ବିନା ଟିକେଟ୍‌ରେ ମୋ ବସ୍‌ ଯାତ୍ରା: ସେପ୍ଟେମ୍ବର ୧ରୁ ଜରିମାନା

ଭୁବନେଶ୍ୱର,୨୩।୮(ବ୍ୟୁରୋ): କ୍ୟାପିଟାଲ୍‌ ରିଜନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ) ବିନା ଟିକେଟ୍‌ ଯାତ୍ରୀଙ୍କ ଉପରେ ଆସନ୍ତା ୧ ସେପ୍ଟେମ୍ବରରୁ ଜରିମାନା ଜାରି କରିବ। ଯାତ୍ରୀମାନେ ଟିକେଟ୍‌ ନିରୀକ୍ଷକ ଦଳ ସହ ସହଯୋଗ କରନ୍ତୁ ଏବଂ ଉପଯୁକ୍ତ ଟିକେଟ୍‌ ଓ ମାସିକ ପାସ୍‌ ଯାତ୍ରା ସମୟରେ ବ୍ୟବହାର କରନ୍ତୁ ବୋଲି କ୍ରୁଟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। କ୍ରୁଟର ପ୍ରଶାସନିକ ଅଧିକାରୀ ଦୀପ୍ତି ମହାପାତ୍ର କହିଛନ୍ତି, କେତେଜଣ ଯାତ୍ରୀ ‘ମୋ ବସ୍‌’ରେ ଯାତ୍ରା ସମୟରେ ଉପଯୁକ୍ତ ମୂଲ୍ୟର ଟିକେଟ୍‌ କରୁନାହାନ୍ତି, ଫଳରେ ରାଜକୋଷର ରାଜସ୍ବ କ୍ଷତି ହେଉଛି। ଯାତ୍ରୀଙ୍କ ଅନୁଶାସନ ପାଇଁ ଆଗାମୀଦିନରେ ଟିକେଟ୍‌ ନିରୀକ୍ଷଣର ମାତ୍ରା ବଢିବ ଏବଂ ବିନା ଟିକେଟ୍‌ ଯାତ୍ରୀଙ୍କୁ ଦଣ୍ଡିତ କରାଯିବ। ଯଦି କେହି ଏପରି କାର୍ଯ୍ୟ କରୁଥିବାର ଦେଖିବାର ମିଳେ ତାହା ହେଲେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ଏ ସମ୍ବନ୍ଧିତ ନିୟମର ପ୍ରଚାର ଓ ପ୍ରସାର ପାଇଁ ବସ୍‌ ଭିତରେ ଏବଂ ବାହାରେ ଉପଯୁକ୍ତ ସୂଚନାର ବ୍ୟବସ୍ଥା କରାଯିବ। ଏଥିରେ ଟିଭି, ଖବରକାଗଜ ଓ ସୋସିଆଲ୍‌ ମିଡିଆର ବ୍ୟବହାର କରାଯିବ। ଧାରା ୧୨୪ ଓ ୧୭୮, ୧୭୯(୧), ୧୭୯(୨) ମୋଟର ଆକ୍ଟ ୧୯୮୮ ଅନୁସାରେ ଯେକୌଣସି ଯାତ୍ରୀ ବିନା ଟିକେଟ୍‌ କିମ୍ବା ପାସ୍‌ରେ ଯାତ୍ରା କଲେ ନ୍ୟାୟଗତ ଭଡାର ୧୦ ଗୁଣା ଅଥବା ୫ଶହ ଟଙ୍କା ଜରିମାନା ଦେବେ। ଅସହଯୋଗ କଲେ କିମ୍ବା କାର୍ଯ୍ୟରତ ନିରୀକ୍ଷକ ଦଳର ପ୍ରତିରୋଧ କଲେ ମଧ୍ୟ ୫ ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟ ଷ୍ଟେଶନରେ ପହଞ୍ଚିଲା ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌: ଭବ୍ୟ ସ୍ବାଗତ କଲେ ବିଧାୟକ, ଜନସାଧାରଣ

କୋରାପୁଟ, ୭।୭ (ଅମିତାଭ ବେହେରା): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମଙ୍ଗଳବାର ସକାଳେ ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌ କୋରାପୁଟ ରେଳ ଷ୍ଟେଶନରେ ପହଞ୍ଚିଛି। ସକାଳ ୮ଟା…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ଏହି ୫ଟି ରାଶିକୁ ଲାଗିପାରେ ବଡ଼ ଆର୍ଥିକ ଝଟ୍‌କା, ରହିବାକୁ ହେବ ସାବଧାନ!

ଜ୍ୟୋତିଷୀୟ ସଂଯୋଗ ଏବଂ ଗ୍ରହମାନଙ୍କ ଚଳନ ଯୋଗୁ ଅନେକ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି। ଏହି ଗ୍ରହ ସ୍ଥିତି ଯୋଗୁ…

ଆଇଆଇସି ବିଉଟି ମହାନ୍ତି ଆତ୍ମହତ୍ୟା ମାମଲା: ସନ୍ଦେହ ଘେରରେ ଏଏସ୍‌ଆଇ

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ଭାବେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀ ବିଉଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଦିନ ଗଡ଼ିବା…

ବର୍ଷାରେ ଧୋଇଗଲା ନିର୍ମାଣାଧିନ ରିଂ ରୋଡ: ସ୍ଥାୟିତ୍ୱ ନେଇ ଉଠିଲାଣି ପ୍ରଶ୍ନ

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶରେ ରିଂ ରୋଡ ନିର୍ମାଣ ଚାଲିଛି । ବରଗଡ଼ ସାଇ ମନ୍ଦିରରୁ ରୁହୁଣିଆଁ ପର୍ଯ୍ୟନ୍ତ ହେବାକୁ ଥିବା…

ପାକିସ୍ତାନ ଇଙ୍ଗିତରେ ନାଚୁଛି ବାଂଲାଦେଶ: ଭାରତୀୟ ରାଷ୍ଟ୍ରଦୂତଙ୍କ ଆଗରେ କଲା ଏମିତି କାମ

ଶ୍ରୀନଗର,୭।୭:ଜମ୍ମୁ ଓ କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ସତ୍ତ୍ୱେ ଅନେକ କ୍ଷେତ୍ରରେ କଶ୍ମୀରକୁ ଭାରତଠାରୁ ପୃଥକ ଭାବରେ ଦର୍ଶାଯାଇଛି। ବାଂଲାଦେଶରେ ଏପରି ଏକ ଘଟଣା…

ବିବାଦରେ ମୈଥିଲୀ ଠାକୁର: ଯୁବକଙ୍କୁ ଧମକ, ଗାଳିଗୁଲଜ କରିବା ନେଇ ଆସିଲା ଅଭିଯୋଗ, ଜାଣନ୍ତୁ କାହିଁକି ରାଗିଲେ ବିଧାୟିକା?

ନୂଆଦିଲ୍ଲୀ, ୭।୭: ବିହାରର ଦରଭଙ୍ଗା ଜିଲା ଅଲୀନଗର ଆସନର ଭାଜପା ବିଧାୟିକା ତଥା ପ୍ରସିଦ୍ଧ ଗାୟିକା ମୈଥିଲୀ ଠାକୁର ଏବେ ଏକ ବଡ଼ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି।…

ପୁରୀ-କୋରାପୁଟ ସ୍ପେସିଆଲ୍‌ ଟ୍ରେନକୁ କେସିଙ୍ଗାରେ ସ୍ବାଗତ: ରହଣି ସମୟ ପରିବର୍ତ୍ତନ ପାଇଁ ଦାବି

କେସିଙ୍ଗା, ୭।୭( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ର ପୁରୀ-ଶାବର କ୍ଷେତ୍ର କୋରାପୁଟ ସ୍ପେସିଆଲ୍‌ ଏକ୍ସପ୍ରେସ ଟ୍ରେନ (ନଂ .୧୮୪୦୮)କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri