ବିମୁଦ୍ରୀକରଣ ଯୋଗୁ ଆସିଛି ମାନ୍ଦାବସ୍ଥା: ଆର୍‌ବିଆଇ

ନୂଆଦିଲ୍ଲୀ, ୮-୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ବିମୁଦ୍ରୀକରଣ ଯୋଗୁ ଦେଶରେ ମାନ୍ଦାବସ୍ଥା ଆସିଛି ବୋଲି ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡିଛି। କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ପଦକ୍ଷେପ ଯୋଗୁ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଥିବା ବିଶେଷଜ୍ଞମାନେ କହି ଆସୁଛନ୍ତି। ସେମାନଙ୍କ ମତକୁ ରିଜର୍ଭ ବ୍ୟାଙ୍କ ବିଳମ୍ବରେ ହେଲେ ମଧ୍ୟ ସମର୍ଥନ କରିଛି।
କେନ୍ଦ୍ରୀୟ ବ୍ୟାଙ୍କ ତଥ୍ୟ ମୁତାବକ, ବିମୁଦ୍ରୀକରଣ ପରେ କଞ୍ଜ୍ୟୁମର ଗୁଡ୍‌ସ ଲାଗି ଋଣ ପ୍ରଦାନ ନିମ୍ନଗାମୀ ହେବା ସହ ନିରନ୍ତର ହ୍ରାସ ପାଇ ଚାଲିଛି। ୨୦୧୭ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟାଙ୍କଗୁଡିକ ପକ୍ଷରୁ କଞ୍ଜ୍ୟୁମର ଗୁଡ୍‌ସ ବାବଦକୁ ରେକର୍ଡ ୨୦,୭୯୧ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ଗତ ୬ ବର୍ଷ ଧରି ଏଥିରେ ଲଗାତାର ଅଭିବୃଦ୍ଧି ରହିଥିଲା। ମାତ୍ର ବିମୁଦ୍ରୀକରଣ ପରେ ଏହା ପ୍ରାୟ ୭୩% ହ୍ରାସ ଘଟି ବର୍ତ୍ତମାନ ୫,୬୨୩ କୋଟିକୁ ଖସି ଆସିଛି। ୨୦୧୭-୧୮ ଆର୍ଥତ୍କ ବର୍ଷରେ ୫.୨% ଏବଂ ୨୦୧୮-୧୯ରେ ଏହା ୬୮% ଖସିଛି। ଚଳିତ ବର୍ଷ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ କଞ୍ଜ୍ୟୁମର ଡ୍ୟୁରେବୁଲ କ୍ଷେତ୍ରକୁ ଋଣରେ ୧୦.୭% ହ୍ରାସ ଘଟିଛି।
ସେହିଭଳି ଏମ୍‌ଏସ୍‌ଏମ୍‌ଇ ୟୁନିଟଗୁଡିକର କାରବାର ବିମୁଦ୍ରୀକରଣ ପରେ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି। ଏହି ପ୍ରସଙ୍ଗ ଉପରେ ଚତୁର୍ଦ୍ଦଶ ଅର୍ଥ କମିଶନ ସଦସ୍ୟ ଗୋବିନ୍ଦ ରାଓ କହିଛନ୍ତି, ମାନ୍ଦାବସ୍ଥା ଲୋକଙ୍କ ଆୟ ସହ ସାମଞ୍ଜସ୍ୟ ରଖିଛି। ବିମୁଦ୍ରୀକରଣ ପରେ କଞ୍ଜ୍ୟୁମର ଗୁଡ୍‌ସ କ୍ଷେତ୍ରକୁ ଋଣରେ ହ୍ରାସ , ନଗଦ ଅଭାବ ଯୋଗୁ ଏମ୍‌ଏସ୍‌ଏମ୍‌ଇଗୁଡିକ ସମସ୍ୟା ଭୋଗିବାରୁ ବନ୍ଦ ହେବା, କର୍ମଚାରୀଙ୍କ ମଧ୍ୟରେ ଅର୍ଥାଭାବ, କମ୍ପାନୀଗୁଡିକର ଷ୍ଟକ ନ ଶେଷ ହେବା, ଲୋକଙ୍କ ଆୟ ହ୍ରାସ, ବେକାରି ହାର ବୃଦ୍ଧି ମାନ୍ଦାବସ୍ଥାକୁ ଡାକି ଆଣିଛି ବୋଲି ରାଓ କହିଛନ୍ତି। ଏପରି ସ୍ଥିତିରେ ଏମ୍‌ଏସ୍‌ଏମ୍‌ଇଗୁଡିକର ସ୍ଥିତି କ’ଣ ରହିଛି ସେ ସମ୍ପର୍କରେ ସରକାର କୌଣସି ସର୍ଭେ କରାଇ ନାହାନ୍ତି। ଏଣୁ ପ୍ରକୃତ ସ୍ଥିତି କିଭଳି ରହିଛି ତାର ଡାଟା ଜଣା ପଡୁ ନାହିଁ। ଏହାବାଦ ଶିଳ୍ପ କ୍ଷେତ୍ରକୁ ଋଣ ପରିମାଣ ବର୍ତ୍ତମାନ ସୁଦ୍ଧା ୩% ହ୍ରାସ ଘଟିଛି। ଏହା ସେବା କ୍ଷେତ୍ରରେ ୪.୩% ରହିଛି। ସେହିଭଳି ଜାହାଜ ଚଳାଚଳ କ୍ଷେତ୍ରରେ ଏହା ସର୍ବନିମ୍ନ ୨୪.୧% କମିଛି। ଏହାବାଦ ହାଉସିଂ ଋଣ ୩.୪% ବଢିବାରୁ ମୋଟ ହାଉସହୋଲ୍ଡ ଋଣ ପରିମାଣ ୨.୫% ବଢିଥିବା ଆର୍‌ବିଆଇ ଡାଟାରୁ ଜଣା ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଏଣିକି ଲମ୍ୱା ଲାଇନରୁ ମିଳିବ ମୁକ୍ତି, ଏଟିଏମ କାର୍ଡରେ ମିଳିବ……

ନୂଆଦିଲ୍‌ଲୀ,୨୩।୬: ସମଗ୍ର ଦେଶରେ ରାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ନିକଟରେ ସରକାର କିଛି ଏମିତି ସୁବିଧା ଲାଗୁ…

ଶେୟାର ମାର୍କେଟ୍‌ କ୍ରାଶ୍‌: ୫ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ,୨୩।୬: ଦକ୍ଷିଣ କୋରିଆ ବଜାରରେ ତୀବ୍ର ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ପଡ଼ିଛି। BSE ସେନସେକ୍ସ ପ୍ରାୟ ୬୦୦-୭୦୦ ପଏଣ୍ଟ ହ୍ରାସ ପାଇଛି। NSE ନିଫ୍ଟି …

ମାତ୍ର ୫୦ ଟଙ୍କା ନିବେଶ କଲେ ମିଳିବ ୩୫ ଲକ୍ଷର ଦମଦାର୍‌ ରିଟର୍ନ; ଆପଣଙ୍କୁ ଧନୀ କରିବ ପୋଷ୍ଟ ଅଫିସର ଏହି ଯୋଜନା

ଭୁବନେଶ୍ୱର, ୨୩।୬: ମାସ ଶେଷରେ ଦରମା ବା ପାରିଶ୍ରମିକ ଯାହା ବି ହେଉ ନା କାହିଁକି, ସଞ୍ଚୟ କରିବା ନିହାତି ଜରୁରୀ ଯେପରି ଭବିଷ୍ୟତରେ ଆବଶ୍ୟକତା ସମୟରେ…

IRCTC New Rules: ବଦଳିଲା ତତ୍କାଳ ଟିକେଟ ବୁକିଂ ନିୟମ: ଏବେ ଆଧାର କାର୍ଡ ବିନା ହେବନି କୌଣସି କାମ

ନୂଆଦିଲ୍ଲୀ,୨୨।୬: ଆଜିକାଲି ସମୟରେ ଟ୍ରେନ ଟିକେଟ ମିଳିବା ବହୁତ କଷ୍ଟକର ହୋଇପଡ଼ିଛି। ପର୍ବପର୍ବାଣୀ ସମୟରେ ଯଦି ଘରକୁ ଯିବାକୁ ଥାଏ, ତେବେ ଟିକେଟ ଆଦୌ ମିଳିନଥାଏ। ଏଭଳି…

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

ଇପିଏଫ୍‌ଓ ୩.୦ରେ ବଡ଼ ପରିବର୍ତ୍ତନ! ଆଉ ୭୫% ନୁହେଁ, ଏଣିକି ବିନା କାରଣରେ ବି ଉଠାଇ ପାରିବେ ପୁରା PF ଟଙ୍କା

ନୂଆଦିଲ୍ଲୀ,୨୧।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ସଦସ୍ୟମାନଙ୍କ ପାଇଁ ‘EPFO 3.0’ ଅଧୀନରେ ଅନେକ ସହଜ ଓ ସୁବିଧାଜନକ ନିୟମ ଆଣିବାକୁ ଯାଉଛି। ଏହି…

ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପ୍ରାଇମ ଡେ’ର ୧୦ମ ସଂସ୍କରଣ

ଭୁବନେଶ୍ୱର,୨୧।୬: ଆସନ୍ତା ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରାଇମ ଡେ’-୨୦୨୬ର ୧୦ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହା ୪ ଜୁଲାଇ ରାତି ୧୨ଟାରୁ…

ସାବଧାନ! ବଦଳିଲା ରେଳବାଇର ନିୟମ; ବିନା ଟିକେଟ୍‌ରେ ଯାତ୍ରା କଲେ ଦୁଇଗୁଣା ଜରିମାନା ସହ ଜେଲ ଦଣ୍ଡ

ନୂଆଦିଲ୍ଲୀ,୨୧।୬: ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଟ୍ରେନ, ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କମ ଭଡ଼ା ହେବା ସତ୍ତ୍ୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri