Posted inଫୁରସତ

ଜ୍ଞାନର ଦୀପ ଯେଉଁଠି ଜଳେ, ସେଠି ଅନ୍ଧାକାର ହୋଇ ନ ଥାଏ

ଜ୍ଞାନର ଦୀପ ଯେଉଁଠି ଜଳିଥାଏ, ସେଠି କେବେ ଅନ୍ଧକାର ହୋଇ ନ ଥାଏ। ଶବ୍ଦର ଜ୍ଞାନ କିମ୍ବା ଲେଖାପଢ଼ା ଜ୍ଞାନ ଏମିତି ଏକ ଶକ୍ତି, ଯାହା ଏକ ଦୃଢ଼ ତଥା ଉନ୍ନତ ସମାଜ ଗଠନ କରିବାରେ ସହାୟକ ହୋଇଥାଏ। ସାକ୍ଷରତାର ଶକ୍ତି ଘର, ପରିବାର, ସମାଜ ସହିତ ଦେଶର ବିକାଶକୁ ମଧ୍ୟ ସୁଦୃଢ଼ କରିଥାଏ।

ଅକ୍ଷର ଜ୍ଞାନ ଲାଭ କଲେ ମଣିଷ ପ୍ରତ୍ୟେକ କ୍ଷେତ୍ରରେ ସକ୍ଷମ ହୋଇପାରିବ। ନିଜର ଦାୟିତ୍ୱ, ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୋଇପାରିବା ସହିତ ନିଜର ବୃତ୍ତି ଓ ପ୍ରବୃତ୍ତିରେ ଦକ୍ଷ ହୋଇପାରିବ। ନିରକ୍ଷରତା ଏକ ଆଞ୍ଚଳିକ, ପ୍ରାଦେଶିକ କି ଜାତୀୟ ସମସ୍ୟା ନୁହେଁ, ଏହା ବିଶ୍ୱ ସମସ୍ୟା । ଶିକ୍ଷା ଦ୍ୱାରା ସାମୂହିକ ବିକାଶ ସମ୍ଭବ ହୋଇପାରିଥାଏ। ଶିକ୍ଷାଦ୍ୱାରା ଜଣେ ସାକ୍ଷର ହୋଇଥାଏ। ସାକ୍ଷରତା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଇଥାଏ।

ଏଥିପାଇଁ ପ୍ରତିବର୍ଷ ୮ ସେପ୍ଟେମ୍ବରରେ ବିଶ୍ୱ ସାକ୍ଷରତା ଦିବସ ପାଳନ କରାଯାଉଛି। ଏହି ଦିବସ ପାଳନର ଉଦ୍ଦେଶ୍ୟ ସାରା ଦୁନିଆରେ ନୂଆ ସାକ୍ଷରଙ୍କୁ ଉତ୍ସାହିତ କରିବା। ବିଶ୍ୱ ସାକ୍ଷରତା ଆମ ପାଇଁ ସାଧାରଣ ଦିବସ। କାରଣ ଜୀବନରେ ଶିକ୍ଷାର ମହତ୍ତ୍ୱ ଅଧିକ। ଏହି ଦିନ ସଂଯୁକ୍ତ ରାଷ୍ଟ୍ର ଶୈକ୍ଷିକ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ(ୟୁନେସ୍କୋ) ଦ୍ୱାରା ବିଶ୍ୱସ୍ତରରେ କ୍ଷେତ୍ରୀୟ, ରାଷ୍ଟ୍ରୀୟ ଏବଂ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ପାଳନ କରାଯାଇଥାଏ।

୧୯୬୬ରେ ୟୁନେସ୍କୋ ଶିକ୍ଷା ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନେଇ ସାରା ବିଶ୍ୱରେ ସାକ୍ଷରତା ଦିବସ ପାଳନ ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ୭ ନଭେମ୍ବର ୧୯୬୫ରେ ନିଆଯାଇଥିଲା। ୨୦୦୯-୧୦କୁ ସଂଯୁକ୍ତ ରାଷ୍ଟ୍ର ସାକ୍ଷରତା ଦଶକ ଭାବେ ଘୋଷଣା କରାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ସାରା ବିଶ୍ୱରେ ସେପ୍ଟେମ୍ବର ୮ରେ ବିଶ୍ୱ ସାକ୍ଷରତା ଦିବସ ପାଳନ କରାଯାଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ମମତା ବାନାର୍ଜୀଙ୍କ ସହ କାମ କରି ରାଜନୀତିରେ ପାଇଥିଲେ ସ୍ବତନ୍ତ୍ର ସ୍ଥାନ, ଶୁଭେନ୍ଦୁ ଅଧିକାରୀଙ୍କ କାହାଣୀ ଜାଣିଲେ…

କୋଲକାତା,୮।୫: ବଙ୍ଗଳାରେ ଭାଜପାର ପ୍ରଥମ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଦଳ ଏବେ ଏକ ପ୍ରମୁଖ ଦାୟିତ୍ୱ ଦେଇଛି। ଶୁଭେନ୍ଦୁ ଅଧିକାରୀ ହେବେ…

ସୌମ୍ୟରଞ୍ଜନ ହତ୍ୟା ମାମଲା: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନିଆଳି,୮।୫: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାରେ ପ୍ରତିବାଦରେ ଶୁକ୍ରବାର ମୌଜପୁର ଗ୍ରାମବାସୀ ଫୁଲନଖରା-ନିଆଳି ରାସ୍ତା ଅବରୋଧ…

‘ଆମ ଦ୍ୱାରା ଦୁଇଟି ଭୁଲ ହୋଇଛି…’, ମମତାଙ୍କୁ ଭେଟିବା ପରେ ଏମିତିି କାହିଁକି କହିଲେ ଅଖିଳେଶ

କୋଲକାତା,୮।୫: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏସପି ସୁପ୍ରିମୋ ବର୍ତ୍ତମାନ ପଶ୍ଚିମବଙ୍ଗରେ ଅଛନ୍ତି। ଟିଏମସିର ପରାଜୟ ପରେ ଅଖିଳେଶ ଯାଦବ ମମତା ବାନାର୍ଜୀଙ୍କୁ ଭେଟିବା ପାଇଁ…

ତାମିଲନାଡୁରେ ପୁଣିଥରେ ହେବ ନିର୍ବାଚନ! ଜାତୀୟ ରାଜନୀତିରେ ଚହଳ

ଚେନ୍ନାଇ,୮।୫: ତାମିଲନାଡୁ ରାଜନୀତିରେ ଉଷ୍ମତା କେବଳ ମେ ମାସ ଖରା ପାଗ ଯୋଗୁଁ ନୁହେଁ, ବରଂ କ୍ଷମତାର ପରିବର୍ତ୍ତନଶୀଳ ସମୀକରଣରୁ ଉତ୍ପନ୍ନ ହୋଇଛି। ଅଭିନେତାରୁ ରାଜନେତା ହୋଇଥିବା…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

କରଣଙ୍କ ଚମତ୍କାର ଡେବ୍ୟୁ: ଏମିତି ଡ୍ରେସ୍‌ ପିନ୍ଧିଲେ ଚାହିଁ ରହିଗଲେ ସମସ୍ତେ

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୨୦୨୬ ମେଟ ଗାଲାରେ ଏକ ଚମତ୍କାର ଡେବ୍ୟୁ କରିଥିଲେ। ଏହି ବିଶେଷ ଅବସର ପାଇଁ ସେ ପ୍ରଖ୍ୟାତ ଚିତ୍ରକର ରାଜା…

ଗୋଟିଏ ଟଙ୍କା ବି ଦରମା ନେଉ ନଥିଲେ ମମତା ବାନାର୍ଜୀ, କେମିତି ଚଳୁଥିଲେ ଦିଦି? ଜାଣିଲେ…

କୋଲକାତା,୮।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଆଶ୍ଚର୍ଯ୍ୟଜନକ ଫଳାଫଳ ପରେ, ପ୍ରଶାସନିକ ପୁନର୍ଗଠନ ତୀବ୍ର ହୋଇଛି। ରାଜ୍ୟପାଳ ମେ ୭ ତାରିଖରେ ପଶ୍ଚିମବଙ୍ଗ ବିଧାନସଭାକୁ ଭାଙ୍ଗି ଦେଇ ଏକ…

ତାମିଲନାଡୁରେ DMK-AIADMK ମେଣ୍ଟକୁ ନେଇ ବଡ଼ ଖୁଲାସା କଲେ ଷ୍ଟାଲିନଙ୍କ ପାଖଲୋକ, ବିଜୟ-କଂଗ୍ରେସ ଶୁଣି କାବା!

ଚେନ୍ନାଇ,୮।୫: ତାମିଲନାଡୁରେ କେଉଁ ଦଳ କିମ୍ୱା ମେଣ୍ଟ ସରକାର ଗଠନ କରିବ ସେ ସମ୍ପର୍କରେ ଚିତ୍ର ଅସ୍ପଷ୍ଟ ରହିଛି। ଗୋଟିଏ ପଟେ, ଟିଭିକେ ସର୍ୱାଧିକ ସଂଖ୍ୟକ ଆସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri