Posted inଖେଳ

ବେଙ୍ଗାଲୁରୁ ସାଇରେ କୋଭିଡ୍‌-୧୯ ପଜିଟିଭ୍:‌ ଖେଳାଳିଙ୍କୁ ସ୍ଥାନାନ୍ତର କରିବନି ହକି ଇଣ୍ଡିଆ

ନୂଆଦିଲ୍ଲୀ,୨୦।୫(ପି.ଟି.): ବେଙ୍ଗାଲୁରୁ ସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରରେ ଜଣେ କରୋନା ଭାଇରସ୍‌ ପଜିଟିଭ ସମ୍ପନ୍ନ କର୍ମଚାରୀ ତଥା ରୋଷେୟା ମୃତ୍ୟୁବରଣ କରିଛନ୍ତି। ତେବେ ଏହା ସତ୍ତ୍ୱେ ଅଲିମ୍ପିକ୍ସ ପାଇଁ ପ୍ରସ୍ତତି ଚଲାଇଥିବା ଭାରତୀୟ ପୁରୁଷ ଓ ମହିଳା ଦଳର ଖେଳାଳିମାନଙ୍କୁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ହକି ଇଣ୍ଡିଆ ତରଫରୁ ସ୍ପଷ୍ଟ କରାଯାଇଛି। କରୋନା ପଜିଟିଭ୍‌ ଥିବା ସମ୍ପୃକ୍ତ ରୋଷେୟାଙ୍କ ସହ ଖେଳାଳିମାନଙ୍କ ମଧ୍ୟ କୌଣସି ସମ୍ପର୍କ ନାହିଁ ‌ଓ ସେମାନେ କୌଣସି ପ୍ରକାର ଏହି ବ୍ୟକ୍ତିଙ୍କ ସହ ସମ୍ପର୍କରେ ଆସିନାହାନ୍ତି ବୋଲି ହକି ଇଣ୍ଡିଆ କହିଛି।
ରୋଷେୟା ଜଣକ ହୃଦ୍‌ଘାତ୍‌ରେ ପ୍ରାଣ ହରାଇଛନ୍ତି। ତେବେ ସେ କରୋନା ପଜିଟିଭ୍‌ ଥିବା ପରେ ଜଣାପଡିଥିଲା ବୋଲି ସାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କିନ୍ତୁ ଏଥିରେ ଭୟଭୀତ ହେବାର କିଛ କାରଣ ନାହିଁ। କାରଣ ଖେଳାଳି ରହୁଥିବା ସ୍ଥାନରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଯିବା ଆସିବା ନ ଥିଲା ବୋଲି ସେ କହିଛନ୍ତି। ତେଣ ଏଠାରୁ ଖେଳାଳି ସ୍ଥାନାନ୍ତର ହେବାର ପ୍ରଶ୍ନ ଉଠୁନାହିଁ। ଭିତ୍ତିଭୂମି ଓ ସୁବିଧା ସୁଯୋଗ ଦୃଷ୍ଟିକୋଣରୁ ଦେଶରେ ବେଙ୍ଗାଲୁରୁ ସବୁଠାରୁ ଶ୍ରେଷ୍ଠ ସ୍ଥାନ ବୋଲି ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ କହିଛନ୍ତି। ଅନ୍ୟପଟେ ସାରା ଦେଶରେ ଲକ୍‌ଡାଉନ ଜାରି ରହିଥିବାରୁ ଖେଳାଳିଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ବ୍ୟହହାରିକ ଭାବେ ଅସମ୍ଭବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ମାର୍ଚ୍ଚ ୧୦ ତାରିଖର ପରଠାରୁ ରୋଷେୟା ଜଣକୁ ଗେଟ ଏରିଆକୁ କେବେବି ଯାଇ ନାହାନ୍ତି। ବୟସାଧିକ ହେତୁ ତାଙ୍କୁ ମାର୍ଚ୍ଚ ୧୦ ତାରିଖଠାରୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେ ହୃଦ୍‌ଘାତ୍‌ରେ ପ୍ରାଣ ହରାଇଥିଲେ ବୋଲି ସାଇର ଅଧିକାରୀ ଜଣକ କହିଛନ୍ତି। ରୋଷେୟା ଜଣକ ତାଙ୍କର ଜଣେ ସମ୍ପର୍କୀୟଙ୍କ ପିଲା ଜନ୍ମ ହେବାର ସମ୍ଭାବନା ଥିବା ଯୋଗୁ ହସ୍ପିଟାଲ ଯାଇଥିଲେ ଓ ହୃଦ୍‌ଘାତ୍‌ କାରଣରୁ ପ୍ରାଣ ହରାଇଥିଲେ। ନିୟମ ଅନୁସାରେ ତାଙ୍କର କୋଭିଡ-୧୯ ପରୀକ୍ଷା ହୋଇଥିଲା ଓ ସେ ପଜିଟିଭ୍‌ ବୋଲି ଜଣାପଡିଥିଲା।
ସାଇ କ୍ୟାମ୍ପସ୍‌ ଗେଟ ଏରିଆ, ସେକ୍ଟର-ଏ ଓ ସେକ୍ଟର ବି’ରେ ବିଭକ୍ତ। ଖେଳାଳିମାନେ ସେକ୍ଟର ବି’ରେ ରହିଥାନ୍ତି। ଖେଳାଳିମାନେ ଗତ ଦୁଇମାସ ହେବ କ୍ୱାରାଣ୍ଟାଇନ୍‌ରେ ରହୁଛନ୍ତି ବୋଲି ସେ କହିଛନ୍ତି। ରୋଷେୟାଜଣକ ୬୫ ଦିନ ହେବ କ୍ୟାମ୍ପସ ବାହାରେ ରହୁଛନ୍ତି। ମାର୍ଚ୍ଚ ୧୫ରେ ସେ କ୍ୟାମ୍ପସ ଆସିଥିଲେ। ତେବେ ସେ ଗେଟ ଏରିଆରେ ରହିଥିଲେ। ଏହା ସତ୍ତ୍ୱେ ସମ୍ପୃକ୍ତ ରୋଷେୟାଙ୍କ ସହ ସମ୍ପର୍କରେ ଆସିଥିବା ସମ୍ପାବନାକୁ ଦୃଷ୍ଟିରେ ରଖି ୪-୫ ଜଣ ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?