ବ୍ୟବସାୟୀଙ୍କୁ ୨୧୦୦ କୋଟି ଟଙ୍କାର କ୍ଷତି

ଭୁବନେଶ୍ୱର,୧୨-୫: ଫନୀ ଯୋଗୁ ରାଜ୍ୟ ମଧ୍ୟରେ ବାଣିଜ୍ୟ କାରବାର ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଜିଲାର କ୍ଷୁଦ୍ର ବ୍ୟବସାୟୀ ବାତ୍ୟା ଫନୀ ଦ୍ୱାରା ବୃହତ୍ତ ପରିମାଣର କ୍ଷତି ସହିଛନ୍ତି। ଏହି ୫ ଜିଲା ସମେତ ରାଜ୍ୟର ବ୍ୟବସାୟୀମାନେ ମୋଟ ୨୦୦୦ରୁ ୨୧୦୦ କୋଟି ଟଙ୍କାର କ୍ଷତି ସହିଥିବା ବଜାର ବିଶେଷଜ୍ଞଙ୍କ ପକ୍ଷରୁ ସୂଚନା ରହିଛି।

ରାଜ୍ୟ ବ୍ୟବସାୟୀ ମହାସଂଘର ସଭାପତି ସୁଧାକର ପଣ୍ଡା କହିଛନ୍ତି ଯେ, ଫନୀ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଛି। ଏହା ଯୋଗୁ ରାଜ୍ୟର ୫ ଜିଲାର ବ୍ୟବସାୟୀଙ୍କୁ ପ୍ରଭାବିତ କରିବା ସହ ସେମାନଙ୍କ ବ୍ୟବସାୟକୁ କ୍ଷତି ପହଞ୍ଚାଇଛି। କ୍ଷୁଦ୍ର ବ୍ୟବସାୟୀଙ୍କ ଅଣ୍ଟା ଭାଙ୍ଗିଯାଇଛି। ଛୋଟ ଛୋଟ ଦୋକାନ କରି ଚଳୁଥିବା ଲୋକଙ୍କ ଦୋକାନ ଭାଙ୍ଗିବା ସହ କୋଟି କୋଟି ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଏହା ଫଳରେ ସେମାନେ ପୁଣି ଥରେ ସଳଖି ଛିଡା ହେବାକୁ କଷ୍ଟକର ହୋଇ ପଡିଛି। କଟକର ମାଲଗୋଦାମ, ପୁରୀ ହେଉିକି ଭୁବନେଶ୍ୱରରେ ଫନୀର ପ୍ରଭାବ ବ୍ୟବସାୟୀଙ୍କୁ ବାଧିଛି ବୋଲି ପଣ୍ଡା ସୂଚନା ଦେଇଛନ୍ତି।

ବୀମା ସୁବିଧା ନେଇ ନ ଥିବା କ୍ଷୁଦ୍ର ବ୍ୟବସାୟୀ କ୍ଷତି ଯୋଗୁ ବର୍ତ୍ତମାନ ହଇରାଣ ହେଉଛନ୍ତି। ବ୍ୟବସାୟୀଙ୍କ ଏହି ଅସୁବିଧାକୁ ସରକାର ବିଚାର କରିବା ଆବଶ୍ୟକ ବୋଲି ସଂଘ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି। ବ୍ୟବସାୟୀଙ୍କ ଲାଗି ଆର୍ଥତ୍କ ସହାୟତା ପ୍ୟାକେଜ ଦିଗରେ ସରକାର କାର୍ଯ୍ୟ କରନ୍ତୁ ବୋଲି ସଂଘ ଦାବୀ ଜଣାଇଛି।

ଯେଉଁ ବ୍ୟବସାୟୀମାନେ ଋଣ ନେଇ ବ୍ୟବସାୟ କରୁଛନ୍ତି ବର୍ତ୍ତମାନର କ୍ଷତି ସେମାନଙ୍କୁ ଦୋହଲାଇ ଦେଇଥିବାରୁ ଋଣ ସୁଝିବା ବେଳେ କିଛି ରିହାତି ବ୍ୟବସ୍ଥା ଆଣିବା ନେଇ ବିଚାର କରିବାକୁ ସଂଘ ଗୁରୁତ୍ୱାରୋପ କରିଛି। ବିଭିନ୍ନ ଯୋଜନାରେ ବ୍ୟାଙ୍କଗୁଡିକ ବ୍ୟବସାୟୀଙ୍କୁ ଋଣ ସହାୟତା ପ୍ରଦାନ କରନ୍ତୁ ବୋଲି ସଂଘ  ଦାବି ରଖିଛି। ଏହା ହେଲେ ସେମାନେ ପୁଣି ଥରେ ବ୍ୟବସାୟ ଆରମ୍ଭ କରିବାକୁ ସକ୍ଷମ ହେବେ । ଏସମସ୍ତ ପ୍ରସଙ୍ଗକୁ ନେଇ ଆସନ୍ତା ମଙ୍ଗଳବାର ସଂଘର ଏକ ପ୍ରତିନିଧି ଦଳ ସରକାରଙ୍କୁ ଭେଟି ଆଲୋଚନା କରିବାକୁ ଯୋଜନା ରଖିଥିବା ସଭାପତି ପଣ୍ଡା କହିଛନ୍ତି। ସେହିଭଳି ବର୍ତ୍ତମାନ ୫ ଜିଲାର ଜିଲାପାଳଙ୍କ ସହ ବ୍ୟବସାୟୀଙ୍କ ସମସ୍ୟା ନେଇ ଆଲୋଚନା ଜାରି ରହିଛି ବୋଲି ସେ କହିଛନ୍ତି।

ଫନୀ ପରେ ପ୍ରଭାବିତ କଟକର ମାଲଗୋଦାମର ବ୍ୟାବସାୟିକ ସ୍ଥିତି ସୁଧୁରିଥିବା ବ୍ୟବସାୟୀ ସଂଘର ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ପାତ୍ର ସୂଚନା ଦେଇଛନ୍ତି। ସେହିଭଳି ଭୁବନେଶ୍ୱରରେ ୟୁନିଟ ୧ରେ କାରବାର ସ୍ବାଭାବିକ ସ୍ଥିତିକୁ ମଧ୍ୟ ଆସିଛି। ପୁରୀରେ କାରବାର ଏବେ ପୂର୍ବ ଅବସ୍ଥାକୁ ଆସିଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?