ଭରତପୁର କୋଇଲା ଖଣିରେ ଦୁର୍ଘଟଣା: ୬ ଦିନ ପରେ ସିଏମ୍‌ଡିଙ୍କ ଘଟଣାସ୍ଥଳ ପରିଦର୍ଶନ

ତାଳଚେର,୨୯।୭(ନି.ପ୍ର.): ଭରତପୁର କୋଇଲା ଖଣିରେ ଦୁର୍ଘଟଣାର ୬ଦିନ ପରେ ସୋମବାର ଏମ୍‌ସିଏଲ୍‌ର ସିଏମ୍‌ଡି ବି.ଏନ୍‌. ଶୁକ୍ଳା ଭରତପୁର କୋଇଲାଖଣି ପରିଦର୍ଶନ କରିଛନ୍ତି। ପୂର୍ବାହ୍ନରେ ଶୁକ୍ଳା ଭରତପୁର ଖଣିରେ ପହଞ୍ଚି ଦୁର୍ଘଟଣାସ୍ଥଳ ଏବଂ ଚାଲିଥିବା ଉଦ୍ଧାର କାର୍ଯ୍ୟ ବୁଲି ଦେଖିଥିଲେ। ପରେ ଏମ୍‌ସିଏଲ୍‌ର ପଦାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପୋତିହୋଇ ରହିଥିବା ୩ ଶ୍ରମିକଙ୍କ ମୃତଦେହ ଏବଂ ଅନ୍ୟ ଜଣେ ଶ୍ରମିକଙ୍କ ଗୋଟିଏ ଗୋଡ଼, ହାତ ଓ ଶରୀରର କିଛି ଅଂଶ ମିଳିଥିଲା। ଏହା କାହାର ଜଣାପଡ଼ି ନାହିଁ । ଏ ପର୍ଯ୍ୟନ୍ତ ସିକ୍ୟୁରିଟି ଗାର୍ଡ ରମେଶ ଦାସଙ୍କ ମୃତଦେହ ମିଳିନାହିଁ । ସୋମବାର ରମେଶଙ୍କ ପରିବାର ଲୋକେ ଗେଷ୍ଟହାଉସରେ ସିଡିଏମ୍‌ଙ୍କୁ ଭେଟି ତୁରନ୍ତ ତାଙ୍କ ପୁଅର ମୃତଦେହ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

ରାମଜୀ ଡିଗ୍ରୀ କଲେଜରେ ଯୋଗ ଶିବିର: ମାନସିକ ସୁସ୍ଥତା ପାଇଁ…

ଦିଗପହଣ୍ଡି, ୨୦|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ ଏକ ଯୋଗ ଶିବିର ଓ ସଚେତନତା…

ଗାଁକୁ ପଶି ଆସିଲା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୦।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜଙ୍ଗଲକ୍ଷୟ ହେବା ଯୋଗୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଏହି ପରିପ୍ରେକ୍ଷୀରେ ଏକ ଭାଲୁ କୋକସରା ଫରେଷ୍ଟ ସେକ୍ସନ ଚିକିଲି…

ଦିଗପହଣ୍ଡିରେ ‘ବିକାଶର ଧାରା ଓଡ଼ିଶା ସାରା’ କର୍ମଶାଳା: ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଉପରେ ଚାଷୀଙ୍କୁ …

ଦିଗପହଣ୍ଡି, ୨୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି କୃଷି ବିଭାଗ ପକ୍ଷରୁ ଶନିବାର ଦିନ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ‘ବିକାଶର ଧାରା ଓଡ଼ିଶା…

ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି ତେଜିଲା

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି କରିଛି କଳାହାଣ୍ଡି ସରପଞ୍ଚ ସଂଘ। ଶନିବାର ରାଜ୍ୟ ସରପଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri