ନୂଆଦିଲ୍ଲୀ,୧୧-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ବେସିକ ଆକାଉଣ୍ଟଧାରୀଙ୍କ ଲାଗି ନିୟମ କୋହଳ କରିଛନ୍ତି। ଏଣିକି ସମ୍ପୃକ୍ତ ବ୍ୟାଙ୍କ ଏଭଳି ଆକାଉଣ୍ଟଧାରୀଙ୍କୁ ମାଗଣାରେ ଚେକ୍ବୁକ୍ ସହ ଅନ୍ୟାନ୍ୟ ସୁବିଧା ଯୋଗାଇବେ। ତେବେ ସମସ୍ତ ସୁବିଧା ଯୋଗାଣ ଆଳରେ ସେମାନଙ୍କୁ ସର୍ବନିମ୍ନ ଜମା ରାଶି ରଖିବାକୁ ବ୍ୟାଙ୍କ ବାଧ୍ୟ କରିପାରିବ ନାହିଁ। ସାଧାରଣତଃ ବେସିକ୍ ସେଭିଙ୍ଗ୍ସ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟକୁ ‘ନୋ-ଫ୍ରିଲ୍ସ’ ଆକାଉଣ୍ଟ କୁହାଯାଉଛି। ଏହି ଆକାଉଣ୍ଟରେ କେତେକ ସୁବିଧା ମାଗଣାରେ ଦିଆଯାଉଛି। ସେଗୁଡିକ ହେଲା ଗୋଟିଏ ମାସରେ ୪ଥର ଏଟିଏମ୍ରୁ ଉଠାଣ, ଯେକୌଣସି ବ୍ୟାଙ୍କ ଶାଖାରେ ଟଙ୍କା ଜମା କରିବାର ସୁବିଧା, ଏଟିଏମ୍ କାର୍ଡ ଏବଂ ଏଟିଏମ୍-ଡେବିଟ କାର୍ଡ ଆଦି। ସେହିପରି ଗୋଟିଏ ମାସ ମଧ୍ୟରେ ଟଙ୍କା ଜମି କରିବାର ପରିମାଣ ଓ ସଂଖ୍ୟା ଉପରେ ମଧ୍ୟ କୌଣସି କଟକଣା ରହିବ ନାହିଁ।
ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…
ଏଣିକି ବିନା ଇଣ୍ଟରନେଟ୍ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…
ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…
Archives

