Posted inଖେଳ

ବିଶ୍ୱ ଆଥଲେଟିକ୍‌ ଚାମ୍ପିୟନଶିପ୍‌: ଉନ୍ନତ ପ୍ରଦର୍ଶନ ନେଇ ଦୂତୀ ଆଶାବାଦୀ

ଭୁବନେଶ୍ୱର, ୨୩।୯(ସ୍ପୋଟର୍‌ସ ବ୍ୟୁରୋ)- ଚଳିତମାସ ୨୭ ତାରିଖରେ ଦୋହାଠାରେ ଆରମ୍ଭ ହେବାକୁ ବିଶ୍ୱ ଆଥଲେଟିକ୍‌ ଚାମ୍ପିୟନଶିପ୍‌। ଏଥିରେ ଭାଗ ନେବାକୁ ଯାଉଥିବା ଭାରତର ଦ୍ରୁତତମ ମହିଳା ତଥା ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଉନ୍ନତ ପ୍ରଦର୍ଶନ ନେଇ ବେଶ୍‌ ଆଶାବାଦୀ ଅଛନ୍ତି। ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ସେ ଫାଇନାଲ୍ସରେ ପ୍ରବେଶ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଦୋହା ଭଳି ପରିବେଶରେ ଖାଫ୍‌ ଖୁଆଇବା ପାଇଁ ଦୂତୀ ସ୍ବତନ୍ତ୍ର ଭାବେ କଳିଙ୍ଗ ଷ୍ଟାଡିୟମରେ ପ୍ରଶିକ୍ଷଣ ଜାରି ରଖିଛନ୍ତି। ଏଥିପାଇଁ ସେ ରାତିରେ ଅଭ୍ୟାସ କରୁଛନ୍ତି। ଭାରତୀୟ ଦଳ ୨୩ ତାରିଖରେ ଦୋହା ଯିବାର କାର୍ଯ୍ୟକ୍ରମ ଥିଲେ ହେଁ ଦୂତୀ ୨୫ ତାରିଖରେ ସେଠାକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ୨୦୧୭ ଲଣ୍ଡନ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ଏବେ ସେ ନିଜର ତ୍ରୁଟି ସୁଧାରି ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟରେ ରହିଛନ୍ତି।
ଦୋହାରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି ବୋଲି ଦୂତୀ କହିଛନ୍ତି। ଗତ ସଂସ୍କରଣରେ ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲି। ତେବେ ଏଥର ଅତିକମ୍‌ରେ ଫାଇନାଲ୍ସରେ ପ୍ରବେଶ କରିବି ବୋଲି ଆଶା ରଖିଛି। ଏହା ଆଦୌ ସହଜ ନୁହଁ। ତେବେ ଏଥିପାଇଁ ପ୍ରୟାସ କରିବି। ଫାଇନାଲ୍ସରେ ପହଞ୍ଚି ପାରିଲେ ଖୁସି ହେବି ବୋଲି କହିଛନ୍ତି। ୨୦୧୭ ଲଣ୍ଡନ ବିଶ୍ୱ ଚାମ୍ପିୟନଶିପ୍‌ରେ ଦୂତୀ ହିଟ୍ସରେ ୧୨.୦୭ ସେକେଣ୍ଡ ନେଇ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ଓ ସେମିଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ। ଦୂତୀ ମଧ୍ୟ ଦୋହା ବିଶ୍ୱଚାମ୍ପିୟନଶିପ୍‌ କ୍ୱାଲିଫିକେଶନ ମାର୍କ ୧୧. ୨୪ ସେକେଣ୍ଡକୁ ଛୁଇଁ ପାରି ନ ଥିଲେ। ତେବେ ଏପ୍ରିଲ୍‌ରେ ଦୋହାରେ ଏସିଆନ ଚାମ୍ପିୟନଶିପ୍‌ରେ ୧୧.୨୬ ସେକେଣ୍ଡ ନେଇ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏହା ମଧ୍ୟ ଜାତୀୟ ରେକର୍ଡର ମାନ୍ୟତା ପାଇଥିଲା।
ଏବେ ପ୍ରସ୍ତୁତି ଠିକ୍‌ ଚାଲିଛି। ଦୋହା ରେସ୍‌ ଟାଇମିଂ ସହ ଖାପ୍‌ ଖୁଆଇବା ପାଇଁ ରାତିରେ ଅଭ୍ୟାସ କରୁଛି। ରାତି ୭ରୁ ୮ଟା ମଧ୍ୟରେ ଅଭ୍ୟାସ କରୁଛି ବୋଲି ସେ କହିଛନ୍ତି। ତେବେ ଦୋହାରେ କ’ଣ ହେଉଛି ତାହା ପରେ ଦେଖାଯିବ ବୋଲି ୨୩ ବର୍ଷୟା ଦୂତୀ କହିଛନ୍ତି। ଗତ ଜୁଲାଇରେ ଦୂତୀ ପ୍ରଥମ ଭାରତୀୟ ସ୍ପ୍ରିଣ୍ଟର ଭାବେ ବିଶ୍ୱ ୟୁନିଭର୍ସିଟି ଗେମ୍ସ ଭଳି କୌଣସି ବିଶ୍ୱସ୍ତରୀୟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ସେ କୋଚ୍‌ ଏନ୍‌. ରମେଶଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ଜାରି ରଖିଛନ୍ତି।
ଦୋହାରେ ସେ ମହିଳା ୧୦୦ମି. ହିଟ୍ସରେ ଆସନ୍ତା ୨୮ ତାରିଖର ଅପରାହ୍ନ ୪.୩୦ (ଭାରତୀୟ ସମୟ ସନ୍ଧ୍ୟା ୭.୩୦)ରେ ଦୌଡ଼ିବେ। ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବା କଷ୍ଟସାଧ୍ୟ ବୋଲି ସେ ସ୍ବୀକାର କରିଛନ୍ତି। ଟୋକିଓ ଅଲିମ୍ପିକ୍ସର କ୍ୱାଲିଫିକେଶନ ମାର୍କ ୧୧.୧୫ ସେକେଣ୍ଡ ରହିଛି। ଚଳିତ ସେସନରେ ଏହା ଶେଷ ପ୍ରତିଯୋଗିତା ଓ ଏ ବର୍ଷ ବହୁତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି। ଏବେ କେତେ ଶୀଘ୍ର ଦୌଡ଼ି ପାରିବି ଓ ଏ ନେଇ ଶରୀରକୁ କେତେ ଫିଟ୍‌ ରଖିପାରିବି ତାହା ଆକଳନ କରିବି। ୧୧.୧୫ସେକେଣ୍ଡ ମାର୍କ ହାସଲ କରିବା ନିଶ୍ଚିତ ଭାବେ କଷ୍ଟକର। ଏହା କେବଳ ମୋ ପାଇଁ ନୁହଁ ଅନ୍ୟ ଆଥଲେଟଙ୍କ ପାଇଁ ସମାନ କଷ୍ଟ ବୋଲି ଦୂତୀ କହିଛନ୍ତି।
ଆଗକୁ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବି ନାହିଁ। ଆସନ୍ତା ବର୍ଷ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଚେଷ୍ଟା କରିବି ବୋଲି ସେ କହିଛନ୍ତି। ଚଳିତ ସେସନରେ ଦୂତୀ ୧୫ଟି କମ୍ପିଟେଟିଭ ରେସ୍‌ରେ ଅଂଶଗ୍ରହଣ କରିଛନ୍ତି। ସେ ୩ଟି ଇଣ୍ଡିଆନ୍‌ ପ୍ରିକ୍ସ, ୩ଟି ଫେଡ କପ୍‌, ୩ଟି ଆନ୍ତଃ ରାଜ୍ୟ ଜାତୀୟ, ୩ଟି ବିଶ୍ୱ ୟୁନିଭର୍ସିଟି ଓ ୩ଟି ଏସିଆନ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଛନ୍ତି। ପ୍ରତି ଦୁଇବର୍ଷରେ ଥରେ ବିଶ୍ୱ ଚାମ୍ପିୟନଶିପ୍‌ ଆୟୋଜନ ହୋଇଥାଏ। ତେବେ ଅଗଷ୍ଟ ପରେ ଏହି ମୋଗ ଇଭେଣ୍ଟ ଆୟୋଜିତ ହୋଇ ନ ଥାଏ। କିନ୍ତୁ ଦୋହାରେ ପ୍ରବଳ ଗ୍ରୀଷ୍ମ ଚାଲିଥିବାରୁ ଏଥର ଏହାକୁ ସେପ୍ଟେମ୍ବର ଶେଷ ଓ ଅକ୍ଟୋବର ଆରମ୍ଭରେ ଆୟୋଜନ କରାଯାଉଛି। ପ୍ରବଳ ଗ୍ରୀଷ୍ମ ଓ ପ୍ରତିଯୋଗିତା ଡେରିରେ ଆରମ୍ଭ ହେଉଥିବାରୁ ଆଥଲେଟଙ୍କ ଟାଇମିଂ ପ୍ରଭାବିତ ହେବାର ଆଶଙ୍କା ରହିଛି। ସାଧାରଣତଃ ସେପ୍ଟେମ୍ବରରେ ଆଥଲେଟଙ୍କ ସେସେନ ଶେଷ ହୋଇଥାଏ। ଫଳରେ ଏହି ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଶ୍ରେଷ୍ଠ ଆଥଲେଟମାନେ ସେମାନଙ୍କ ପ୍ରଶିକ୍ଷଣ ଓ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି।
କୋଚ୍‌ ଏନ୍‌. ରମେଶ ଦୂତୀଙ୍କ ସହ ଦୋହା ଯିବେ। ରମେଶ ଭାରତ ଅଫିସିଆଲ ଦଳରେ ସାମିଲ ହୋଇ ନ ଥିବାରୁ ତାଙ୍କର ସବୁ ଖର୍ଚ୍ଚ ଦୂତୀ ବହନ କରିବେ। ରହିବା ଓ ଫ୍ଲାଇଟ୍‌ ଖର୍ଚ୍ଚ ମୁଁ ବହନ କରିବି। ରମେଶଙ୍କ ପାଇଁ ଏକ ପାସ ବ୍ୟବସ୍ଥା କରିବାକୁ ଆଥଲେଟିକ ଫେଡେରେଶନ ଅଫ ଇଣ୍ଡିଆ (ଏଏଫ୍‌ଆଇ)କୁ କହିଛି । ଏଏଫ୍‌ଆଇ ମଧ୍ୟ ପାସ ଦେବାକୁ ବ୍ୟବସ୍ଥା କରୁଛି ବୋଲି ଦୂତୀ କହିଛନ୍ତି। ଗତ ମାସ ଭିଜା ସମସ୍ୟା କାରଣରୁ ୟୁରୋପ୍‌ରେ କେତୋଟି ଦୌଡ଼ ଅଂଶଗ୍ରହଣ କରିପାରି ନ ଥିବାରୁ ଦୂତୀ ଅବସୋସ ଜାହିର କରିଛନ୍ତି। କେତେକ ବୈଷୟିକ ସମସ୍ୟା ଯୋଗୁ ଭିଜା ମିଳିପାରି ନ ଥିଲା ବୋଲି ଦୂତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ, ଗଞ୍ଜାମର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ: ଆଇନ ମନ୍ତ୍ରୀ

ଛତ୍ରପୁର, ୧୫`୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଜିଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ…

ସିଂହ ରାଶିରେ ଏକାଠି ହେବେ ସୂର୍ଯ୍ୟ-ବୁଧ; ଧନ ଓ ସଫଳତାରେ ମିଳିବ ବଡ଼ ଲାଭ, ଏହି ୩ ରାଶିର ଗୋଲ୍ଡେନ୍ ଟାଇମ୍ ଆରମ୍ଭ…

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହମାନଙ୍କର ଗତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହମାନଙ୍କର ରାଜକୁମାର ବୁଧ, ଆସନ୍ତା ଅଗଷ୍ଟ ୨୨ ତାରିଖରେ ସନ୍ଧ୍ୟା…

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

ପ୍ରଧାନମନ୍ତ୍ରୀଙ୍କ ସହିତ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଥିବା କ୍ୟାପଟେନ ସୋନିଆ ସିଂହ ଚୌହାନ କିଏ? ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି, ଏହି ଐତିହାସିକ ମୁହୂର୍ତ୍ତ ଉପରେ ସମଗ୍ର ଦେଶର ନଜର ରହିଥିଲା। 21 ତୋପ…

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri