ବୀମା ପେନେଟ୍ରେଶନ ଜିଡିପିର ୦.୯%: ଏସ୍‌ବିଆଇ ଜେନେରାଲ ଏମ୍‌ଡି

ଭୁବନେଶ୍ୱର,୧।୬- ଅଭିବୃଦ୍ଧିଶୀଳ ବଜାରଗୁଡିକୁ ବିଚାରକୁ ନେଲେ ଜଣାଯିବ ଯେ, ଦେଶରେ ବୀମା ଗ୍ରହଣ କ୍ଷେତ୍ରରେ ଭାରତର ସ୍ଥିତି ଏତେଟା ଆଖି ଦୃଶିଆ ନୁହେଁ। ବର୍ତ୍ତମାନ ଘରୋଇ ବଜାରର ବୀମା ପେନିଟ୍ରେଶନ ମୋଟ ଜିଡିପିର ୦.୯% ରହିଛି। ଏହା ଅନ୍ୟ ଅଭିବୃଦ୍ଧିଶୀଳ ବଜାର ତୁଳନାରେ ନଗନ୍ୟ। ଭାରତ ତୁଳନାରେ ଏହି ଦେଶଗୁଡିକ ବୀମା ଗ୍ରହଣରେ ୧.୫% ରୁ ୨% ଗୁଣା ଆଗୁଆ ରହିଛନ୍ତି ବୋଲି ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ଏସ୍‌ବିଆଇ ଜେନେରାଲର ଏମ୍‌ଡି ତଥା ସିଇଓ ପୋଷଣ ମହାପାତ୍ର ସୂଚନା ଦେଇଛନ୍ତି। ବୀମାର ପ୍ରକୃତ ଗୁରୁତ୍ୱକୁ ଲୋକମାନେ ବୁଝିବାର ଆବଶ୍ୟକତା ରହିଥିବା ସେ ମତ ରଖିଛନ୍ତି। ଦେଶରେ ଏହି ଧାରାରେ ପରିବର୍ତ୍ତନ ଆଣିବା ଲାଗି ବିଭିନ୍ନ ପଦକ୍ଷେପ ଉପରେ କାର୍ଯ୍ୟକ୍ରମ ଜାରି ରହିଥିବା ସେ କହିଛନ୍ତି। ସେହିଭଳି ବିତରଣ ନେଟଓ୍ବର୍କ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ଓଡ଼ିଶାରେ ବାତ୍ୟା ଫନୀ ପ୍ରଭାବିତ ରେ ଗ୍ରାହକଙ୍କ ଲାଗି ଏସ୍‌ବିଆଇ ଜେନେରାଲ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ମତ ରଖିଛନ୍ତି। କମ୍ପାନୀ ମୋଟ ୧୧୬୧ ବୀମା ଦାବି ଗ୍ରହଣ କରିଛି। ଏହି ଦାବିଗୁଡିକର ମୋଟ ମୂଲ୍ୟ ପ୍ରାୟ ୯୦ କୋଟି ଟଙ୍କା ରହିଥିବା ବେଳେ ୭୦୨ କ୍ଲେମ ବା ୬୬% ଦାବି ସମାଧାନ ଲାଗି ପଦକ୍ଷେପ ନିଆଯାଇଛି। ସମାଧାନର ହାରାହାରି ସମୟ ୮ ଦିନ ରହିଛି। ଗ୍ରାହକଙ୍କ ପାଖକୁ ୧୩.୩ କୋଟି ଏବଂ କ୍ଷତିଗ୍ରସ୍ତ ସମ୍ପତ୍ତିର ମରାମତି ତଥା ଉନ୍ନତୀକରଣ ଲାଗି ୩ କୋଟି ଟଙ୍କାର ଅନ୍ତରୀଣ ସହାୟତା ରାଶି ପ୍ରଦାନ କରାଯାଇଛି। ରାଜ୍ୟରେ କମ୍ପାନୀର ୫ଟି ଶାଖା ରହିଛି। ଏହି ସମୟରେ କମ୍ପାନୀ ରାଜ୍ୟରେ ୯୯ କୋଟି ଟଙ୍କାର ପ୍ରିମିୟମ ସଂଗ୍ରହ କରଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri