Posted inଖେଳ

ବିଶ୍ୱ ଚାମ୍ପିୟନ ବେଲଜିୟମକୁ ହରାଇଲା ଭାରତ

ଆଣ୍ଟ୍ବେର୍ପ(ବେଲଜିୟମ), ୨।୧୦-ସମ୍ପ୍ରତି ବେଲଜିୟମ ଟୁର୍‌ରେ ଥିବା ଭାରତୀୟ ହକି ଦଳ ମଙ୍ଗଳବାର ଚମତ୍କାର ପ୍ରଦର୍ଶନ କରି ବିଶ୍ୱ ଏବଂ ୟୁରୋପିଆନ ଚାମ୍ପିୟନ ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଏବଂ ସିମରନଜିତ ସିଂ ଏବଂ ବେଲଜିୟମ ପକ୍ଷରୁ ଅଧିନାୟକ ଫେଲିକ୍ସ ଡେନାୟେର ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଏହାକୁ ମିଶାଇ ଭାରତ ଏହି ଟୁର୍‌ରେ କ୍ରମାଗତ ୪ର୍ଥ ବିଜୟ ହାସଲ କରିଛି।
ବିଶ୍ୱର ୫ ନମ୍ବର ଦଳ ଭାରତ ଏବଂ ୨ ନମ୍ବର ବେଲଜିୟମ ମଧ୍ୟରେ ମ୍ୟାଚ ଆରମ୍ଭରୁ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଟୁର୍‌ର ୩ୟ ମ୍ୟାଚରେ ସ୍ପେନକୁ ୫-୧ ଗୋଲରେ ହରାଇଥିବା ଭାରତ ଦୃଢ଼ ଆତ୍ମବିଶ୍ୱାସର ସହ ବେଲଜିୟମକୁ ମୁକାବିଲା କରିଥିଲା। ବେଲଜିୟମକୁ ଏହାର ଘରୋଇ ପରିବେଶରେ କଡ଼ା ଟକ୍କର ଦେଇ ଆରମ୍ଭରୁ ଚାପରେ ରଖିଥିଲା ଭାରତ। ଭାରତୀୟ ଦଳକୁ ୧୦ମ ମିନିଟରେ ଏକ ପେନାଲ୍ଟି କର୍ନର ମିଳିଥିଲା। ଏହାକୁ ଅମିତ ଗୋଲରେ ପରିଣତ କରି ଭାରତକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ। ନିକଟ ଅତୀତରେ ଉତ୍ସାହୀ ପ୍ରଦର୍ଶନ କରି ଆସିଥିବା ବେଲଜିୟମ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲା। ପରିବର୍ତ୍ତିତ ରଣନୀତିରେ ଏହି ଦଳ ଭାରତୀୟ ଗୋଲପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିଲା। ମାତ୍ର ଡିଫେଣ୍ଡରଙ୍କ ମିଳିତ ପ୍ରଦର୍ଶନ ଏବଂ ଗୋଲକିପର ପି.ଆର. ଶ୍ରୀଜେଶଙ୍କ ଚମତ୍କାର ଷ୍ଟପ୍‌ ଫଳରେ ପ୍ରଥମ କ୍ୱାର୍ଟର ଶେଷସୁଦ୍ଧା ଭାରତ ଅଗ୍ରଣୀ ରହିବାରେ ସଫଳ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ଗୋଲ ହୋଇପାରି ନ ଥିଲା। ବେଲଜିୟମ ଏକ ପେନାଲ୍ଟି କର୍ନର ପାଇଥିଲେ ହେଁ ଶ୍ରୀଜେଶଙ୍କ ବଦଳ ଗୋଲକିପର କ୍ରିଷ୍ଣନ ବି. ପାଠକ ଚମତ୍କାର ସେଭ୍‌ କରି ଦ୍ୱିତୀୟ କ୍ୱାର୍ଟର ତଥା ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତର ଅଗ୍ରଣୀକୁ ବଳବତ୍ତର ରଖିଥିଲେ।
ତୃତୀୟ କ୍ୱାର୍ଟର ଆରମ୍ଭରେ ଅର୍ଥାତ୍‌ ୩୩ତମ ମିନିଟରେ ବେଲଜିୟମ ଆଉ ଏକ ପେନାଲ୍ଟି କର୍ନର ପାଇଥିଲା। ଅଧିନାୟକ ଫେଲିକ୍ସ ଡ୍ରାଗ୍‌ ଫ୍ଲିକ୍‌ ମାଧ୍ୟମରେ ଏହାକୁ ଗୋଲରେ ପରିଣତ କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ତୃତୀୟ କ୍ୱାର୍ଟର ଶେଷସୁଦ୍ଧା ସ୍ଥିତି ୧-୧ରେ ବରାବର ରହିଥିଲା। ଅନ୍ତିମ ତଥା ୪ର୍ଥ କ୍ୱାର୍ଟରରେ ବିଜୟ ହାସଲ ପାଇଁ ଉଦ୍ୟମ ଜୋର୍‌ଦାର ହୋଇଥିଲା। ବିଶ୍ୱ ଚାମ୍ପିୟନ ବେଲଜିୟମ ଏକାଧିକ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲେ ହେଁ ଗୋଲକିପର ପାଠକ ତାହାକୁ ଗୋଲରେ ପରିଣତ ହେବାକୁ ଦେଇ ନ ଥିଲେ। ଅନ୍ୟପକ୍ଷରେ ସୁଯୋଗ ଅପେକ୍ଷାରେ ଥିବା ଭାରତ ୫୨ତମ ମିନିଟରେ ଦଳଗତ ପ୍ରଦର୍ଶନ ଭିତ୍ତିରେ ସିମରନଜିତ ସିଂଙ୍କ ମାଧ୍ୟମରେ ଏକ ଗୋଲ ଦେଇ ପୁଣି ଅଗ୍ରଣୀ ହାସଲ କରିଥିଲା। ଅବଶିଷ୍ଟ ସମୟର ଖେଳ ଅତି ରୋମାଞ୍ଚକ ହୋଇଥିଲା। ବେଲଜିୟମ ପକ୍ଷରୁ ଗୋଲ ପରିଶୋଧ ପାଇଁ ଉଦ୍ୟମକୁ ଜୋର୍‌ଦାର କରାଯାଇଥିଲେ ହେଁ ଭାରତୀୟ ଡିଫେଣ୍ଡରମାନେ ସଫଳତାର ସହ ତାହାକୁ ପ୍ରତିହତ କରିଥିଲେ। ଭାରତ ଓ ବେଲଜିୟମ ମଧ୍ୟରେ ଚଳିତ ଟୁର୍‌ର ଶେଷ ମ୍ୟାଚ ଗୁରୁବାର ଅନୁଷ୍ଠିତ ହେବ।
ଗୋଲସ୍କୋରର
ଭାରତ
ଅମିତ ରୋହିଦାସ- ୧୦ମ ମିନିଟ
ସିମରନଜିତ ସିଂ- ୫୨ତମ ମିନିଟ
ବେଲଜିୟମ
ଫେଲିକ୍ସ ଡେନାୟେର- ୩୩ତମ ମିନିଟ


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri