ବ୍ୟାଙ୍କରେ ଦାବିହୀନ ଜମାରାଶି ୨୭% ବଢ଼ିଲା

ନୂଆଦିଲ୍ଲୀ,୨-୭: ଦେଶର ବ୍ୟାଙ୍କଗୁଡ଼ିକରେ ୨୦୧୮ରେ ଦାବିହୀନ ଜମା ରାଶି ପରିମାଣ ୨୬.୮% ବୃଦ୍ଧି ପାଇ ୧୪,୫୭୮ କୋଟି ଟଙ୍କାରେ ପହଞ୍ଚତ୍ଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର ଲୋକସଭାରେ ବିଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ୨୦୧୬ରେ ଦାବିହୀନ ଜମାରାଶି ପରିମାଣ ୮,୯୨୮ କୋଟି ଟଙ୍କା ଥିବାବେଳେ ୨୦୧୭ରେ ଏହା ବୃଦ୍ଧି ପାଇ ୧୧,୪୯୪ କୋଟି ଟଙ୍କା ହୋଇଥିଲା। କେବଳ ଏସ୍‌ବିଆଇ ନିକଟରେ ସର୍ବାଧିକ ୨,୧୫୬.୩୩ କୋଟି ଟଙ୍କା ଦାବିହୀନ ଜମା ଭାବେ ପଡ଼ିରହିଛି। ସେହିପରି ଜୀବନ ବୀମା ସେକ୍ଟରରେ ୧୬,୮୮୭.୬୬ କୋଟି ଏବଂ ଅଣ ଜୀବନ ବୀମା କ୍ଷେତ୍ରରେ ୯୮୯.୬୨ କୋଟି ଟଙ୍କାର କେହି ଦାବିଦାର ନାହାନ୍ତି। ୧୦ ବର୍ଷ ଧରି ପଡିରହିଥିବା ଜମା ଟଙ୍କା ଏବଂ ଏହା ଉପରେ ମିଳୁଥିବା ସୁଧକୁ ଡିପୋଜିଟର ଏଜୁକେଶନ ଆଣ୍ଡ ଆଓ୍ବାରନେସ୍‌ ଫଣ୍ଡକୁ ପଠାଇ ଦିଆଯାଏ ବୋଲି ସୀତାରାମନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri