ବିଶ୍ୱ ସ୍ତରରେ ବଢିବେ ୨୫ ଲକ୍ଷ ବେକାରୀ

ଜାତିସଂଘ,୨୨-୧: ସାରା ବିଶ୍ୱରେ ବେକାରୀ ସମସ୍ୟା ଏବେ ଉତ୍କଟ ହେଉଛି। ୨୦୨୦ରେ ବେକାରୀ ହାର ବଢିବା ସହ ଏହି ସଂଖ୍ୟାରେ ଆଉ ୨୫ ଲକ୍ଷ ବେକରୀ ଯୋଡି ହେବେ। ସେହିଭଳି ପର୍ଯ୍ୟାପ୍ତ କାମ ନ ଥିବା ଯୋଗୁ ପ୍ରାୟ ୫୦ କୋଟି ଲୋକ କିଛି ଘଣ୍ଟା ପାଇଁ କାମ କରୁଥିବା ଜାତିସଂଘର ଅନ୍ତର୍ଜାତୀୟ ଶ୍ରମ ଅନୁଷ୍ଠାନ(ଆଇଏଲ୍‌ଓ) ପକ୍ଷରୁ ରିପୋର୍ଟରେ ପ୍ରକାଶ ପାଇଛି। ମଙ୍ଗଳବାର ପ୍ରକାଶ ପାଇଥିବା ଓ୍ବାର୍ଲଡ ଏମ୍ପ୍ଲଏମେଣ୍ଟ ଆଣ୍ଡ ସୋସିଆଲ ଆଉଟଲୁକ: ଟ୍ରେଣ୍ଡସ ୨୦୨୦ ରିପୋର୍ଟରେ କୁହାଯାଇଛି ଯେ, ଗତ ୯ ବର୍ଷ ହେବ ବିଶ୍ୱ ସ୍ତରରେ ବେକାରୀ ହାର ସ୍ଥିର ରହିଥିଲା। ଏବେ ମାନ୍ଦାବସ୍ଥା ଥିବା ବେଳେ ଶ୍ରମଶକ୍ତି ବଢୁଛି। ଅଧିକ ସଂଖ୍ୟକ ନୂଆ ନିଯୁକ୍ତି ସୃଷ୍ଟି ହେଉନାହିଁ। ଫଳରେ ନିଯୁକ୍ତି ବଜାରରେ ନୂଆ ଲୋକଙ୍କୁ ନିଯୁକ୍ତି ଦେବା କଷ୍ଟକର ହେଉଥିବା ରିପୋର୍ଟରେ କୁହାଯାଇଛି। ଏଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କଲେ କାମ କରି ଏକ ଉନ୍ନତ ଜୀବନ ଧାରଣ ମାନ ହାସଲ କରିବା ନିୟୁତାଧିକ ଲୋକଙ୍କ ଲାଗି କଷ୍ଟସାଧ୍ୟ ହେବ ବୋଲି ଆଇଏଲ୍‌ଓର ମହାନିର୍ଦ୍ଦେଶକ ଗାଏ ରାଇଡର କହିଛନ୍ତି।
ରିପୋର୍ଟ ମୁତାବକ ବିଶ୍ୱ ସ୍ତରରେ ଏବେ ପ୍ରାୟ ୧୮୮ ନିୟୁତ ଲୋକ ବେକାର ଅଛନ୍ତି। ଅତିରିକ୍ତ ୧୬୫ ନିୟୁତଙ୍କୁ ପର୍ଯ୍ୟାପ୍ତ କାମ ମିଳୁନାହିଁ। ୧୨୦ ନିୟୁତ ଲୋକ କାମ ଖୋଜିବା ବାଦ ଦେଇଛନ୍ତି କିମ୍ବା ଶ୍ରମ ବଜାର ସହ ସେମାନଙ୍କର ପ୍ରତ୍ୟକ୍ଷ ଭାବେ ସମ୍ପର୍କ ନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ବିଶ୍ୱ ସ୍ତରରେ ୪୭୦ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ବିକାଶଶୀଳ ଦେଶଗୁଡିକ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ସେମାନଙ୍କ ବିକାଶ ଗତି ଶିଥିଳ ହୋଇଛି। ଆଫ୍ରିକାର କିଛି ଦେଶ ଏବେ ଅଭିବୃଦ୍ଧି ନ କରି ସ୍ଥିିର ଅବସ୍ଥାରେ ରହିଥିବା କିଛି ଦିନ ତଳେ ଏକ ରିପୋର୍ଟ ଆସିଥିଲା। ଏଭଳି ବିଭିନ୍ନ କାରଣ ଯୋଗୁ ପର୍ଯ୍ୟାପ୍ତ ସଂଖ୍ୟକ ନିଯୁକ୍ତି ସୃଷ୍ଟି ହୋଇ ପାରୁନାହିଁ। ଏହି ଆଧାରରେ ଆଫ୍ରିକାର ଅନେକ ଦେଶର ପ୍ରକୃତ ଆୟ କମିବା ସହ ଦାରିଦ୍ର୍ୟ ବଢୁଛି। ୨୦୨୦-୨୧ରେ ଅଭିବୃଦ୍ଧିଶୀଳ ଅର୍ଥନୀତିଗୁଡିକରେ ଦାରିଦ୍ର୍ୟତା ବଢିବ ବୋଲି ଆଇଏଲଓ ଏହାର ରିପୋର୍ଟରେ କହିଛି। ଏଭଳି କାରଣ ଯୋଗୁ ୨୦୩୦ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ-୧ ହାସଲ କରିବା କଷ୍ଟକର ହେଉଥିବା କୁହାଯାଇଛି।
ବର୍ତ୍ତମାନ ୬୩୦ ନିୟୁତ ଶ୍ରମିକଙ୍କ କ୍ଷେତ୍ରରେ ଦାରିଦ୍ର୍ୟତା ଦେଖାଯାଏ। ବିଶ୍ୱର ମୋଟ କାର୍ଯ୍ୟ କରୁଥିବା ଜନସଂଖ୍ୟାର ଏହା ଏକ ପଞ୍ଚମାଂଶ। ଲିଙ୍ଗଗତ ଅସମାନତା, ବୟସ, ଭୌଗୋଳିକ ଅବସ୍ଥିତି ନିଯୁକ୍ତି ବଜାର ଉପରେ ପ୍ରଭାବ ପକାଉଛି। ଏହା ଦ୍ୱାରା ବ୍ୟକ୍ତିବିଶେଷଙ୍କ ଲାଗି ରହିଥିବା ସୁଯୋଗ ଏବଂ ଅର୍ଥନୈତିକ ଅଭିବୃଦ୍ଧି ସଙ୍କୁଚିତ କରୁଛି। ରିପୋର୍ଟ ମୁତାବକ, ୧୫ରୁ ୨୪ ବର୍ଷର ୨୬୭ ନିୟୁତ ଯୁବବର୍ଗ ଶିକ୍ଷା, ତାଲିମ କିମ୍ବା ଚାକିରିରେ ନାହାନ୍ତି। ଏହା ସହ ଅନେକ ଲୋକ ଖରାପ ସ୍ଥିତିରେ କାମ କରୁଛନ୍ତି। ବିଭିନ୍ନ ବାଣିଜ୍ୟ କଟକଣା, ସଂରକ୍ଷଣବାଦ ମଧ୍ୟ ନିଯୁକ୍ତି ଉପରେ ଗଭୀର ପ୍ରଭାବ ପକାଉଛି। ଯାହା ଚିନ୍ତାର କାରଣ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ବା ଜେଏସ୍‌ଏଲ୍‌’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ...

ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ...

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri