ବିଦ୍ୟାଳୟ ପରିସର ସଫା କଲେ, ପିଲାଙ୍କୁ ପଢ଼ାଇଲେ: ଖାଦ୍ୟର ମାନ ନେଇ ସରପଞ୍ଚ ଖପ୍ପା

ଅନୁଗୋଳ ଅଫିସ, ୩୦।୮-ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଜାମୁନାଳୀ ପଞ୍ଚାୟତ ସରପଞ୍ଚ ପ୍ରମିଳା ନାଏକ ଗୁରୁବାର ଜାମୁନାଳୀ ବିଦ୍ୟାଳୟ ପରିସର ସଫେଇ କରାଇବା ସହ ସେଠାରେ ଥିବା ଅଙ୍ଗନଓ୍ବାଡ଼ି ପିଲାଙ୍କୁ ପାଠ ପଢ଼ାଇ ଚର୍ଚ୍ଚାକୁ ଆସିଛନ୍ତି। ତେବେ ଅଙ୍ଗନଓ୍ବାଡି ପିଲାଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ଖାଇବା ପରେ ଏହା ଉନ୍ନତମାନର ହୋଇ ନ ଥିବାରୁ ସରପଞ୍ଚ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସରପଞ୍ଚଙ୍କ ଏପରି କାର୍ଯ୍ୟକୁ ପଞ୍ଚାୟତବାସୀ ପ୍ରଶଂସା କରିଛନ୍ତି।
ଦୁଇ ଦିନ ତଳେ ସରପଞ୍ଚ ନାଏକ ଜାମୁନାଳୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇଥିବା ବେଳେ ବିଦ୍ୟାଳୟ ପରିସର ଅସ୍ବାସ୍ଥ୍ୟକର ଥିବା ଦେଖିବାକୁ ପାଇଥିଲେ। ଗୁରୁବାର ସକାଳେ ଗାଁ ଲୋକଙ୍କୁ ଡାକି ସେ ସ୍କୁଲ ପରିସର ସଫା କରାଇଥିଲେ। ସେଠାରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରର ଦିଦି ଟ୍ରେନିଂରେ ଯାଇଥିବାରୁ ସରପଞ୍ଚ ନାଏକ କୁନି କୁନି ପିଲାଙ୍କୁ ଏକ ଘଣ୍ଟା ଧରି ପାଠ ପଢ଼ାଇଥିଲେ। ପରେ ପିଲାଙ୍କ ପାଇଁ ରୋଷେଇ ହୋଇଥିବା ଖାଦ୍ୟର ମାନ ପରଖିବା ପାଇଁ ପିଲାଙ୍କ ସହ ବସି ଖାଇଥିଲେ। ତେବେ ପିଲାଙ୍କୁ ଦିଆଯାଇଥିବା ଭାତ ସହ ଆଳୁ ତରକାରି ଓ ଅଣ୍ଡା ଝୋଳ ନିମ୍ନମାନର ହୋଇଥିବା ଜାଣି ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଭାତ ଜାଉ ଭଳି ହୋଇଥିବା ବେଳେ ଆଳୁ ଝୋଳ ଖାଲି ପାଣି ପରି ଲାଗୁଥିଲା। ଏପରି କି ତରକାରିରେ ସ୍ବାଦ ନ ଥିବାବେଳେ ଅଲଣା ଥିଲା। ଏ ନେଇ ଦାୟିତ୍ୱରେ ଥିବା କର୍ମୀଙ୍କୁ ସେ ତାଗିଦ କରିଥିଲେ। ଆଗକୁ ଏପରି ହେଲେ ପ୍ରଶାସନକୁ ଚିଠି ଲେଖି ଅବଗତ କରିବେ ବୋଲି ମଧ୍ୟ ସରପଞ୍ଚ ନାଏକ ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋରୁମ ଖାଦାନରେ ଚାପି ହୋଇ ନାବାଳକ ମୃତ୍ୟୁ ଘଟଣା: ଜେଲ ଗଲେ ଟ୍ରାକ୍ଟର ମାଲିକ-ଚାଳକ

ଦିଗପହଣ୍ଡି, ୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟସ୍ଥ ମୋରୁମ ଖାଦାନରେ ପଥର ତଳେ ଚାପି…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

୧୬.୭୨ ଲକ୍ଷ ଟଙ୍କା ଆତ୍ମସାତ: ପ୍ୟାକ୍ସର ପୂର୍ବତନ ସମ୍ପାଦକ ଶ୍ରୀପତି ପ୍ରଧାନ ଗିରଫ

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): ସାର ବିକ୍ରି ଓ ସରକାରୀ ପାଣ୍ଠି ହେରଫେର ମାମଲାରେ ଭିଜିଲାନ୍ସକୁ ବଡ଼ ସଫଳତା। ୧୬.୭୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

କନ୍ୟାସନ୍ତାନ ଜନ୍ମଦେବା ପରେ ଆଖି ବୁଜିଲେ ମା’

ପାଟଣା, ୧ା୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବଡ଼ପଶି ଗ୍ରାମର କମଳ କିଶୋର ଜେରାଇଙ୍କ ସ୍ତ୍ରୀ ତିଲୋତ୍ତମା ତିରିଆ (୨୫)ଙ୍କର ଚିକିତ୍ସାଧୀନ…

ମହିଳାଙ୍କୁ ଫସାଇ ଏକାଧିକ ଥର ବଳାତ୍କାର, ଅନ୍ତରଙ୍ଗ ମୁହୁର୍ତ୍ତ ଫଟୋ ଭିଡିଓ ଭାଇରାଲ: ଅବସରପ୍ରାପ୍ତ ସାମରିକ କର୍ମଚାରୀ ଗିରଫ

ଦିଗପହଣ୍ଡି,୧|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମଜାଲରେ ଫସାଇ ଏକାଧିକ ଥର ବଳାତ୍କାର କରିବା ସହ…

ନିୟମିତ ହେଉଛି ଭଡ଼ା ଆଦାୟ: ରକ୍ଷଣାବେକ୍ଷଣରେ ଅବହେଳା, ତେଜିଲା ଦୋକାନୀଙ୍କ ଅସନ୍ତୋଷ…

ଜୁନାଗଡ଼,୧ା୯(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏନ୍‌ଏସି ମାର୍କେଟ କମ୍ପ୍ଲେକ୍ସ ଜରାଜୀର୍ଣ୍ଣ ହୋଇପଡିଛି। ଏଠାରେ ୧୪ଟି ଗୃହ ଥିବାବେଳେ ମରାମତି…

୨୦ ହଜାର ଟଙ୍କା ଲାଞ୍ଚ ନେଇ ଜେଲ ଗଲେ ଶ୍ରମ ଅଧିକାରୀ

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri