ବିଶ୍ୱ ଅତିଧନୀଙ୍କ ସମ୍ପତ୍ତି ୨୭ ଲକ୍ଷ କୋଟି କମିଲା

ନୂଆଦିଲ୍ଲୀ,୧୦-୧୧: ଗତ ବର୍ଷ ବିଶ୍ୱସ୍ତରରେ ବିଲିୟନେୟାରଙ୍କ ସମ୍ପତ୍ତିରେ ୩୮୮ ବିଲିୟନ ଡଲାର(ପ୍ରାୟ ୨୭ ଲକ୍ଷ କୋଟି ଟଙ୍କା) ହ୍ରାସ ଘଟିଛି। ଗତ ୧୫ ବର୍ଷ ମଧ୍ୟରେ ଏଭଳି ପ୍ରଥମଥର ଲାଗି ହୋଇଥିବା ୟୁବିଏସ୍‌ ଏବଂ ପିଡବ୍ଲ୍ୟୁସି ବିଲିୟନାରିଜ ରିପୋର୍ଟରୁ ଏହା ଜଣାପଡିଛି। ଏହି ସମୟରେ ବିଲିୟନେୟାରଙ୍କ ମୋଟ ସମ୍ପତ୍ତିରେ ୪.୫% କମିବା ଦ୍ୱାରା ୮.୫ ଟ୍ରିଲିୟନ ଡଲାରକୁ ଖସିଛି। ଗତ ପାଞ୍ଚ ବର୍ଷ ଧରି ଏମାନଙ୍କ ସମ୍ପତ୍ତିରେ ବୃଦ୍ଧି ହେଉଥିଲା ମାତ୍ର ଗତ ବର୍ଷ ଏଥିରେ ହ୍ରାସ ଘଟିଥିବା ୟୁବିଏସ୍‌ ଗ୍ଲୋବାଲ ଓ୍ବେଲ୍‌ଥ ମ୍ୟାନେଜମେଣ୍ଟର ଅଲ୍ଟା ହାଇନେଟ ଓର୍ଥ ବିଭାଗ ମୁଖ୍ୟ ଜୋଶେଫ ଷ୍ଟାଡଲର କହିଛନ୍ତି। ଡଲାର ଦୃଢ ହେବା ସାଙ୍ଗକୁ ପୁଞ୍ଜି ବଜାରରେ ଅନିଶ୍ଚିତତା ,ଭୌଗୋଳିକ କାରଣ ଏବଂ ବିଶ୍ୱସ୍ତରର ରାଜନୀତି ଯୋଗୁ ଅତିଧନିଙ୍କ ସମ୍ପତ୍ତିରେ ଏଭଳି ହ୍ରାସ ପରିଲକ୍ଷିତ ହୋଇଛି।
ଏହି ରିପୋର୍ଟ ମୁତାବକ, ଚାଇନା, ହଂକଂ ଏବଂ ଏସିଆ ପାସିଫିକ ରିଜିଅନରେ ଅତିଧନୀଙ୍କ ସମ୍ପତ୍ତି ଅତିମାତ୍ରାରେ ହ୍ରାସ ଘଟିଛି। ହଂକଂରେ ଏହା ୪% କମିଥିବା ଘଟିଥିବା ବେଳେ ୩୧୯.୮ ବିଲିୟନ ଡଲାରକୁ ଖସିଛି। ସେହିଭଳି ଚାଇନାରେ ଧନୀଙ୍କ ସମ୍ପତ୍ତିରେ ୧୨% ହ୍ରାସ ଘଟିଛି। ଶେୟାର ବଜାରରେ ହ୍ରାସ ଧାରା ଜାରି ଏବଂ ଜିଡିପି ଅଭିବୃଦ୍ଧି ହ୍ରାସ ହେବା ଭଳି କାରଣରୁ ସମ୍ପତ୍ତି କମିଥିବା ଜଣାପଡିଛି। ଏଭଳି ବିଭିନ୍ନ କାରଣରୁ ସେଠାକାର ବିଲିୟନେୟାର ତାଲିକାରୁ ୪୮ ଜଣ ବାଦ ପଡିଛନ୍ତି। ଏଭଳି ସ୍ଥିତି ପରେ ଚାଇନାରେ ପ୍ରତି କିଛି ସମୟ ବ୍ୟବଧାନରେ ନୂଆ ବିଲିୟାନେୟାର ସୃଷ୍ଟି ହେଉଛନ୍ତି। କେବଳ ଚାଇନା ନୁହେଁ ଭାରତ ସମେତ ଏସିଆ ପାସିଫିକ ଅଞ୍ଚଳରେ ଧନୀଙ୍କ ସମ୍ପତ୍ତିରେ ହ୍ରାସ ଧାରା ଦେଖାଯାଇଛି।
ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ଯୋଗୁ ଏହାର ପ୍ରଭାବ ବିଶ୍ୱର ବିଭିନ୍ନ ବଜାର ଉପରେ ପଡିଛି। ଏଥି ଯୋଗୁ ବିଲିୟନେୟାରଙ୍କ ସମ୍ପତ୍ତି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ବଜାର ବିଶେଷଜ୍ଞ କହିଛନ୍ତି। ବାଣିଜ୍ୟ ଯୁଦ୍ଧ ଯୋଗୁ ନିବେଶକମାନେ ଶେୟାର ବଜାରରୁ ଦୂରେଇ ରହିଛନ୍ତି। ଆମେରିକାକୁ ବାଦଦେଲେ ବିଶ୍ୱ ସ୍ତରର ବିଲିୟନେୟାରଙ୍କ ସମ୍ପତ୍ତି ହ୍ରାସ ଘଟିଛି। ଟେକ୍ନେଲୋଜି ବ୍ୟବସାୟ ସହ ଜଡିତ ବ୍ୟକ୍ତି ବିଶେଷ ଅଧିକ ସଂଖ୍ୟକ ବିଲିୟନେୟାର ସୂଚୀରେ ନିଜ ନାମକୁ ଯୋଡୁଛନ୍ତି। ୨୦୧୮ ଶେଷ ପର୍ଯ୍ୟନ୍ତ ଆମେରିକାରେ ବିଲିୟନେୟାରଙ୍କ ସଂଖ୍ୟା ୭୪୯ ରହିଛି। ୨୦୧୪ରେ ବିଲିୟନେୟାରଙ୍କ ସଂଖ୍ୟା ୧୭୫୧ ରହିଥିବା ବେଳେ ଏହା ଏହା ୨୦୧୮ରେ ୨୨୦୧କୁ ବଢିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri