ବିଦ୍ୟୁତ୍‌ଜନିତ ଜୀବନହାନି ହ୍ରାସ କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ସମ୍ବେଦନଶୀଳ ବିଦ୍ୟୁତ୍‌ ସରବରାହ ସ୍ଥାନଗୁଡ଼ିକୁ ଚିହ୍ନଟ କରି ଭବିଷ୍ୟତରେ କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ସମସ୍ତ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ସମ୍ପୃକ୍ତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଲୋକସେବା ଭବନରେ ଆୟୋଜିତ ଏକ ଭିଡିଓ କନ୍‌ଫରେନ୍ସିଂରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ସମସ୍ତ ଜିଲାର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ବିଦ୍ୟୁତ୍‌ ବିଭାଗ ଓ ସମ୍ପୃକ୍ତ ବିଭାଗର ସମସ୍ତ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଲୋକପ୍ରତିନିଧିମାନଙ୍କ ସହିତ ଯୋଗସୂତ୍ର ରକ୍ଷା କରି ରାଜ୍ୟର ପ୍ରତ୍ୟେକ କୋଣ-ଅନୁକୋଣରେ ସମ୍ବେଦନଶୀଳ ବିଦ୍ୟୁତ୍‌ ସରବରାହକୁ ଠିକ୍‌ ରୂପେ ଏବଂ ନିୟମ ଅନୁଯାୟୀ ରହିଛି ନା ନାହିଁ ତା’ର ଏକ ରିପୋର୍ଟ ଦେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଭବିଷ୍ୟତରେ ଏପରି ଦୁର୍ଘଟଣା ଯେପରି ନ ଘଟେ ସେଥିପ୍ରତି ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ଏଥି ପାଇଁ ଅର୍ଥର କୌଣସି ଅଭାବ ନ ଥିବା ବୈଠକରୁ ଜଣାପଡିଛି। ରାସ୍ତାର ୨୦ ଫୁଟ୍‌ ଉଚ୍ଚରେ ୧୧କେଭି ତାର ରହିବା ଆବଶ୍ୟକ। ରାସ୍ତା ପାର୍ଶ୍ୱରେ ବିଦ୍ୟୁତ୍‌ ତାର ୧୯ ଫୁଟ ଏବଂ ଅନ୍ୟ ସ୍ଥାନରେ ୧୫ ଫୁଟ ଉଚ୍ଚରେ ରହିବା ଉଚିତ।
ଏହି ନିୟମ ଯେଉଁଠାରେ ଅନୁପାଳନ ହୋଇନାହିଁ ଅଥବା କମ୍‌ ଉଚ୍ଚତାରେ ତାରଗୁଡ଼ିକ ରହିଛି, ସେସବୁ ସରକାରଙ୍କ ଦୃଷ୍ଟିକୁ ଆଣି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି। ଏ ଦିଗରେ ବ୍ୟତିକ୍ରମ ଦେଖାଗଲେ ସମ୍ପୃୃକ୍ତ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଥିଲେ ଯେ, ନିକଟରେ ଘଟିଯାଇଥିବା ଦୁର୍ଘଟଣା ବିଷୟରେ ସମସ୍ତେ ଗୁରୁତ୍ୱ ଦେଇଛନ୍ତି। ଓଡ଼ିଶାରେ ମଣିଷ ଜୀବନ ସହିତ ପଶୁ ସମ୍ପଦର ମଧ୍ୟ ବିଦ୍ୟୁତ ଦୁର୍ଘଟଣା ଘଟି ଅନେକ ଜୀବନହାନି ଘଟୁଛି। ଏଣୁ ଏଥି ପ୍ରତି ସରକାର ଗୁରୁତ୍ୱ ଦେଇଛନ୍ତି। ଏ ଦିଗରେ ରହିଥିବା ସମସ୍ତ ପ୍ରତିବନ୍ଧକ ଦୂର କରାଯିବ। ଏହି କାର୍ଯ୍ୟଟିକୁ ସମସ୍ତଙ୍କ ସହଯୋଗ କ୍ରମେ ସୀମିତ ସମୟରେ ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଜିଲାପାଳ ନିଜ ସ୍ତରରେ ଏହାକୁ ଗୁରୁତ୍ୱ ସହକାରେ ବିଚାର କରି ନିଜ ଅଞ୍ଚଳରେ ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ ସହ ସପ୍ତାହକ ମଧ୍ୟରେ ତଦନ୍ତ କରି ତା’ର ସ୍ଥିତି ସମ୍ପର୍କିତ ତଥ୍ୟ ବିଦ୍ୟୁତ ବିଭାଗକୁ ଦେବାକୁ ତାଗିଦ୍‌ କରାଯାଇଛି। ସେହିଭଳି କ’ଣ କଲେ ଏଭଳି ଗମ୍ଭୀର ସମସ୍ୟାର ସମାଧାନ ହୋଇପାରିବ ଏବଂ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ, ସେଥି ପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଜିଲାପାଳଙ୍କୁ ଅବଗତ କରାଇଥିଲେ। ଶକ୍ତି ବିଭାଗର ଶାସନ ସଚିବ ବିଷ୍ଣୁପଦ ସେଠୀ ବିଦ୍ୟୁତ୍‌ ତାର କିଭଳି ଭାବେ ରହିବା ଉଚିତ ତା’ର ନୀତି ନିୟମ ଖାମଖିଆଲିକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ।
ସେସୁର ମୁଖ୍ୟ ନିର୍ବାହୀ ଅଧିକାରୀ ଡ. ସୌରଭ ଗର୍ଗ ଓପିଟିସିଏଲ୍‌ର ସହକାରୀ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି କହିଥିଲେ। ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅରୁଣ ବୋଥ୍ରା ଜଣାଇଥିଲେ ‘ଫନୀ’ ବାତ୍ୟା ପ୍ରଭାବିତ ଅଞ୍ଚଳରେ ରହିଥିବା କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ।
୧୧ କେଭି ଏବଂ ଏଲ୍‌ଟି ଲାଇନ୍‌ଗୁଡ଼ିକୁ ସୁଦୃଢ଼ କରିବା, ହାତୀ ଚଳପ୍ରଚଳ (କରିଡର) ଅଞ୍ଚଳଗୁଡ଼ିକରେ ରହିଥିବା ଉଚ୍ଚକ୍ଷମତାସମ୍ପନ୍ନ ବିଦ୍ୟୁତ ଲାଇନ୍‌ର ଉନ୍ନତୀକରଣ ଓ ସଂସ୍ଥାପନ କରିବା, ଶିଶୁମାନଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ରହିଥିବା ଟ୍ରାନ୍ସମିଶନ ଲାଇନ୍‌ ଏବଂ ଟ୍ରାନ୍ସଫରର୍ମରଗୁଡ଼ିକ ସ୍ଥାନାନ୍ତର କରିବା ନେଇ ଆଲୋଚନା ହୋଇଛି। ବୈଠକ ପୂର୍ବରୁ ମେଣ୍ଢରାଜପୁର ଡଙ୍ଗଲପାଡ଼ୁ ଗ୍ରାମ୍ୟ ରାସ୍ତାରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ନିମନ୍ତେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲ। ଶନିବାର ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର କଟକ ସ୍ଥିତ ଏସ୍‌ସିବି ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କ ଚିକିତ୍ସା ସମ୍ପର୍କରେ ବୁଝିବା ପାଇଁ କଟକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ସ୍ବରାଷ୍ଟ୍ର ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଏବଂ ସମ୍ପୃକ୍ତ ବିଭାଗୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri