ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶକୁ ଅଣଦେଖା : ପୂଜା ପୂର୍ବରୁ ରାସ୍ତା ସ୍ଥିତି ଏମିତି

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଜଗତଜନନୀ ମା’ ଦୁର୍ଗା ଧରାବତରଣ କରିବେ। ଆଉ ମାତ୍ର ୭ ଦିନ ପୂଜା ହେବାକୁ ବାକି ଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପୂଜା ପୂର୍ବରୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ନେଇ ଅନିଶ୍ଚିତତା ଦେଖାଦେଇଛି। କେଉଁଠି ରାସ୍ତାରେ ବଡ ବଡ ଖାଲ ତ ଆଉ କେଉଁଠାରେ ନାଲିମାଟି ପଡିଛି। କେଉଁଠି ପଚପଚ କାଦୁଅ ତ ହେଉଁଠି ମଇଳା ପାଣି ଲହଡି ଭାଙ୍ଗୁଛି। ଏପରିକି ଉକ୍ତ ରାସ୍ତାରେ ଯାନାବାହନରେ ଯାତାୟାତ କରିବା ତ ଛାଡ ଚାଲି ଚାଲି ଯିବାକୁ ବି ଡର ଲାଗୁଛି। ଗଛ କଟାଯିବା ତ ଦୂରର କଥା ଡ୍ରେନରୁ ମଇଳା ପାଣି ରାସ୍ତାରେ ଭାସୁଥିବା ଦେଖିବାକୁ ମିଳୁଛି।
ଉଲ୍ଲେଖଯୋଗ୍ୟ, ଗତ ୯ ତାରିଖରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ପୂଜା ମଣ୍ଡପ ସହ ହୋଇଥିବା ବୈଠକରେ ମା’ଙ୍କ ପୂଜା ପୂର୍ବରୁ ସମସ୍ତ ପୂଜା ମଣ୍ଡପ ବୁଲିବା ସହ ସମସ୍ତ ସମସ୍ୟାର ତଦାରଖ କରିବାକୁ ଅଧିକାରୀମାନଙ୍କୁ କହିଥିଲେ। ଏଥିପାଇଁ ବିଏମ୍‌ସିରେ କାର୍ଯ୍ୟରତ ଅଧିକାରୀ ଓ ଇଞ୍ଜିନିୟରମାନେ ଏକ ଦଳ ଗଠନ କରି କ୍ଷେତ୍ର ପରିଦର୍ଶନରେ ଯିବେ। ପୂଜା ପୂର୍ବରୁ ସହରର ସମସ୍ତ ରାସ୍ତା ମରାମତି କାମ ଶେଷ କରାଯିବ ବୋଲି କମିଶନର ଚୌଧାରୀ କହିଥିଲେ। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅପାରଗତା ପାଇଁ ପୂଜା ପୂର୍ବରୁ କାମ ସରିପାରିବ ନାହିଁ ବୋଲି ଦେଖିବାକୁ ମିଳୁଛି। ପୂଜା ମଣ୍ଡପଗୁଡିକୁ ସବୁପ୍ରକାର ସୁବିଧା ଦେବା ଲାଗି ବିଏମ୍‌ସି ଗୁରୁତ୍ୱାରୋପ କରୁଛି ବୋଲି କମିଶନର କହିଥିଲେ। ହେଲେ ଏଠାରେ କିନ୍ତୁ ସମ୍ପୂର୍ଣ୍ଣ ବି ପରୀତ ଚିତ୍ର ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

ଘର ବାରିପଟେ କ୍ରିକେଟ ଖେଳୁଥିଲେ, ଆକାଶରୁ ଖସିଲା ମୃତ୍ୟୁ; ବଜ୍ରପାତରେ ଚାଲିଗଲା ୧୭ ବର୍ଷୀୟ…

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦଶିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆକସ୍ମିକ ବଜ୍ରପାତ କାରଣରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri