Odisha Elections 2024
Posted inଫୁରସତ

ବିଶ୍ୱର ସବୁଠୁ ଦାମୀ ଆମ୍ବ , ଯୋଡ଼ାକୁ …

ଟୋକିଓ: କୁହାଯାଏ, ଆମ୍ବ ଫଳ ମଧ୍ୟରେ ରାଜା। ଏହା ଭାରତର ଜାତୀୟ ଫଳ। ବିଶେଷକରି ବିଶ୍ୱର ସବୁଠୁ ଅଧିକ ଆମ୍ବ ଭାରତୀୟମାନେ ଖାଇଥାନ୍ତି। କିନ୍ତୁ ଏମିତି ଆମ୍ବ ଅଛି ଯାହାର ଦାମ୍‌ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତେବେ ଜାଣନ୍ତୁ ବିଶ୍ୱର ସବୁଠୁ ଦାମୀ ଆମ୍ବ କେଉଁଠୁ ମିଳିଥାଏ ଏବଂ ତା’ର ଦାମ୍‌ କେତେ…
ତାଇୟୋ ନୋ ତାମାଗେ(ଏଗ୍‌ ଅଫ୍‌ ଦ ସନ୍‌) ନାମକ ଏକ କିସମ ଆମ୍ବ ଅଛି। ଯାହା ଜାପାନର ମିୟାଜାକି ଜିଲାରେ ଦେଖିବାକୁ ମିଳିଥାଏ। ସମଗ୍ର ଜାପାନରେ ଏହା ବିକ୍ରି ହୋଇଥାଏ। ଏଠାରେ ଏହି ଆମ୍ବର ଦାମ୍‌ ଆକାଶଛୁଆଁ। ଏହି ଆମ୍ବ ଦେଖିବାକୁ ଅଧା ଲାଲ୍‌ ଏବଂ ଅଧା ହଳଦିଆ। ଜାପାନରେ ଗ୍ରୀଷ୍ମ ଏବଂ ଶୀତ ଋତୁରେ ଏହା ମିଳିଥାଏ। ତେଣୁ ଏହାର ଦାମ୍‌ ଢେର୍‌ ଅଧିକ। ଏଠାରେ ଆମ୍ବ ଯୋଡ଼ାର ଦାମ୍‌ ୩୬୦୦ ଡଲାର ଅର୍ଥାତ୍‌ ୭୨ ହଜାର ଟଙ୍କାରେ ବିକ୍ରି ହୋଇଥାଏ। ପ୍ରତ୍ୟେକ ଆମ୍ବର ଓଜନ ୩୫୦ ଗ୍ରାମ୍‌। ଏକ କିଲୋଗ୍ରାମ୍‌ ଆମ୍ବ କିଣିଲେ ହାରାହାରି ୩ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ।


ମନରେ ପ୍ରଶ୍ନ ଉଠେ ଏହି ଆମ୍ବର ଦାମ୍‌ କ’ଣ ପାଇଁ ଏତେ ଅଧିକ। କାରଣ ଏହି କିସମର ଆମ୍ବ ଲଗାଇବାକୁ ବହୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ଜାପାନର କୃଷକ ପ୍ରତ୍ୟେକ ଆମ୍ବକୁ ଛୋଟ ଜାଲ ଦ୍ୱାରା ଘେରାଉ କରିଥାନ୍ତି। ଯାହା ସୂର୍ଯ୍ୟକିରଣ କ୍ଷେତର ପ୍ରତି କୋଣରେ ପଡ଼ିଥାଏ। ଏପରିକି ପ୍ରତ୍ୟେକ ଆମ୍ବରେ ଯେପରି ସୂର୍ଯ୍ୟାଲୋକ ପଡ଼ିବ ସେପରି ବ୍ୟବସ୍ଥା କରାଯାଇଥାଏ। ଯେତେବେଳେ ଆମ୍ବ ପୂରା ପାଚିଥାଏ ସେତେବେଳେ ଏଥିରୁ ଜାଲ୍‌ କଢ଼ାଯାଇଥାଏ। ପରେ ଏହାକୁ ତୋଳା ଯାଇ ବଜାରରେ ଉଚ୍ଚା ଦର୍‌ରେ ବିକ୍ରି କରାଯାଇଥାଏ। ଏହି ଆମ୍ବ ଖାଇବାକୁ ବହୁ ସ୍ବାଦିିଷ୍ଟ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri