ବିବାହ ପରେ ବି ପ୍ରେମରେ ପଡିଥିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ବଲିଉଡ୍‌ ପ୍ରେମ କାହାଣୀ ଯେତିକି ରୋଚକପୂର୍ଣ୍ଣ ଭାରତୀୟ ରାଜନେତାଙ୍କ ପ୍ରେମ କାହାଣୀ ମଧ୍ୟ ସେତିକି ରୋମାଞ୍ଚକର। ଏଠି ଅଧିକାଂଶ ନେତା ପ୍ରେମରେ ପଡି ଆସିଛନ୍ତି ଚର୍ଚ୍ଚାକୁ। ସେମିତି ଜଣେ ରାଜନେତା ହେଉଛନ୍ତି ବର୍ତ୍ତମାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା କ୍ୟାପଟେନ୍‌ ଅମରିନ୍ଦର ସିଂ। ରାଜବଂଶର ଏହି ଦାୟାଦ ପ୍ରଥମେ ପ୍ରୀନିତ କୌରଙ୍କୁ ବିବାହ କରିଥିଲେ। ପଞ୍ଜାବ ସରକାରରେ ମନ୍ତ୍ରୀଥିବା ପ୍ରୀନିତଙ୍କୁ ବିବାହ ପରେ ଦୁଇଟି ସନ୍ତାନର ଜନକ ହୋଇଥିଲେ ଅମରିନ୍ଦର। ହେଲେ ଏହାପରେ ସେ ପଡିଯାଇଥିଲେ ଜଣେ ବିଦେଶୀ ଖବରଦାତାଙ୍କ ପ୍ରେମରେ।

ଅମରିନ୍ଦର ୨୦୦୭ରେ ୫୦ ବର୍ଷୀୟା ପାକିସ୍ତାନୀ ଖବରଦାତା ଅରୁସା ଆଲମଙ୍କ ପ୍ରେମରେ ପଡିଥିଲେ ବୋଲି ଆଲୋଚନା ହେଉଥିଲା। ହେଲେ ଅରୁସା ଏହାକୁ ଏଡାଇ ଯାଇଥିଲେ। ସେ କହିଥିଲେ ଅମରିନ୍ଦର ମୋର ଜଣେ ଭଲ ବନ୍ଧୁ ଏବେ ଅଛନ୍ତି ଆଗକୁ ରହିବେ ମଧ୍ୟ। ହେଲେ ଏହା ଏତିକିରେ ସୀମିତ ନ ଥିଲା। ଅନେକଥର ଏମାନଙ୍କୁ ଅତି ନିକଟତର ହେବା ଦେଖିବାକୁ ମିଳିବା ପରେ ଏମାନଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହେଲା।

ପ୍ରଥମେ ୨୦୦୪ରେ ଅମରିନ୍ଦର ପାକିସ୍ତାନ ଗସ୍ତ କରିଥିବା ସମୟରେ ଅରୁସାଙ୍କ ସହ ଦେଖା ହୋଇଥିଲା। ଏହାପରେ ଚଣ୍ଡିଗଡ଼ରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରି ଅରୁସା ଅମରିନ୍ଦରଙ୍କ ନିକଟତର ହୋଇଥିଲେ। ଏହାପରେ ବଢି ଯାଇଥିଲା ଏମାନଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା। ଉଭୟ ଏହାକୁ ସ୍ବୀକାର କରୁ ନ ଥିଲେ ମଧ୍ୟ ଅରୁସାଙ୍କ ଜନ୍ମଦିନ ପାଳନ କରିବାକୁ ଅମରିନ୍ଦର ହିମାଚଳ ପ୍ରଦେଶରେ ସ୍ବତନ୍ତ୍ର ପାର୍ଟିର ଆୟୋଜନ କରିଥିବା କୁହାଯାଏ। ସେମିତି ଅମରିନ୍ଦରଙ୍କ ଶପଥ ଗ୍ରହଣ ଉତ୍ସବରେ ବି ଅରୁସା ଥିଲେ ଅମରିନ୍ଦରଙ୍କ ଅତି ନିକଟରେ।


Enter your email to get our daily news in your inbox.

All Right Reserved By Dharitri.Com

TMCରେ ବଡ଼ ହଲଚଲ: ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଅଡୁଆ ବଢ଼ିଲା! ୭ ଦିନରେ…

କୋଲକାତା,୨୬।୮: ବିଦ୍ରୋହୀ ସାଂସଦମାନଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିଦ୍ରୋହୀ ସାଂସଦମାନେ NCPIରେ ଯୋଗଦେବା ନିଷ୍ପତ୍ତିକୁ ସମ୍ବିଧାନର ଦଶମ…

ରାକ୍ଷୀରେ କୁମ୍ଭ ରାଶିରେ ଲାଗିବ ଚନ୍ଦ୍ର ଗ୍ରହଣ, ୨୮ ଅଗଷ୍ଟରୁ ୫ ରାଶିଙ୍କ ଖରାପ ଟାଇମ୍‌ ଆରମ୍ଭ, ଅଯଥା ଖର୍ଚ୍ଚାନ୍ତରେ ପଡିବେ…

ଏହି ଚନ୍ଦ୍ରଗ୍ରହଣ ଏକ ଆଂଶିକ ଗ୍ରହଣ ହେବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ ଅନେକ ରାଶିର ଲୋକଙ୍କ ଜୀବନରେ ପ୍ରଭାବ ପଡ଼ିବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ କେତେକ ରାଶିକୁ…

ପିଏମ୍‌ ସୂର୍ଯ୍ୟଘର ଯୋଜନା: ସବ୍‌ସିଡି ଅର୍ଥ ବ୍ୟାଙ୍କ ଖାତାକୁ ଆସିବା ପାଇଁ ମନ୍ତ୍ରୀଙ୍କୁ ଗୁହାରି

କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନ ମଣ୍ଡଳୀରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ଆଖି ଦୃଶିଆ ଅଗ୍ରଗତି ହୋଇପାରୁ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍‌…

ସରକାରକୁ ପୁଣି ଅଲ୍ଟିମେଟମ୍‌ ଦେଲା CJP: ୩ ଦାବି ପୂରଣ ନ ହେଲେ…ସରକାରଙ୍କଠାରେ ପଶିଲା ଛନ୍‌କା

ନୂଆଦିଲ୍ଲୀ,୨୬।୮: କକ୍ରୋଚ ଜନତା ପାର୍ଟି (CJP) ପୁଣି ଥରେ ଦିଲ୍ଲୀରେ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳ ପକ୍ଷରୁ ସେପ୍ଟେମ୍ବର ୫ ତାରିଖରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ…

ଜମିପଟ୍ଟା ପାଇଁ ତହସିଲ ଅଫିସ ଦୌଡୁଥିଲେ ମାଲିକ, ବିଧାୟକ ପହଞ୍ଚି ସମସ୍ତଙ୍କୁ…

ମହାକାଳପଡ଼ା,୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରାଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମଙ୍ଗଳବାର ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଯୋଗଦେଇ କୂଳନାଞ୍ଜୁରା, ବିଲ ନାଞ୍ଜୁରା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୫୦,୦୦୦ ଝିଅଙ୍କୁ ମିଳିବ ସ୍କୁଟି

ଲକ୍ଷ୍ନୌ,୨୬।୮: ଲକ୍ଷ୍ନୌରେ ‘ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନା’ର ଶୁଭାରମ୍ଭ ଏବଂ ସ୍ବତନ୍ତ୍ର ବସ ପାଇଁ ପତାକା ପ୍ରଦର୍ଶନ ଅବସରରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ…

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri