Posted inଜାତୀୟ

ବ୍ୟାପୁଛି ସିଏଏ ବିରୋଧୀ ଆନ୍ଦୋଳନ ନିଆଁ: ୟୁପିରେ ହିଂସା: ୬ ମୃତ

ଲକ୍ଷ୍ନୌ/କାନପୁର,୨୧ା୧୨: ଉତ୍ତରପ୍ରଦେଶରେ ଶୁକ୍ରବାର ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ବିଭିନ୍ନ ସ୍ଥାନରେ ହିଂସାର ରୂପ ନେଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ପୋଲିସ ସ୍ପଷ୍ଟ କରିଛି। ଏହାକୁ ମିଶାଇ ଉତ୍ତରପ୍ରଦେଶରେ ବିକ୍ଷୋଭଜନିତ ମୃତ୍ୟୁସଂଖ୍ୟା ୭ରେ ପହଞ୍ଚତ୍ଛି। ତେବେ ପୋଲିସ ଗୋଟିଏ ହେଲେ ଗୁଳି ଚଳାଇ ନ ଥିବା ୟୁପି ପୋଲିସ ମହାନିର୍ଦ୍ଦେଶକ ଓ.ପି. ସିଂ କହିଛନ୍ତି। ଯଦି ଫାୟାରିଂ ହୋଇଥାଏ ତେବେ ବିକ୍ଷୋଭକାରୀ କରିଥିବେ ବୋଲି ଅନ୍ୟ ଜଣେ ପୋଲିସ ଅଧିକାରୀ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ ବିଜ୍‌ନୋରରେ ୨ ଜଣ, ସମ୍ଭାଲ, ଫିରୋଜାବାଦ, ମିରଟ ଓ କାନପୁରରେ ଜଣେ ଲେଖାଏ ବିକ୍ଷୋଭକାରୀ ପ୍ରାଣ ହରାଇଛନ୍ତି। ଶୁକ୍ରବାର ନମାଜ ପାଠ ପରେ ଉତ୍ତରପ୍ରଦେଶର ୧୩ଟି ଜିଲାରେ ସିଏଏ ବିରୋଧରେ ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୧୪୪ ଧାରାକୁ ଉଲ୍ଲଂଘନ କରି ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇବା ସହ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇଥିଲେ। କାନପୁରରେ ଗୁଳିମାଡ଼ରେ ୧୨ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଛି। ବିଭିନ୍ନ ସ୍ଥାନରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଗୁଳିମାଡ଼ରେ ଆହତ ଆସିଫ (୨୦)ଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ସଲିମ ମିରଟର ଆନନ୍ଦ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୯ ଜଣଙ୍କୁ କାନପୁରର ଲାଲା ଲଜପତ୍‌ ରାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ପେଟରେ, ଜଣକ ଛାତିରେ ଓ ଅନ୍ୟମାନଙ୍କ ଗୋଡ଼ରେ ଗୁଳି ବାଜିଥିବା ଡାକ୍ତର ସଞ୍ଜୟ କାଲା କହିଛନ୍ତି। ତେବେ ପୋଲିସ ଗୁଳି ଚଳାଇ ନ ଥିବା କାନପୁର ଜୋନ୍‌ ଏଡିଜି ପ୍ରେମ୍‌ ପ୍ରକାଶ କହିଛନ୍ତି। ୟୁପିର ଗୋରଖପୁର, ଦେଓବନ୍ଦ, ମୁଜାଫରନଗର, ହାପୁର, ଶାମ୍‌ଲି, ପ୍ରୟାଗରାଜ୍‌, ବୁଲନ୍ଦସହର, ମିରଟ, ଫିରୋଜାବାଦ, ବାରାଣସୀ, ଫାରୁକାବାଦ, ବିଜ୍‌ନୋର, ଭାଦୋଇ ଏବଂ ହମିରପୁରରେ ହିଂସାକାଣ୍ଡ ଘଟିଛି। ବିଭିନ୍ନ ଜିଲାରେ ଉତ୍ତେଜନା ଲାଗି ରହିଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପର୍ଯ୍ୟାପ୍ତ ପୋଲିସ ମୁତୟନ କରାଯାଇଛି। କାନପୁରର ବାବୁପୁରଓ୍ବାରେ ଶୁକ୍ରବାର ନମାଜପାଠ ପରେ ହଜାର ହଜାର ଲୋକ ୧୪୪ ଧାରାକୁ ଉଲ୍ଲଂଘନ କରି ଆନ୍ଦୋଳନରେ ସାମିଲ ହୋଇଥିଲେ। ହଲିମ ମୁସ୍‌ଲିମ କଲେଜରୁ ଫୁଲବାଗ ପର୍ଯ୍ୟନ୍ତ ସେମାନେ  ପ୍ରତିବାଦ ଶୋଭାଯାତ୍ରାରେ ବାହାରିଥିବାବେଳେ ଶୋ‘ରୁମ୍‌ ଓ ଗାଡ଼ି ଭଙ୍ଗାରୁଜା କରିବା ସହ ପୋଲିସ ଉପରକୁ ଟେକାମାଡ଼ କରିଥିଲେ। ଉତ୍ତ୍ୟକ୍ତ ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ଯାଇ ପୋଲିସ ଲାଠିଚାଳନା କରିଥିଲେ।
ଫିରୋଜାବାଦରେ ମଧ୍ୟ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଉତ୍ତ୍ୟକ୍ତ ଜନତା ପୋଲିସ ଉପରକୁ ଢେଲାମାଡ଼ କରିବା ସହ କେତେକ ଗାଡ଼ି ପୋଡ଼ିଦେଇଥିଲେ। ଶାମ୍‌ଲିର ଆଜାଦ ଚୌକଠାରେ ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ପୋଲିସ ମୃଦୁ ଲାଠିଚାଳନା କରିଥିଲା। ହାପୁର ଏବଂ ମୁଜାଫରନଗରରେ ମଧ୍ୟ ଅନୁରୂପ ସ୍ଥିତି ଦେଖାଦେଇଥିଲା।
ଗୋରଖପୁରରେ ଟେକାମାଡ଼ କରୁଥିବା ବିକ୍ଷୋଭକାରୀଙ୍କୁ ପୋଲିସ ଲାଠିମାଡ଼ କରିଥିଲା। ଦେଓବନ୍ଦରେ ୨୫୦୦ ବିକ୍ଷୋଭକାରୀ ସରଫତା ବଜାରରୁ ଖାନ୍‌କା ପୋଲିସ ଆଉଟପୋଷ୍ଟ ଆଡ଼କୁ ସିଏଏ ବିରୋଧୀ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବାହାରିଥିଲେ। ବାରାଣସୀରେ ସିଏଏ ବିରୋଧୀ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ଥିଲା। ଆନ୍ଦୋଳନକାରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପୋଲିସ ଅଧିକାରୀଙ୍କୁ ଦେଇଥିଲେ।
ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ବିକ୍ଷୋଭକାରୀ ଏକ କାର୍‌ ଜାଳିଦେଇଥିବାବେଳେ ଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ସୁରକ୍ଷା କର୍ମୀଙ୍କୁ ଢେଲାମାଡ଼ କରିଥିଲେ। ବିକ୍ଷୋଭକାରୀଙ୍କୁ ତଡ଼ିବା ପାଇଁ ପୋଲିସ ପାଣିମାଡ଼ କରିବା ସହ ଲାଠିଚାଳନା କରିଥିଲା। ଏହାବ୍ୟତୀତ ମହାରାଷ୍ଟ୍ର, କର୍ନାଟକ-କେରଳ ସୀମାନ୍ତ ଅଞ୍ଚଳରେ ଆନ୍ଦୋଳନ ହିଂସାତ୍ମକ ହୋଇଥିଲା। ଉତ୍ତରପ୍ରଦେଶ, ଦିଲ୍ଲୀ ସମେତ ବିଭିନ୍ନ ଅଞ୍ଚଳରେ କର୍ତ୍ତୃପକ୍ଷ ମୋବାଇଲ, ଇଣ୍ଟରନେଟ ଏବଂ ଏସ୍‌ଏମ୍‌ଏସ୍‌ ସେବା ବନ୍ଦ କରିଦେଇଛନ୍ତି। ଭୀମ ଆର୍ମୀ ପକ୍ଷରୁ ଉତ୍ତର ଦିଲ୍ଲୀର ଜାମା ମସ୍‌ଜିଦଠାରୁ ଯନ୍ତରମନ୍ତର ପର୍ଯ୍ୟନ୍ତ ରାଲି ବାହାରିଥିବାବେଳେ ପୋଲିସ ଏହାକୁ ଅନୁମତି ଦେଇ ନ ଥିଲା। ତେବେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଗିରଫ ହେବା ପୂର୍ବରୁ ଖସିଯାଇଥିଲେ। ଆନ୍ଦୋଳନ ଯୋଗୁ ଦିଲ୍ଲୀର ୧୭ଟି ମେଟ୍ରୋ ଷ୍ଟେଶନକୁ ବନ୍ଦ କରିଦିଆଯାଇଛି। କେତେକ ସଂଗଠନ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୋଲିସକୁ ଗୋଲାପ ଫୁଲ ଦେଇଥିଲେ।
ସିଏଏ ଏବଂ ଏନ୍‌ଆର୍‌ସି ବିରୋଧୀ ବିକ୍ଷୋଭ ବେଳେ ଉତ୍ତ୍ୟକ୍ତ ଲୋକେ ଏମ୍‌ଏସ୍‌ଆରଟିସିର ୧୨ଟି ବସ୍‌ ଏବଂ ଏକ ଦଳକଳ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି। ବିଦ୍‌ ଅଞ୍ଚଳରେ ଉତ୍ତ୍ୟକ୍ତ ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ପୋଲିସ ଲାଠିଚାଳନା କରିଥିଲା। ବିଦ୍‌ ଓ ନାଣ୍ଡେଡ୍‌ରେ ବସ୍‌ ଡିପୋ ଉପରକୁ ବିକ୍ଷୋଭକାରୀମାନେ ଟେକାମାଡ଼ କରିଥିଲେ। ଉତ୍ତେଜନାପ୍ରବଣ ଅଞ୍ଚଳଗୁଡ଼ିକରେ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି। ଗୁରୁବାର ହିଂସାତ୍ମକ ବିକ୍ଷୋଭ ବେଳେ ପୋଲିସ ଗୁଳିରେ ମାଙ୍ଗାଲୋରରେ ୨ ଓ ଲକ୍ଷ୍ନୌରେ ଜଣକର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri