ ଆଫ୍ରିକା ‘ଏ’ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ। ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ୩ଟି ମ୍ୟାଚରେ ମନୀଷ ପାଣ୍ଡେ ଭାରତ‘ଏ’ର ଅଧିନାୟକ ରହିବେ। ପରବର୍ତ୍ତୀ ୨ଟି ମ୍ୟାଚରେ ଶ୍ରେୟାସ ଆୟାର ନେତୃତ୍ୱ ବହନ କରିବେ। ଉଦୀୟମାନ ପ୍ରତିଭା ଶୁବମନ ଗିଲ ଉଭୟ ଅଧିନାୟକଙ୍କ ଅଧିନରେ ଖେଳିବେ। ଅନ୍ୟମାନଙ୍କ ମଧ୍ୟରେ ବିଜୟ ଶଙ୍କର, ଅନମୋଲପ୍ରୀତ ସିଂ, ରିକି ଭୁଇ, ଶାର୍ଦ୍ଦୁଳ ଠାକୁର, ଅକ୍ଷର ପଟେଲ ଓ ନୀତୀଶ ରାଣା ମଧ୍ୟ ସୁଯୋଗ ପାଇଛନ୍ତି। ମନୀଷଙ୍କ ନେତୃତ୍ୱାଧୀନ ଦଳରେ ଇଶାନ କିଷନ ଉଇକେଟ କିପର ଦାୟିତ୍ୱ ସମ୍ଭାଳିବେ। ଆୟାରଙ୍କ ଅଧିନାୟକତ୍ୱରେ ସଞ୍ଜୁ ସାମସନ ଷ୍ଟମ୍ପ୍ସ ପଛରେ ଦାୟିତ୍ୱ ନିର୍ବାହ କରିବେ। ପ୍ରଥମ ତିନୋଟି ମ୍ୟାଚରେ ଲେଗସ୍ପିନର ୟୁଜବେନ୍ଦ୍ର ଚହଲ ଖେଳିବେ। ମ୍ୟାଚ ଗୁଡ଼ିକ ଥିରୁଭାନନ୍ତପୁରମଠାରେ ଅଗଷ୍ଟ ୨୯, ୩୧, ସେପ୍ଟେମ୍ବର ୨, ୪ ଓ ୮ ତାରିଖରେ ଅନୁଷ୍ଠିତ ହେବ। ଜାତୀୟ ସିନିୟର ଚୟନ କମିଟି ବୈଠକ ବସି ଏହି ଦୁଇ ଦଳ ମନୋନୟନ କରାଯାଇଛି।
ମନୀଷଙ୍କ ନେତୃତ୍ୱରେ ଭାରତ ‘ଏ’: ମନୀଷ ପାଣ୍ଡେ(ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶୁବମନ ଗିଲ, ଅନମୋଲପ୍ରୀତ ସିଂ, ରିକି ଭୁଇ, ଇଶାନ କିଷନ(ଉଇକେଟ କିପର), ବିଜୟ ଶଙ୍କର, ଶିଭମ୍‌ ଦୁବେ, କୃନାଲ ପାଣ୍ଡ୍ୟା, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଖଲୀଲ ଅହମ୍ମଦ, ନୀତୀଶ ରାଣା।
ଆୟାରଙ୍କ ନେତୃତ୍ୱରେ ଭାରତ ‘ଏ’: ଶ୍ରେୟାସ ଆୟାର(ଅଧିନାୟକ), ଶୁବମନ ଗିଲ, ପ୍ରଶାନ୍ତ ଚୋପ୍ରା, ଅନମୋଲପ୍ରୀତ ସିଂ, ରିକି ଭୁଇ, ସଞ୍ଜୁ ସାମସନ(ଉଇକେଟ କିପର), ନୀତୀଶ ରାଣା, ବିଜୟ ଶଙ୍କର, ଶିଭମ୍‌ ଦୁବେ, ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ରାହୁଲ ଚହର, ଶାର୍ଦ୍ଦୁଳ ଠାକୁର, ତୁଷାର ଦେଶପାଣ୍ଡେ, ଇଷାନ ପୋରେଲ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣାରେ ବଙ୍ଗଳା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ୫ ଅଭିଯୁକ୍ତ ଗିରଫ

ସୋନାରପୁର,୩୧।୫: ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟ ସାଧାରଣ ସମ୍ପାଦକ ଏବଂ ଏମପି ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି।…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

ହର୍ମୁଜ ପ୍ରଣାଳୀରେ ଇରାନ ଅଭିମୁଖେ ଯାଉଥିବା ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ; ଆମେରିକା କଲାଣି ଏମିତି ଦାବି ଚିନ୍ତାରେ ପଡ଼ିଲାଣି ସାରା ବିଶ୍ୱ

ତେହରାନ,୩୧।୫: ଶନିବାର ଆମେରିକା ଚେତାବନୀ ଦେଇଛି ଯେ ଆବଶ୍ୟକ ହେଲେ ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପ୍ରସ୍ତୁତ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର କହିଛନ୍ତି…

ସୂର୍ଯ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ନିହତ; ମା’ କହିଲେ: ‘ଘର ଉପରେ ମଧ୍ୟ ବୁଲଡୋଜର ଚଲାଇ ଦିଅ’

ନୂଆଦିଲ୍ଲୀ,୩୧।୫: ଗାଜିଆବାଦରେ ସୂର୍ଯ୍ୟା ଚୌହାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆସଦ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ଇନ୍ଦିରାପୁରମରେ ଆସଦକୁ ଏନକାଉଣ୍ଟରରେ ନିଯୁକ୍ତ କରିଥିଲା। ଏହି…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri