Posted inଫୁରସତ

ବ୍ରିଟେନରେ ସବୁଠୁ ଅଧିକ ପଢୁଛନ୍ତି ଭାରତୀୟ ଛାତ୍ର

ଲଣ୍ଡନ : ବ୍ରିଟେନକୁ ପାଠ ପଢ଼ିବା ପାଇଁ ଆସୁଥିବା ଛାତ୍ରଙ୍କ ମଧ୍ୟରେ ସବୁଠାରୁ ଅଧିକ ଭାରତୀୟ ରହିଛନ୍ତି। ବର୍ଷକୁ ଲକ୍ଷେରୁ ଅଧିକ ଛାତ୍ର ଏଠାକୁ ପଢ଼ିବାକୁ ଆସିଥାନ୍ତି। ଗତବର୍ଷ ଅପେକ୍ଷା ଚଳିତବର୍ଷ ଭାରତୀୟ ଛାତ୍ରଙ୍କ ସଂଖ୍ୟା ପ୍ରାୟ ୧୦୭ ପ୍ରତିଶତ ଛୁଇଁଛି। ୟୁନିଭରସିଟି ଅଫ୍‌ ଓ୍ବେଷ୍ଟ୍‌ ଇଂଲଣ୍ଡ ଇଣ୍ଟରନ୍ୟାଶନାଲ ଡାଇରେକ୍ଟର ପ୍ରଫେସର ‘ରେ’ ପ୍ରିଷ୍ଟଙ୍କ ଅନୁସାରେ ଏହି ଛାତ୍ରଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି। ବ୍ରିଟେନ୍‌ରେ ଥିବା ୧୨୦ ପ୍ରମୁଖ ଶିକ୍ଷାନୁଷ୍ଠାନରେ ଭାରତୀୟ ଛାତ୍ରଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଓ୍ବେଷ୍ଟ୍‌ ଇଂଲଣ୍ଡ ଭାରତରେ ଏକ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ କରୁଛି। ଏଠାରେ ୫୦୦ରୁ ଅଧିକ କୋର୍ସ ଅଫର କରୁଛି। ବିଶେଷକରି ଭାରତୀୟ ଛାତ୍ରମାନେ ସବୁଠୁ ଅଧିକ ବିଜ୍‌ନେସ ମ୍ୟାନେଜ୍‌ମେଣ୍ଟ, ଇଞ୍ଜିନିୟରିଂ, ସୋସିଆଲ ଲାଇଫ୍‌, ନର୍ସିଂ ଏବଂ ସ୍ବାସ୍ଥ୍ୟ ବିଷୟରେ ଆଡମିଶନ ନେଉଛନ୍ତି।
ବ୍ରିଟେନ୍‌ ସରକାର ୨୦୧୯ ସେପ୍ଟେମ୍ବରରେ ଅନ୍ତଃରାଷ୍ଟ୍ରୀୟ ଛାତ୍ରଙ୍କ ପାଇଁ କିଛି ସୁବିଧା ଘୋଷଣା କରିଥିଲେ। ଏଥିରେ ପାଠ ପଢ଼ା ପରେ ୨ ବର୍ଷ ପାଇଁ ଜବ୍‌ ଭିଜା ଦେବାକୁ ଘୋଷଣା କରିଥିଲେ। ଏହାଦ୍ୱାରା ଭାରତୀୟ ଛାତ୍ରମାନେ ବ୍ରିଟେନ୍‌ରେ ନିଜର ସଫଳ କ୍ୟାରିୟର ଗଢ଼ିପାରିବାର ସୁଯୋଗ ପାଇବେ। ବ୍ରିଟେନ୍‌ରେ ଭାରତୀୟ ଛାତ୍ର ଚାଇନା ତୁଳନାରେ ୩ ଗୁଣ ଏବଂ ସାରା ବିଶ୍ୱରେ ୪ ଗୁଣରୁ ଅଧିକ ବୋଲି ରିପୋର୍ଟରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ଯାଉଥିଲେ ମହିଳା, ସୁନାଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

କର୍ଲାମୁଣ୍ଡା,୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅନ୍ତର୍ଗତ ଅବୁଜବାହାଲ-ବଡଡୁଙ୍ଗୁରୀଗୁଡା ରାସ୍ତାର ଭାଲୁଡୁଙ୍ଗୁରୀ ନିକଟରେ ଶନିବାର ଅପରାହ୍ନରେ ଜଣେ ମହିଳାଙ୍କ ଠାରୁ ସୁନାଚେନ୍‌…

ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ନିଶ୍ଚିତ? କୀର୍ତ୍ତି ଆଜାଦଙ୍କ ଭାଇ କଲେ ବଡ଼ ଦାବି

ପାଟନା,୩।୮: ବିହାରର ବାଙ୍କିପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନର ଫଳାଫଳ ଆସୁଛି। ଇତି ମଧ୍ୟରେ, ପୂର୍ବତନ ଭାରତୀୟ ପୋଲିସ ସେବା (IPS) ଅଧିକାରୀ ଯଶୋବର୍ଦ୍ଧନ ଝା ଆଜାଦ…

ଷ୍ଟେଶନରେ ଚଲାବୁଲା କରୁଥିଲେ ଅଜଣା ବ୍ୟକ୍ତି, ହଠାତ୍‌ ହେଲା ରକ୍ତବାନ୍ତି, ଆଉ ତା’ ପରେ…

ନନ୍ଦପୁର,୩ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ପାଲିବା ରେଳ ଷ୍ଟେଶନ ବାହାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।…

ପ୍ରଧାନମନ୍ତ୍ରୀଙ୍କ ପାଇଁ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ନାବାଳିକାଙ୍କ ବିରୁଦ୍ଧରେ ନିଆଯିବ ନାହିଁ କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩।୮: ଗତ ମାସରେ ଜନ୍ତର ମନ୍ତରରେ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ଆୟୋଜିତ ଛାତ୍ର ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ…

ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି…

ନିଷ୍ପ୍ରୟୋଜନ ପ୍ରୟାସ

ଅନେକ ପୁରାତନ ପୁସ୍ତକ, ପୁରାଣ ସାହିତ୍ୟ ତଥା ବହୁ ବରେଣ୍ୟ ସାଧକଙ୍କ କୃତିକୁ ସମ୍ପାଦନା, ଗବେଷଣା, ତ୍ରୁଟି ସଂଶୋଧନ, ଭ୍ରମ ଦୂରୀକରଣ ନାମରେ ନୂତନ ରୂପ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri