Posted inଜାତୀୟ

ବିଧାୟକଙ୍କ କାର୍‌ରୁ ଦଳୀୟ ପତାକା ହଟାଇଲା ଏଏମ୍‌ୟୁ ପ୍ରଶାସନ

ଲକ୍ଷ୍ନୌ,୨୩।୧୦: ପୁଣି ବିବାଦରେ ଅଲିଗଡ଼ ମୁସଲିମ୍‌ ୟୁନିଭର୍ସିଟି(ଏଏମ୍‌ୟୁ)। ଉତ୍ତରପ୍ରଦେଶ ଭାଜପା ବିଧାୟକ ଦଲବୀର ସିଂହ ମଙ୍ଗଳବାର ଏଏମ୍‌ୟୁକୁ ଯାଇଥିଲେ। ବିଧାୟକଙ୍କ କାର୍‌ ଏଏମ୍‌ୟୁ ପରିସରକୁ ପ୍ରବେଶ କରୁଥିବା ବେଳେ ସେଠାକାର ଜଣେ କର୍ମଚାରୀ ତାଙ୍କ ଗାଡି ଅଟକାଇ ଜବରଦସ୍ତି କାର୍‌ରୁ ଭାଜପାର ଦଳୀୟ ପତାକାକୁ କାଢ଼ିଦେଇଥିଲେ। ଏହାପରେ ବିଧାୟକ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଉକ୍ତ କର୍ମଚାରୀଙ୍କ ବିରୋଧରେ ଦଲବୀର ଜିଲାପାଳ ଓ ଏସ୍‌ପିଙ୍କୁ ଅଭିଯୋଗ କରିଛନ୍ତି। ଏଥିସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଦାବି କରିଛନ୍ତି। ଅନ୍ୟପଟେ ୟୁନିଭର୍ସିଟିର ଜଣେ ଅଧିକାରୀ ଏନେଇ ସଫେଇ ଦେଇଛନ୍ତି, ଦଳୀୟ ପତାକା ଥିବା କାର୍‌କୁ ୟୁନିଭର୍ସିଟି ଭିତରେ ପ୍ରବେଶ କରିବାକୁ ଦିଆଯାଏନାହିଁ। କାରଣ ଏହା ଏକ ଶିକ୍ଷାନୁଷ୍ଠାନ। କେବଳ ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ଛାଡି ଦେଲେ ଅନ୍ୟ କାହାରିକୁ ଦଳୀୟ ପତାକା ସହ ପ୍ରବେଶ କରିବାକୁ ଦିଆଯାଏ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri