Posted inଫୁରସତ

ବିଶ୍ୱ ଖେଳକୁଦ ଦିବସ

ମୁମ୍ବାଇ: ପ୍ରତିବର୍ଷ ମେ ୭ରେ ବିଶ୍ୱ ଖେଳକୁଦ ଦିବସ ପାଳନ କରାଯାଇଥାଏ। ଖେଳକୁଦର ମହତ୍ୱ ଯୁବପିଢ଼ି ବୁଝିବା ଓ ଏନେଇ ଲୋକଙ୍କୁ ସଚେତନ କରାଇବା ଏହି ଦିବସର ପ୍ରଧାନ କାର୍ଯ୍ୟ। ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନଗୁଡ଼ିକରେ ଏହାକୁ ପ୍ରଧାନ୍ୟ ଦିଆଯାଇଥାଏ। ମଣିଷର ଶାରୀରିକ ଅଭିବୃଦ୍ଧି, ମାନସିକ ଶାନ୍ତି ଓ ସ୍ବାସ୍ଥ୍ୟ ସଂକଟକୁ ଏହା ଦୂର କରିଥାଏ। ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି, ଯୋଗଦାନ ଲାଗି ଇଣ୍ଟରନ୍ୟାଶନାଲ ଆମେଚିଓର ଆଥ୍‌ଲେଟିକ୍ସ ଫେଡେରେଶନ(ଆଇଏଏଏଫ୍‌) ପକ୍ଷରୁ ଏହି ଦିବସକୁ ଆରମ୍ଭ କରାଯାଇଛି। ପ୍ରଥମ ଥର ଲାଗି ତତ୍କାଳିନ ଆଇଏଏଏଫ୍‌ ଅଧ୍ୟକ୍ଷ ପ୍ରାଇମୋ ନେବିଓଲୋଙ୍କ ଦ୍ୱାରା ୧୯୯୬ରେ ଏହି ଦିସବକୁ ପାଳନ କରାଯାଇଥିଲା। ୧୯୧୨ରେ ସ୍ବିଡେନ୍‌ରେ ଆଇଏଏଏଫ୍‌ ପ୍ରତିଷ୍ଠା ହେବା ପରେ ଟ୍ରାକ୍‌ ଓ ଫିଲ୍ଡ ଆଥ୍‌ଲେଟିକ୍ସକୁ ଗୁରୁତ୍ୱ ଦିଆଯାଇଥିଲା। ଏବେ ବିଶ୍ୱରେ ଶତାଧିକ କ୍ରୀଡ଼ା ଓ ଖେଳକୁଦ ସଂଘ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଜାତୀୟ, ମହାଦେଶୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମମାନ ହେଉଛି। ଯୁବପିଢ଼ି ଏଥିପ୍ରତି ବିଶେଷ ଆଗ୍ରହ ଦେଖାଉଛନ୍ତି। ଓ୍ବାକିଂ, ଥ୍ରୋଇଂ, ଜମ୍ପିଂ, ରନିଂ ଭଳି ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଏହି ଦିବସରେ ଅନୁଷ୍ଠିତ ହୋଇଥାଏ। ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ(ଏଏଫ୍‌ଆଇ) ୧୯୪୬ରେ ଗଠନ ହେବା ପରେ ଆଇଏଏଏଫ୍‌ର ସଦସ୍ୟ ହୋଇସାରିଛି। ପିଲାବେଳୁ ସ୍କୁଲ କଲେଜରେ ଖେଳକୁଦ ପ୍ରତି ଆଗ୍ରହ ଜନ୍ମାଇବା, ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟିକରିବା ସହ ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ା ଭଳି ମହାକୁମ୍ଭ ଲାଗି ପ୍ରସ୍ତୁତ କରିବା ଏହି ଦିବସର ଉଦ୍ଦେଶ୍ୟ। ଚଳିତବର୍ଷ କରୋନା ମହାମାରୀ ଯୋଗୁ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏଭଳି ସ୍ଥିତିରେ କୌଣସି କାର୍ଯ୍ୟକ୍ରମ ନ କରିବା ଲାଗି ସରକାର ନିର୍ଦ୍ଦେଶନାମକା ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri