Posted inଜାତୀୟ

ଭାଜପା ଛାଡ଼ିବାକୁ ଆସାମ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ପ୍ରସ୍ତାବ

ଗୁଆହାଟୀ,୧୩ା୧(ପି.ଟି.): ବିଧାୟକମାନଙ୍କ ସହ ଭାଜପା ଛାଡ଼ି ସିଏଏ ବିରୋଧୀ ସରକାର ଗଠନ କରିବାକୁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କୁ ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆ ପ୍ରସ୍ତାବ ଦେଇଛନ୍ତି। ସୋନୋଓ୍ବାଲଙ୍କ ନେତୃତ୍ୱରେ ବିକଳ୍ପ ସରକାରକୁ କଂଗ୍ରେସ ସମର୍ଥନ ଯୋଗାଇଦେବ ବୋଲି ସେ କହିଛନ୍ତି। ଜାନୁୟାରୀ ୧୦ରୁ ଦେଶରେ ସିଏଏ କାର୍ଯ୍ୟକାରୀ ହେଲା ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାକୁ ଆସାମରେ ଲାଗୁ ନ କରିବାକୁ ହେଲେ ବିକଳ୍ପ ସରକାରର ଆବଶ୍ୟକତା ରହିଛି। ଏଥିପାଇଁ ସୋନୋଓ୍ବାଲ ଓ ତାଙ୍କର ଦଳୀୟ ବିଧାୟକମାନେ ଭାଜପା ଛାଡ଼ି ସ୍ବାଧୀନ ଭାବେ ସରକାର ଗଠନ କଲେ ଆମେ ସମର୍ଥନ ଯୋଗାଇଦେବୁ ବୋଲି ସାଇକିଆ ଖବରଦାତାମାନଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ଏକା ହୋଇଗଲା ଆମେରିକା, ଟ୍ରମ୍ପଙ୍କ ହାତ ଛାଡିଦେଲେ ଏହି ସବୁ ନିକଟତମ ବନ୍ଧୁ ଦେଶ

ଓ୍ବାଶିଂଟନ୍‌,୧୫।୪: ଇରାନ ସହିତ ଯୁଦ୍ଧରେ ଗଭୀର ଭାବରେ ଜଡିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଏହି ଆଘାତ ତାଙ୍କ ନିଜ…

ଚାଇନାକୁ ଲାଗିବ ବଡ଼ ଝଟ୍‌କା: ଜୀବନରେଖା ଶେଷ କରିଦେବେ ଟ୍ରମ୍ପ! ଆମେରିକାର ସାଥ୍‌ ଦେବ ଭାରତ

ଓ୍ବାଶିଂଟନ୍‌,୧୫।୪: ମଧ୍ୟପ୍ରାଚ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ନୂତନ ପ୍ରସଙ୍ଗ ଉଭା ହୋଇଛି ଯାହା ବିଶ୍ୱ ଦୃଷ୍ଟି ଆକର୍ଷଣ କରିଛି। ଆମେରିକା ଇରାନ…

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

ବିଜେଡି-କଂଗ୍ରେସ ମେଣ୍ଟକୁ ନେଇ ବଢୁଛି ଚର୍ଚ୍ଚା: ମନମୋହନ ଦେଲେ ଏମିତି ପରାମର୍ଶ

ଭୁବନେଶ୍ୱର,୧୫।୪(ସୁନିତ୍‌ ମିଶ୍ର):୨୦୨୭ରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ। ଏଥିଲାଗି ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇସାରିଛି। ଆସନ ସଂରକ୍ଷଣ ଆସନ୍ତା ୩୦ ତାରିଖ ସୁଦ୍ଧା ଶେଷ କରିବାକୁ…

ଆହୁରି ବଢ଼ିବ ତାତି: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୫।୪ (ବନ୍ଦନା ସେଠୀ): ରାଜ୍ୟରେ ଆହୁରି ବଢିବ ତାତି। ଗରମ ତାୱାରେ ଜଳିବ ଓଡ଼ିଶା। ସେହିପରି ଆସନ୍ତା ୬ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଲାଗିରହିବ। ଦିନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri