ବ୍ୟାନ୍‌ ହେଲା ଇ-ସିଗାରେଟ

ନୂଆଦିଲ୍ଲୀ,୧୯-୯: କେନ୍ଦ୍ରର ମୋଦି ସରକାର ଦେଶରେ ଇ-ସିଗାରେଟକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଫଳରେ ଭାରତରେ ଏଣିକି ଇ-ସିଗାରେଟ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିବ। ଖୁବଶୀଘ୍ର ଏ ସମ୍ପର୍କରେ ଏକ ଅଧ୍ୟାଦେଶ ଜାରି କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଛନ୍ତି।
ଏଠାରେ ଆୟୋଜିତ ଖବରଦାତା ବୈଠକରେ ଯୋଗ ଦେଇ ସୀତାରାମନ୍‌ କହିଛନ୍ତି ଯେ, ଇ-ସିଗାରେଟ ବ୍ୟାନ୍‌ ଅର୍ଥ ଏଣିକି ଏହାର ଉତ୍ପାଦନ, ଆମଦାନୀ-ରପ୍ତାନି, ପରିବହନ, ବିକ୍ରି, ବିତରଣ ଏବଂ ବିଜ୍ଞାପନ ପ୍ରସାରଣ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ହେବ। ସୀତାରାମନ୍‌ କହିଛନ୍ତି ଯେ, ଇ-ସିଗାରେଟର ୪୦୦ ପ୍ରକାର ବ୍ରାଣ୍ଡ୍‌ ଓ ୧୫୦ ପ୍ରକାର ଫ୍ଲେଭର୍‌ ରହିଛି। ଏମାନଙ୍କ ମଧ୍ୟରୁ ଗୋଟିଏ ହେଲେ ଭାରତରେ ତିଆରି ହେଉନାହିଁ। ଇ-ସିଗାରେଟ ଠାରୁ ଅଧିକ କ୍ଷତିକାରକ ବୋଲି ମନେ କରାଯାଉଥିବା ସିଗାରେଟକୁ ସରକାର କାହିଁକି ବ୍ୟାନ୍‌ କରୁନାହାନ୍ତି ବୋଲି ପ୍ରଶ୍ନ ହେବାରୁ ବୈଠକରେ ଉପସ୍ଥିତ ଥିବା ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଦେକର କହିଛନ୍ତି ଯେ, ଏବେ ଦେଶରେ ଇ-ସିଗାରେଟର ପ୍ରଚଳନ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଯୁବବର୍ଗ ଓ ଶିଶୁଙ୍କୁ ଆରମ୍ଭରୁ ଏହାର କୁଅଭ୍ୟାସରୁ ରକ୍ଷା କରିବା ଲାଗି ସରକାର ଉଚିତ୍‌ ସମୟରେ ନିଷ୍ପତ୍ତି ନେଇଛନ୍ତି। ସୀତାରାମନ୍‌ କହିଛନ୍ତି ଯେ, ସରକାର ଇ-ହୁକାକୁ ମଧ୍ୟ ବ୍ୟାନ୍‌ କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ପ୍ରୀତି ସୁଦନ କହିଛନ୍ତି ଯେ, ଇ-ସିଗାରେଟ ବିକ୍ରି, ଆମଦାନୀ ଓ ରପ୍ତାନି କଲା ବେଳେ ପ୍ରଥମଥର ଧରାପଡିଲେ ଅଭିଯୁକ୍ତଙ୍କୁ ୧ ବର୍ଷ ଜେଲଦଣ୍ଡ ଅଥବା ତାଙ୍କ ଠାରୁ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବ, କିମ୍ବା ଉଭୟ ଏକାସାଙ୍ଗରେ ଲାଗୁ କରାଯିବ। ବାରମ୍ବାର ଧରାପଡିଲେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୩ ବର୍ଷର ଜେଲଦଣ୍ଡ ବ୍ୟବସ୍ଥା ରହିଛି। ଜାଭଦେକର କହିଛନ୍ତି ଯେ, ସାରା ବିଶ୍ୱରେ କେଉଁଠି କ’ଣ ହେଉଛି, ତା’ର ପୃଷ୍ଠଭୂମି ରହିଛି। କିନ୍ତୁ ଭାରତରେ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ଗୁଡ଼ିକ ଏହାକୁ ନେଇ ଅନୁସନ୍ଧାନ କରୁଛନ୍ତି। ଏମ୍ସ, ଟାଟା ଓ ଅନ୍ୟାନ୍ୟ ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକ ତଥା ଡାକ୍ତରମାନେ ଇ-ସିଗାରେଟ ଓ ଇ-ହୁକାକୁ ବ୍ୟାନ୍‌ କରିବାକୁ ସୁପାରିସ୍‌ କରିଛନ୍ତି। ଟେକ୍ନିକାଲ କମିଟି ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଯାଞ୍ଚ କରିବା ପରେ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି। ସୂଚନାଥାଉ କି, ଇ-ସିଗାରେଟରେ ତରଳ ପଦାର୍ଥ ଭର୍ତ୍ତି ହୋଇ ରହିଥାଏ। ଏହା ନିକୋଟିନ୍‌ ଓ ଅନ୍ୟ ହାନିକାରକ ପଦାର୍ଥର ସମ୍ମିଶ୍ରଣ ତିଆରି। ଇ-ସିଗାରେଟକୁ ଟାଣିବା କ୍ଷଣି ଏଥିରେ ଲାଗିଥିବା ହିଟିଂ ଡିଭାଇସ୍‌ ଏହି ତରଳ ପଦାର୍ଥକୁ ଗରମ କରି ଧୂଅଁାରେ ପରିଣତ କରିଥାଏ। ଏହି କାରଣରୁ ଏହାକୁ ସ୍ମୋକିଂ ବଦଳରେ ଭ୍ୟାପିଙ୍ଗ୍‌ କୁହାଯାଉଛି। ଆଜିକାଲି ଯୁବବର୍ଗ ପାରମ୍ପରିକ ସିଗାରେଟ ବଦଳରେ ଇଲେକ୍ଟ୍ରୋନିକ ସିଗାରେଟ ବ୍ୟବହାର କରୁଥିବା ଦେଖାଯାଇଛି। ସେମାନଙ୍କ ମତରେ ଧୂଆଁ ସୃଷ୍ଟି କରୁଥିବା ସିଗାରେଟ ବଦଳରେ ଏହା ସ୍ବାସ୍ଥ୍ୟ ପକ୍ଷେ କମ୍‌ ହାନିକାରକ । କିନ୍ତୁ ବାସ୍ତବ ଚିତ୍ର ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ପାରମ୍ପରିକ ସିଗାରେଟ ଭଳି ଇ-ସିଗାରେଟ ମଧ୍ୟ ସମାନ ମାତ୍ରାରେ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଏକ ରିପୋର୍ଟରେ ପ୍ରକାଶ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯାତ୍ରୀମାନଙ୍କ ପାଇଁ ଖୁସି ଖବର! ଟ୍ରେନ ଟିକେଟ୍‌ରେ ୭୫% ପର୍ଯ୍ୟନ୍ତ ରିହାତି, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍‌ଲୀ,୧୮।୬: ଭାରତୀୟ ରେଳବାଇ (Indian Railways) ଦେଶର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଯାତ୍ରାକୁ ସହଜ, ସୁରକ୍ଷିତ ଏବଂ ଶସ୍ତା କରିବା ପାଇଁ କ୍ରମାଗତ ଭାବେ ପ୍ରୟାସ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଆଜି ୫୦ ହଜାର କୋଟି ସାମ୍ରାଜ୍ୟର ମାଲିକ ୨୫ ବର୍ଷର ଏହି ଯୁବକ! ୧୪ ବର୍ଷ ବୟସରୁ କଲେଜ ଛାଡି ଆରମ୍ଭ କରିଥିଲେ…

ନୂଆଦିଲ୍ଲୀ,୧୭।୬: : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ (SpaceX), ଏଆଇ-ଆଧାରିତ (AI-based) କୋଡିଂ ପ୍ଲାଟଫର୍ମ ‘କର୍ସର’ (Cursor)ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଇଙ୍କ’ (Anysphere Inc)କୁ ୬୦…

ଇଥାନଲ୍ ବ୍ୟବସାୟରୁ ବମ୍ପର ଲାଭ! କମ୍ ନିବେଶରେ କୋଟିପତି ବନାଇବ ଏହି ୩ଟି ସୁପରହିଟ୍ ବିଜନେସ୍ ଆଇଡିଆ

ନୂଆଦିଲ୍‌ଲୀ,୧୭।୬: ଭାରତରେ ଗ୍ରୀନ ଏନର୍ଜି (ଶକ୍ତି) ଏବଂ ବୈକଳ୍ପିକ ଇନ୍ଧନର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଇଥାନଲ (Ethanol) ଏଭଳି ଏକ ସେକ୍ଟର…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri