ବିକ୍ରି ହେବ ୫୦ ରାଷ୍ଟ୍ରାୟତ୍ତ ସମ୍ପତ୍ତି

ନୂଆଦିଲ୍ଲୀ,୮-୬: ଏନ୍‌ଟିପିସି, ସିମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ, ଭାରତ ଆର୍ଥ ମୁଭର୍ସ ଏବଂ ସେଲ୍‌ ସହିତ ରାଷ୍ଟ୍ରାୟତ୍ତ କମ୍ପାନୀର ୫୦ ଜମି ଏବଂ ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟ ସବୁକୁ ବିକ୍ରି ଲାଗି ନୀତି ଆୟୋଗ ଏକ ତାଲିକା ପ୍ରସ୍ତୁତ କରିଛି। ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍‌ ଆସେଟ ମ୍ୟାନେଜମେଣ୍ଟ(ଦୀପମ୍‌)କୁ ଆୟୋଗ ଏକ ତାଲିକା ଦେଇଛି।
ଜଣେ ଅଧିକାରୀ କହିଛନ୍ତି ଯେ, ସମ୍ବନ୍ଧିତ ମନ୍ତ୍ରଣାଳୟ ତାଲିକାରେ ଥିବା ରାଷ୍ଟ୍ରାୟତ୍ତ କମ୍ପାନୀ ଗୁଡ଼ିକର ସମ୍ପତ୍ତିକୁ ସହଜରେ ବିକ୍ରି କରିପାରିବେ। ସମ୍ପୃକ୍ତ ମନ୍ତ୍ରଣାଳୟର ସଚିବଙ୍କ ସହ ଆଲୋଚନା କରିବା ପରେ ହିଁ ଆୟୋଗ ସିଇଓ ଅମିତାଭ କାନ୍ତ ତାଲିକା ପ୍ରସ୍ତୁତ କରିଛନ୍ତି। ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆବଶ୍ୟକସ୍ଥଳେ ନୂଆ ତାଲିକା ଅଣାଯିବ। ସେ କହିଛନ୍ତି ଯେ, ଏନ୍‌ଟିପିସିର ବଦରପୁର ପ୍ଲାଣ୍ଟ ବନ୍ଦ ହୋଇପଡିରହିଛି। ଏହା ନିକଟରେ ୪୦୦ ଏକର ଜମି ରହିଛି। ସେଲ୍‌ ଭଳି ଅନ୍ୟ କମ୍ପାନୀଙ୍କ ବ୍ରାଉନଫିଲ୍ଡ ପ୍ରକଳ୍ପକୁ ବିକ୍ରି ଲାଗି ସାମିଲ କରାଯାଇଛି। କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ପୁଞ୍ଜିପ୍ରତ୍ୟାହାରରୁ ୨୩୫୦ କୋଟି ଟଙ୍କା ଯୋଗାଡ କରିସାରିଛନ୍ତି। ଗତ ଆର୍ଥିକ ବର୍ଷରେ ମୋଟ୍‌ରେ ୮୪,୯୭୨ କୋଟି ଟଙ୍କା ଆଦାୟ ହୋଇଥିଲା। ଆୟୋଗ ୨୪ କମ୍ପାନୀର ସମ୍ପତ୍ତି ବିକିବାକୁ ଯାଉଛନ୍ତି।
ତନ୍ମଧ୍ୟରେ ସ୍କୁଟର୍ସ ଇଣ୍ଡିଆ, ଭାରତ ପମ୍ପ ଆଣ୍ଡ କମ୍ପ୍ରେସର୍ସ, ପ୍ରୋଜେକ୍ଟ ଆଣ୍ଡ ଡେଭଲପ୍‌ମେଣ୍ଟ ଇଣ୍ଡିଆ, ହିନ୍ଦୁସ୍ତାନ ପ୍ରିଫ୍ୟାବ୍‌, ହିନ୍ଦୁସ୍ତାନ ନ୍ୟୁଜପ୍ରିଣ୍ଟ, ବ୍ରିଜ ଆଣ୍ଡ ରୁଫ୍‌ କମ୍ପାନୀ ଏବଂ ହିନ୍ଦୁସ୍ତାନ ଫ୍ଲୋରୋକାର୍ବନ ଆଦି ରହିଛି। ନୀତି ଆୟୋଗ ଚଳିତ ଆର୍ଥିକ ବର୍ଷ ଲାଗି ପୁଞ୍ଜିପ୍ରତ୍ୟାହାରରୁ ପ୍ରାୟ ୯୦ ହଜାର କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସୂଚନାଥାଉ କି, କେନ୍ଦ୍ର କ୍ୟାବିନେଟ ଫେବୃୟାରୀରେ ସେଣ୍ଟ୍ରାଲ ପବ୍ଲିକ୍‌ ସେକ୍ଟର ଏଣ୍ଟରପ୍ରାଇଜେସ୍‌ ଅର୍ଥାତ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ଅଣ କୋର୍‌ ସମ୍ପତ୍ତିକୁ ବିକ୍ରି କରିବା ଲାଗି ଅନୁମତି ଦେଇଛି। ଏଥିଲାଗି ଅର୍ଥମନ୍ତ୍ରୀ, ସଡ଼କ ପରିବହନ ମନ୍ତ୍ରୀ ଏବଂ ସମ୍ବନ୍ଧିତ ମନ୍ତ୍ରଣାଳୟକୁ ନେଇ ଏକ ଅଲ୍ଟରନେଟ୍‌ ମେକାନିଜିମ୍‌ ପ୍ରସ୍ତୁତ କରାଯାଇଥିଲା। ଆସନ୍ତା ବର୍ଷକ ମଧ୍ୟରେ ସମ୍ପୂର୍ଣ୍ଣ ବିକ୍ରି ପ୍ରକ୍ରିୟାକୁ ଶେଷ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri