Posted inଜାତୀୟ

ବାବରୀ ମସଜିଦ୍‌ ଭଙ୍ଗା ମାମଲା: କଲ୍ୟାଣ ସିଂଙ୍କ ସମେତ ଭାଜପାର ଅନ୍ୟ ୧୩ ନେତାଙ୍କ ଉପରେ ସିବିଆଇ ନଜର

ନୂଆଦିଲ୍ଲୀ,୧୦।୯: କଲ୍ୟାଣ ସିଂ ରାଜ୍ୟପାଳ ପଦ ଛାଡ଼ିବା ପରେପରେ ଏବେ ତାଙ୍କ ଉପରେ ସଙ୍କଟ ଦେଖାଦେଇଛି। ବାବରୀ ମସଜିଦ୍‌ ଭଙ୍ଗା ମାମଲାରେ କଲ୍ୟାଣ ସିଂଙ୍କ ସମେତ ଭାଜପାର ଅନ୍ୟ ୧୩ ନେତାଙ୍କ ଉପରେ ସିବିଆଇର ନଜର ରହିଛି। କଲ୍ୟାଣ ସିଂଙ୍କୁ ଅଭିଯୁକ୍ତ ଭାବେ ଉପସ୍ଥିତ କରାଇବାକୁ ସିବିଆଇ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ତେବେ ସେ ରାଜ୍ୟପାଳ ପଦରେ ଥିବାରୁ ସମ୍ବିଧାନର ଅନୁଚ୍ଛେଦ ୩୫୧ ଅନ୍ତର୍ଗତ ତାଙ୍କ ଉପରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇ ପାରୁ ନ ଥିଲା। ସିବିଆଇ ଆବେଦନ ଆଧାରରେ ୨୦୧୭ ଏପ୍ରିଲ୍‌ ୧୯ରେ ସୁପ୍ରିମ୍‌କୋର୍ଟ କଲ୍ୟାଣ ସିଂଙ୍କ ସମେତ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଓ୍ବାଣୀ, ମୂରଲୀ ମନୋହର ଯୋଶୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ, ସ୍ବାଧୀ ଋତୁମ୍ଭରା, ମହନ୍ତ ନୃତ୍ୟଗୋପାଳ ଦାସ, ବିନୟ କଟିୟାର, ସତୀଶ ପ୍ରଧାନ, ଚମ୍ପତ ରାୟ ବଂସଲ, ବିଷ୍ଣୁ ହରି ଡାଲମିଆ, ଆରଓ୍ବୀ ବେଦାନ୍ତି, ଜଗଦୀଶ୍‌ ମୁନୀ ମହାରାଜ, ବି.ଏଲ୍‌.ଶର୍ମା, ଧର୍ମ ଦାସ ପ୍ରମୁଖ ଅଭିଯୁକ୍ତଙ୍କ ଉପରେ ମୋକଦମା ଚଳାଇବା ପାଇଁ କୁହାଯାଇଥିଲା। ଏହି ମାମଲାରେ କଲ୍ୟାଣ ସିଂଙ୍କ ବ୍ୟତିତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରୁ ଜାମିନ୍‌ ମିଳିଛି। ସମସ୍ତ ଅଭିଯୁକ୍ତଙ୍କ ଉପରେ ଧାରା ୧୨୦(ବି)ଅନ୍ତର୍ଗତ ମୋକଦମା ଜାରି ରହିଛି। ୧୯୯୨ ଡିସେମ୍ବର ୬ରେ ବାବରୀ ମସଜିଦ୍‌ ଭାଙ୍ଗିବା ପରେ ଡିସେମ୍ବର ୧୬ରେ ଏହାର ବିଚାର ପାଇଁ ଲିବ୍ରାହାନ୍‌ କମିଶନ ଗଠନ କରାଯାଇଥିଲା। କମିଶନ ପକ୍ଷରୁ ଘଟଣାର ଯାଞ୍ଚ୍‌ କରାଯାଇ ଏହାକୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ସୂଚିତ କରି ୬୮ ଜଣଙ୍କୁ ଦୋଷୀ ଭାବେ ଉପସ୍ଥାପିତ କରିଥିଲେ। ତତ୍‌କାଳୀନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଏଭଳି ଘଟଣାକୁ ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା କମିଶନ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?