Posted inଖେଳ

ବିଶ୍ୱ ଆଥଲେଟିକ୍‌ ଚାମ୍ପିୟନଶିପ୍‌: ଉନ୍ନତ ପ୍ରଦର୍ଶନ ନେଇ ଦୂତୀ ଆଶାବାଦୀ

ଭୁବନେଶ୍ୱର, ୨୩।୯(ସ୍ପୋଟର୍‌ସ ବ୍ୟୁରୋ)- ଚଳିତମାସ ୨୭ ତାରିଖରେ ଦୋହାଠାରେ ଆରମ୍ଭ ହେବାକୁ ବିଶ୍ୱ ଆଥଲେଟିକ୍‌ ଚାମ୍ପିୟନଶିପ୍‌। ଏଥିରେ ଭାଗ ନେବାକୁ ଯାଉଥିବା ଭାରତର ଦ୍ରୁତତମ ମହିଳା ତଥା ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଉନ୍ନତ ପ୍ରଦର୍ଶନ ନେଇ ବେଶ୍‌ ଆଶାବାଦୀ ଅଛନ୍ତି। ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ସେ ଫାଇନାଲ୍ସରେ ପ୍ରବେଶ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଦୋହା ଭଳି ପରିବେଶରେ ଖାଫ୍‌ ଖୁଆଇବା ପାଇଁ ଦୂତୀ ସ୍ବତନ୍ତ୍ର ଭାବେ କଳିଙ୍ଗ ଷ୍ଟାଡିୟମରେ ପ୍ରଶିକ୍ଷଣ ଜାରି ରଖିଛନ୍ତି। ଏଥିପାଇଁ ସେ ରାତିରେ ଅଭ୍ୟାସ କରୁଛନ୍ତି। ଭାରତୀୟ ଦଳ ୨୩ ତାରିଖରେ ଦୋହା ଯିବାର କାର୍ଯ୍ୟକ୍ରମ ଥିଲେ ହେଁ ଦୂତୀ ୨୫ ତାରିଖରେ ସେଠାକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ୨୦୧୭ ଲଣ୍ଡନ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ଏବେ ସେ ନିଜର ତ୍ରୁଟି ସୁଧାରି ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟରେ ରହିଛନ୍ତି।
ଦୋହାରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି ବୋଲି ଦୂତୀ କହିଛନ୍ତି। ଗତ ସଂସ୍କରଣରେ ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲି। ତେବେ ଏଥର ଅତିକମ୍‌ରେ ଫାଇନାଲ୍ସରେ ପ୍ରବେଶ କରିବି ବୋଲି ଆଶା ରଖିଛି। ଏହା ଆଦୌ ସହଜ ନୁହଁ। ତେବେ ଏଥିପାଇଁ ପ୍ରୟାସ କରିବି। ଫାଇନାଲ୍ସରେ ପହଞ୍ଚି ପାରିଲେ ଖୁସି ହେବି ବୋଲି କହିଛନ୍ତି। ୨୦୧୭ ଲଣ୍ଡନ ବିଶ୍ୱ ଚାମ୍ପିୟନଶିପ୍‌ରେ ଦୂତୀ ହିଟ୍ସରେ ୧୨.୦୭ ସେକେଣ୍ଡ ନେଇ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ଓ ସେମିଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ। ଦୂତୀ ମଧ୍ୟ ଦୋହା ବିଶ୍ୱଚାମ୍ପିୟନଶିପ୍‌ କ୍ୱାଲିଫିକେଶନ ମାର୍କ ୧୧. ୨୪ ସେକେଣ୍ଡକୁ ଛୁଇଁ ପାରି ନ ଥିଲେ। ତେବେ ଏପ୍ରିଲ୍‌ରେ ଦୋହାରେ ଏସିଆନ ଚାମ୍ପିୟନଶିପ୍‌ରେ ୧୧.୨୬ ସେକେଣ୍ଡ ନେଇ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏହା ମଧ୍ୟ ଜାତୀୟ ରେକର୍ଡର ମାନ୍ୟତା ପାଇଥିଲା।
ଏବେ ପ୍ରସ୍ତୁତି ଠିକ୍‌ ଚାଲିଛି। ଦୋହା ରେସ୍‌ ଟାଇମିଂ ସହ ଖାପ୍‌ ଖୁଆଇବା ପାଇଁ ରାତିରେ ଅଭ୍ୟାସ କରୁଛି। ରାତି ୭ରୁ ୮ଟା ମଧ୍ୟରେ ଅଭ୍ୟାସ କରୁଛି ବୋଲି ସେ କହିଛନ୍ତି। ତେବେ ଦୋହାରେ କ’ଣ ହେଉଛି ତାହା ପରେ ଦେଖାଯିବ ବୋଲି ୨୩ ବର୍ଷୟା ଦୂତୀ କହିଛନ୍ତି। ଗତ ଜୁଲାଇରେ ଦୂତୀ ପ୍ରଥମ ଭାରତୀୟ ସ୍ପ୍ରିଣ୍ଟର ଭାବେ ବିଶ୍ୱ ୟୁନିଭର୍ସିଟି ଗେମ୍ସ ଭଳି କୌଣସି ବିଶ୍ୱସ୍ତରୀୟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ସେ କୋଚ୍‌ ଏନ୍‌. ରମେଶଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ଜାରି ରଖିଛନ୍ତି।
ଦୋହାରେ ସେ ମହିଳା ୧୦୦ମି. ହିଟ୍ସରେ ଆସନ୍ତା ୨୮ ତାରିଖର ଅପରାହ୍ନ ୪.୩୦ (ଭାରତୀୟ ସମୟ ସନ୍ଧ୍ୟା ୭.୩୦)ରେ ଦୌଡ଼ିବେ। ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବା କଷ୍ଟସାଧ୍ୟ ବୋଲି ସେ ସ୍ବୀକାର କରିଛନ୍ତି। ଟୋକିଓ ଅଲିମ୍ପିକ୍ସର କ୍ୱାଲିଫିକେଶନ ମାର୍କ ୧୧.୧୫ ସେକେଣ୍ଡ ରହିଛି। ଚଳିତ ସେସନରେ ଏହା ଶେଷ ପ୍ରତିଯୋଗିତା ଓ ଏ ବର୍ଷ ବହୁତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି। ଏବେ କେତେ ଶୀଘ୍ର ଦୌଡ଼ି ପାରିବି ଓ ଏ ନେଇ ଶରୀରକୁ କେତେ ଫିଟ୍‌ ରଖିପାରିବି ତାହା ଆକଳନ କରିବି। ୧୧.୧୫ସେକେଣ୍ଡ ମାର୍କ ହାସଲ କରିବା ନିଶ୍ଚିତ ଭାବେ କଷ୍ଟକର। ଏହା କେବଳ ମୋ ପାଇଁ ନୁହଁ ଅନ୍ୟ ଆଥଲେଟଙ୍କ ପାଇଁ ସମାନ କଷ୍ଟ ବୋଲି ଦୂତୀ କହିଛନ୍ତି।
ଆଗକୁ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବି ନାହିଁ। ଆସନ୍ତା ବର୍ଷ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଚେଷ୍ଟା କରିବି ବୋଲି ସେ କହିଛନ୍ତି। ଚଳିତ ସେସନରେ ଦୂତୀ ୧୫ଟି କମ୍ପିଟେଟିଭ ରେସ୍‌ରେ ଅଂଶଗ୍ରହଣ କରିଛନ୍ତି। ସେ ୩ଟି ଇଣ୍ଡିଆନ୍‌ ପ୍ରିକ୍ସ, ୩ଟି ଫେଡ କପ୍‌, ୩ଟି ଆନ୍ତଃ ରାଜ୍ୟ ଜାତୀୟ, ୩ଟି ବିଶ୍ୱ ୟୁନିଭର୍ସିଟି ଓ ୩ଟି ଏସିଆନ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଛନ୍ତି। ପ୍ରତି ଦୁଇବର୍ଷରେ ଥରେ ବିଶ୍ୱ ଚାମ୍ପିୟନଶିପ୍‌ ଆୟୋଜନ ହୋଇଥାଏ। ତେବେ ଅଗଷ୍ଟ ପରେ ଏହି ମୋଗ ଇଭେଣ୍ଟ ଆୟୋଜିତ ହୋଇ ନ ଥାଏ। କିନ୍ତୁ ଦୋହାରେ ପ୍ରବଳ ଗ୍ରୀଷ୍ମ ଚାଲିଥିବାରୁ ଏଥର ଏହାକୁ ସେପ୍ଟେମ୍ବର ଶେଷ ଓ ଅକ୍ଟୋବର ଆରମ୍ଭରେ ଆୟୋଜନ କରାଯାଉଛି। ପ୍ରବଳ ଗ୍ରୀଷ୍ମ ଓ ପ୍ରତିଯୋଗିତା ଡେରିରେ ଆରମ୍ଭ ହେଉଥିବାରୁ ଆଥଲେଟଙ୍କ ଟାଇମିଂ ପ୍ରଭାବିତ ହେବାର ଆଶଙ୍କା ରହିଛି। ସାଧାରଣତଃ ସେପ୍ଟେମ୍ବରରେ ଆଥଲେଟଙ୍କ ସେସେନ ଶେଷ ହୋଇଥାଏ। ଫଳରେ ଏହି ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଶ୍ରେଷ୍ଠ ଆଥଲେଟମାନେ ସେମାନଙ୍କ ପ୍ରଶିକ୍ଷଣ ଓ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି।
କୋଚ୍‌ ଏନ୍‌. ରମେଶ ଦୂତୀଙ୍କ ସହ ଦୋହା ଯିବେ। ରମେଶ ଭାରତ ଅଫିସିଆଲ ଦଳରେ ସାମିଲ ହୋଇ ନ ଥିବାରୁ ତାଙ୍କର ସବୁ ଖର୍ଚ୍ଚ ଦୂତୀ ବହନ କରିବେ। ରହିବା ଓ ଫ୍ଲାଇଟ୍‌ ଖର୍ଚ୍ଚ ମୁଁ ବହନ କରିବି। ରମେଶଙ୍କ ପାଇଁ ଏକ ପାସ ବ୍ୟବସ୍ଥା କରିବାକୁ ଆଥଲେଟିକ ଫେଡେରେଶନ ଅଫ ଇଣ୍ଡିଆ (ଏଏଫ୍‌ଆଇ)କୁ କହିଛି । ଏଏଫ୍‌ଆଇ ମଧ୍ୟ ପାସ ଦେବାକୁ ବ୍ୟବସ୍ଥା କରୁଛି ବୋଲି ଦୂତୀ କହିଛନ୍ତି। ଗତ ମାସ ଭିଜା ସମସ୍ୟା କାରଣରୁ ୟୁରୋପ୍‌ରେ କେତୋଟି ଦୌଡ଼ ଅଂଶଗ୍ରହଣ କରିପାରି ନ ଥିବାରୁ ଦୂତୀ ଅବସୋସ ଜାହିର କରିଛନ୍ତି। କେତେକ ବୈଷୟିକ ସମସ୍ୟା ଯୋଗୁ ଭିଜା ମିଳିପାରି ନ ଥିଲା ବୋଲି ଦୂତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…

ଲକ୍ଷ୍ନୌ, ୫ା୫: ପେସ୍‌ ସେନ୍‌ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍‌ ଜଷ୍ଟିନ ଲାଙ୍ଗର...

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’

ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ...

ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ

କୋଲକାତା,୪ା୫: ଇଣ୍ଡିଆନ୍‌ ସୁପର ଲିଗ(ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି...

ପାଣ୍ଡ୍ୟା-ବୁମ୍‌ରାଙ୍କୁ ଛାଡ଼ନ୍ତୁ, ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେଣି ରୋହିତ ଶର୍ମା…

ନୂଆଦିଲ୍ଲୀ,୪।୫: ଟି୨୦ ବିଶ୍ୱକପ୍‌ରେ ଜୁନ୍‌ ୫ରୁ ନିଜର ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ଭେଟିବ। ତେବେ ଏହା ପୂର୍ବରୁ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri