ବିଏସ୍‌ଏନ୍‌ଏଲ୍‌ ପୁନରୁଦ୍ଧାର ପାଇଁ ଜିଓଏମ୍‌ ଗଠନ

ନୂଆଦିଲ୍ଲୀ,୨୯-୧୨: ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିଫୋନ୍‌ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌) ପାଇଁ ୬୯,୦୦୦ କୋଟି ଟଙ୍କାର ପୁନରୁଦ୍ଧାର ଯୋଜନାକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରକ୍ରିୟା ଅନ୍ତର୍ଗତ ୭ ସଦସ୍ୟ ବିଶିଷ୍ଟ ଗ୍ରୁପ ଅଫ୍‌ ମିନିଷ୍ଟର୍ସ(ଜିଓଏମ୍‌) ବା ମନ୍ତ୍ରୀଗୋଷ୍ଠୀ ଗଠନ କରାଯାଇଛି। ଏହି ଉଚ୍ଚ ସ୍ତରୀୟ କମିଟି ୪ଜି ସ୍ପେକ୍ଟ୍ରମ ବଣ୍ଟନ, ସମ୍ପତ୍ତି ମନିଟାଇଜେଶନ ଭଳି ବିଭିନ୍ନ ଦିଗକୁ ବିଚାର କରିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି। ଜିଓଏମ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଆଇଟି ଏବଂ ଟେଲିକମ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ଥିବା ସୂଚନା ରହିଛି।
ଯୋଜନାର ଧାରାକୁ ତ୍ୱରାନ୍ବିତ କରିବା ଲାଗି ବାଣିଜ୍ୟ ସମ୍ଭାବନା, ଶ୍ରମ ଶକ୍ତି, ବଣ୍ଡ ଜାରି କରିବା, ମନିଟାଇଜେଶନ ଭଳି ବିଭିନ୍ନ ଦିଗକୁ ମନ୍ତ୍ରୀ ଗୋଷ୍ଠୀ ତଦାରଖ କରିବ। କ୍ଷତିରେ ଚାଲୁଥିବା ଏହି ୨ଟି କମ୍ପାନୀର ମିଶ୍ରଣ ଏବଂ କର୍ମଚାରୀଙ୍କୁ ଭିଆର୍‌ଏସ୍‌ ପ୍ରଦାନ ନେଇ ସରକାର ଚଳିତ ବର୍ଷ ମଞ୍ଜୁରୀ ପ୍ରଦାନ କରିଥିଲେ। ଆଗାମୀ ୨ ବର୍ଷରେ ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌କୁ ଏକ ଲାଭକାରୀ କମ୍ପାନୀ ଭାବେ ରୂପାନ୍ତରିତ କରିବା ଦିଗରେ ଏଭଳି ପଦକ୍ଷେପ ନିଆଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର କ୍ୟାବିନେଟ ଉକ୍ତ ଯୋଜନାକୁ ଅନୁମୋଦନ କରିଥିଲା। ବର୍ତ୍ତମାନ ଏମ୍‌ଟିଏନଏଲ୍‌ ମୁମ୍ବାଇ ଏବଂ ନୂଆଦିଲ୍ଲୀରେ ସେବା ଯୋଗାଉଥିବା ବେଳେ ବିଏସ୍‌ଏନ୍‌ଏଲ୍‌ ଦେଶର ବିଭିନ୍ନ ପ୍ରାନ୍ତରେ ନିଜର ଉପସ୍ଥିତି ଜାହିର କରିଛି। ଗତ କିଛି ସପ୍ତାହ ତଳେ ଉଭୟ କମ୍ପାନୀ ସେମାନଙ୍କ ଭିଆର୍‌ଏସ୍‌ ଯୋଜନା ହାତକୁ ନେଇଥିଲେ। ଉଭୟ କମ୍ପାନୀରୁ ୯୨,୭୦୦ କର୍ମଚାରୀ ଭିଆର୍‌ଏସ୍‌ ଯୋଜନାକୁ ଚୟନ କରିଛନ୍ତି। ଏହି ୨ କମ୍ପାନୀର ବେତନ ବିଲ୍‌ରୁ ପ୍ରାୟ ୮,୮୦୦ କୋଟି ଟଙ୍କା ସଞ୍ଚୟ କରିବା ନେଇ ସରକାର ଆଶା ରଖିଛନ୍ତି। ଆଗାମୀ ୩ ବର୍ଷରେ ଉଭୟ କମ୍ପାନୀର ସମ୍ପତ୍ତି ମନିଟାଇଜେଶନରୁ ପ୍ରାୟ ୩୭,୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗତ ଏକ ଦଶନ୍ଧି ଧରି ଉଭୟ କମ୍ପାନୀ କ୍ଷତିରେ ଚାଲୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର…

ଟିପିସିଓଡିଏଲ୍‌ ପକ୍ଷରୁ ଘର ଛାତରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ

ଭୁବନେଶ୍ୱର, ୩ା୮: ପିଏମ୍‌ ସୂର୍ଯ୍ୟଘର, ମୁଫ୍‌ତ ବିଜ୍‌ଲି ଯୋଜନା ଅଧୀନରେ ୫୦,୦୦୦ରୁ ଅଧିକ ରୁଫ୍‌ଟପ୍‌ ସୋଲାର (ଆର୍‌ଟିଏସ୍‌) ସ୍ଥାପନ କରିବାରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌…

EPFOକୁ ନେଇ ଆସିଲା ବଡ଼ ଖବର: ସରକାର ବଢାଇଲେ…

ନୂଆଦିଲ୍ଲୀ,୩।୮: ବହୁ ଦିନ ଧରି ବିଭିନ୍ନ କର୍ମଚାରୀ ସଂଗଠନଗୁଡ଼ିକ EPS ଦରମା ସୀମା ବୃଦ୍ଧି ଦାବିକୁ ଅର୍ଥ ମନ୍ତ୍ରଣାଳୟ ସମ୍ପ୍ରତି ଅନୁମୋଦନ କରିଛି। ଏହି ନିଷ୍ପତ୍ତି କର୍ମଚାରୀମାନଙ୍କ…

ବଦଳିଲା ୟୁପିଆଇ ପେମେଣ୍ଟ ନିୟମ, ଟ୍ରାଞ୍ଜାକ୍ସନ୍ ପୂର୍ବରୁ ବ୍ୟାଙ୍କ ପଚାରିବ Yes/No ପ୍ରଶ୍ନ…

ନୂଆଦିଲ୍ଲୀ,୩।୮: ଆପଣଙ୍କର ପରବର୍ତ୍ତୀ UPI ପେମେଣ୍ଟ (Payment) ହୁଏତ ସବୁବେଳେ ଗୋଟିଏ ଟ୍ୟାପ୍‌ରେ ସମ୍ପୂର୍ଣ୍ଣ ନହୋଇପାରେ। ଦେଶରେ ବୃଦ୍ଧି ପାଉଥିବା ଡିଜିଟାଲ୍‌ ପେମେଣ୍ଟ ଠକେଇକୁ ରୋକିବା ଏବଂ…

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri