Posted inଖେଳ

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ ଜାନୁୟାରୀକୁ ଘୁଞ୍ଚିଲା

ନୂଆଦିଲ୍ଲୀ,୨୯।୫(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ର କାର୍ଯ୍ୟସୂଚୀ ମଧ୍ୟ ପ୍ରଭାବିତ ହୋଇଛି। ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡରେ ଆଗାମୀ ସେପ୍ଟେମ୍ବରରେ ଏହି ମେଗା ଇଭେଣ୍ଟ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଶୁକ୍ରବାର ଏହାର କାର୍ଯ୍ୟକ୍ରମ ପୁନଃ ନିର୍ଦ୍ଧାରିତ ହୋଇଛି। ଏବେ ଏହି ଚାମ୍ପିୟନଶିପ୍‌କୁ ଆସନ୍ତାବର୍ଷ ଜାନୁୟାରୀରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜାନୁୟାରୀ ୧୮ରୁ ୨୪ ତାରିଖ ମଧ୍ୟରେ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ ଆୟୋଜନ ହେବ ବୋଲି ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ସୂଚନା ଦେଇଛି।
ସେହିପରି ଏହା ପୂର୍ବରୁ ବିଶ୍ୱ ଜୁନିୟର ମିକ୍ସଡ ଟିମ୍‌ ଚାମ୍ପିୟନଶିପ୍‌କୁ ମଧ୍ୟ ନୂଆ କାର୍ଯ୍ୟସୂଚୀ ଅନୁଯାୟୀ ଜାନୁୟାରୀ ୧୧ରୁ ୧୬ ତାରିଖ ମଧ୍ୟରେ ଖେଳାଯିବ ବୋଲି ବିଡବ୍ଲ୍ୟୁଏଫ୍‌ କହିଛି। ନୂଆ କାର୍ଯ୍ୟସୂଚୀ ଘୋଷଣା ହୋଇଥିବାରୁ ବିଡବ୍ଲ୍ୟୁଏଫ୍‌ ଓ ବ୍ୟାଡମିଣ୍ଟନ ନ୍ୟୁଜିଲାଣ୍ଡ ଟୁର୍ନାମେଣ୍ଟର ସଫଳ ଆୟୋଜନ ପାଇଁ ପର୍ଯ୍ୟାପ୍ତ ସମୟ ଓ ସୁବିଧା ପାଇବେ। ଫଳରେ ବହୁ ସଂଖ୍ୟାରେ ଜୁନିୟର ଖେଳାଳି ଅକ୍‌ଲାଣ୍ଡ ଆସି ଏହି ଚାମ୍ପିୟନଶିପ୍‌ରେ ଯୋଗଦେବେ ବୋଲି ଆଶା କରାଯାଉଛି। କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ଆମକୁ ଏପରି ନିଷ୍ପତ୍ତି ନେବାକୁ ହେଲା ବୋଲି ବିଡବ୍ଲ୍ୟୁଏଫ୍‌ ସାଧାରଣ ସମ୍ପାଦକ ଥୋମା ଲୁଣ୍ଡ କହିଛନ୍ତି। ଟୁର୍ନାମେଣ୍ଟ ଆୟୋଜନ ନେଇ ବ୍ୟାଡ୍‌ମିଣ୍ଟନ ନ୍ୟୁଜିଲାଣ୍ଡ ସହ କାର୍ଯ୍ୟ କରିବାକୁ ଆମେ ପ୍ରସ୍ତୁତ ବୋଲି ସେ କହିଛନ୍ତି।
ଏହି ଚାମ୍ପିୟନଶିପ୍‌ରୁ ଏକାଧିକ ବିଶ୍ୱସ୍ତରୀୟ ବ୍ୟାଡ୍‌ମିଣ୍ଟନ ତାରକା ସୃଷ୍ଟି ହୋଇଛନ୍ତି। ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ ଭାରତର ଏକମାତ୍ର ଖେଳାଳିଭାବେ ୨୦୦୮ରେ ପୁଣେରେ ଅନୁଷ୍ଠିତ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ରେ ଟାଇଟଲ ହାସଲ କରିଥିଲେ। ବାଳକ ବିଭାଗରେ ସିରିଲ ବର୍ମା ୨୦୧୫ରେ ରୌପ୍ୟ, ବି ସାଇ ପ୍ରଣୀଥ ଓ ଏଚ୍‌.ଏସ୍‌. ପ୍ରଣୟ ୨୦୧୦ରେ ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲେ। ସେହିପରି ଆର.ଏମ୍‌. ଭି. ଗୁରୁସାଇଦତ୍ତ ଓ ସମୀର ବର୍ମା ୨୦୦୮ ଓ ୨୦୧୧ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। କନାଡ଼ାରେ ଅନୁଷ୍ଠିତ ୨୦୧୮ ସଂସ୍କରଣରେ ଲକ୍ଷ୍ୟ ସେନ୍‌ ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲେ। ପୂର୍ବରୁ ୨୦୨୦ ସେସନର ବାକିଥିବା ପ୍ରତିଯୋଗିତାଗୁଡିକ ପାଇଁ ବିଡ଼ବ୍ଲ୍ୟୁଏଫ୍‌ ପରିବର୍ତ୍ତିତ ନୂଆ କ୍ୟାଲେଣ୍ଡର ଜାରି କରିଛି। ଏଥିସହିତ ଆସନ୍ତାବର୍ଷ ଆୟୋଜନ ହେବାକୁଥିବା ଟୋକିଓ ଅଲିମ୍ପିକ୍ସର କ୍ୱାଲିଫିକେଶନ ପିରିୟଡକୁ ବୃଦ୍ଧି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri