Posted inଖେଳ

ବାପା ମୋ ଉପରେ ପ୍ରବଳ ରାଗିଛନ୍ତି…କାହିଁକି ଏମିତି କହିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୬।୬: ନିକଟରେ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ପୂର୍ବରୁ ସେ ଟି-୨୦କୁ ଅଲବିଦା କହିଥିଲେ। ଏବେ ସେ ଭାରତୀୟ ଦଳ ପାଇଁ କେବଳ ଏକଦିବସୀୟ କ୍ରିକେଟରେ ଖେଳିବା ଦେଖିବାକୁ ପାଇବେ। ଚେତେଶ୍ୱର ପୂଜାରାଙ୍କ ପତ୍ନୀ ପୂଜା ପୂଜାରାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦି ଡାଏରୀ ଅଫ ଏ କ୍ରିକେଟର୍ସ ୱାଇଫ’ର ଉନ୍ମୋଚନ ଅବସରରେ ରୋହିତ ଟେଷ୍ଟରୁ ଅବସର ଘୋଷଣାକୁ ନେଇ ଏକ ବଡ଼ କଥା କହିଛନ୍ତି।

ରୋହିତ ଶର୍ମା ପ୍ରକାଶ କରିଛନ୍ତି, ତାଙ୍କ ବାପା ଗୁରୁନାଥ ଶର୍ମା ଟେଷ୍ଟରୁ ଅବସର ନେବାର ନିଷ୍ପତ୍ତିରେ ନିରାଶ ଥିଲେ। ମୋ ବାପା ବହୁତ ଦିନ ଧରି ଟେଷ୍ଟ କ୍ରିକେଟର ପ୍ରଶଂସକ ଏବଂ ସେ ‘ନୂତନ ଯୁଗ’ କ୍ରିକେଟକୁ ପସନ୍ଦ କରନ୍ତି ନାହିଁ। ତେଣୁ ମୋ ନିଷ୍ପତ୍ତିକୁ ନେଇ ସେ ଉପରେ ପ୍ରବଳ ରାଗିଥିଲେ।

ମୁମ୍ବାଇରେ ଚେତେଶ୍ୱର ପୂଜାରାଙ୍କ ପତ୍ନୀ ପୂଜାଙ୍କ ପୁସ୍ତକ ‘ଦି ଡାଏରୀ ଅଫ ଏ କ୍ରିକେଟରସ ୱାଇଫ’ର ଉନ୍ମୋଚନ ଅବସରରେ ରୋହିତ ଶର୍ମା କହିଥିଲେ, ମୋ ବାପା ଏକ ପରିବହନ କମ୍ପାନୀରେ କାମ କରୁଥିଲେ। ସେ ମଧ୍ୟ ଆମ ଜୀବନକୁ ଉନ୍ନତ କରିବା ପାଇଁ ବହୁତ ତ୍ୟାଗ କରିଥିଲେ। ସେ ସବୁବେଳେ ଟେଷ୍ଟ କ୍ରିକେଟର ପ୍ରଶଂସକ ହୋଇଆସିଛନ୍ତି। ତାଙ୍କୁ କ୍ରିକେଟର ଏହି ନୂତନ ଯୁଗ ପସନ୍ଦ ନୁହେଁ। ମୁଁ ଏବେ ବି ସେହି ଦିନ ମନେ ରଖିଛି ଯେତେବେଳେ ମୁଁ ଦିନିକିଆରେ ୨୬୪ ରନ କରିଥିଲି। ସେ କହିଥିଲେ, ଠିକ ଅଛି, ଭଲ ଖେଳିଲୁ। ବହୁତ ଭଲ। ସେ ବହୁତ ଉତ୍ସାହୀ ନ ଥିଲେ। କିନ୍ତୁ ଯଦି ମୁଁ ଟେଷ୍ଟ କ୍ରିକେଟରେ ୩୦, ୪୦ କିମ୍ବା ୫୦ ରନ କରୁଥିଲି, ତେବେ ସେ ମୋ ସହିତ ଏହା ବିଷୟରେ ବିସ୍ତାର ଭାବରେ କଥା ହେଉଥିଲେ। ଏହି ଖେଳ ପ୍ରତି ତାଙ୍କର ପ୍ରେମ ଏହିପରି ଥିଲା।

ରୋହିତ ଶର୍ମା କହିଥିଲେ, ସ୍କୁଲ କ୍ରିକେଟ ପରେ, ସେ ୧୯ ବର୍ଷରୁ କମ, ରଣଜୀ ଟ୍ରଫି, ଦୁଲୀପ ଟ୍ରଫି, ତା’ପରେ ଭାରତ ଏ ପାଇଁ ଖେଳିଥିଲି। ଏହା ପରେ ହିଁ ମୁଁ ଭାରତୀୟ ଦଳରେ ସ୍ଥାନ ପାଇପାରିଲି। ମୋ ବାପା ମୋର କ୍ରିକେଟ ଯାତ୍ରା ଦେଖିଛନ୍ତି। ବାପା ମୋତେ ଲାଲ ବଲ ସହିତ ବହୁତ ଖେଳିବାର ଦେଖିଛନ୍ତି। ସେ ଲାଲ ବଲ କ୍ରିକେଟକୁ ବହୁତ ପସନ୍ଦ କରନ୍ତି, ଏହାକୁ ପ୍ରଶଂସା କରନ୍ତି। ଯେତେବେଳେ ମୁଁ ଟେଷ୍ଟରୁ ଅବସର ଘୋଷଣା କଲି, ସେ ଟିକେ ନିରାଶ ହୋଇଥିଲେ। କିନ୍ତୁ ସେହି ସମୟରେ, ସେ ମଧ୍ୟ ଖୁସି ଥିଲେ। ସେ ମୋର ବାପା ଏବଂ ମୁଁ ଆଜି ଯାହା ବି ଅଛି, ଯେଉଁଠାରେ ଅଛି ସେଥିରେ ତାଙ୍କର ବହୁତ ଅବଦାନ ଅଛି। ତାଙ୍କ ସାହାଯ୍ୟ ବିନା ଏହା ସମ୍ଭବ ହୋଇ ନ ଥାନ୍ତା।

ମେ ୭ରେ ରୋହିତ ଟେଷ୍ଟରୁ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ପୂର୍ବରୁ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କର ପ୍ରଦର୍ଶନ ଭଲ ନ ଥିଲା, ଭାରତ ଏହି ଦୁଇଟି ସିରିଜ ହାରିଥିଲା। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ଶେଷ ଟେଷ୍ଟରୁ ରୋହିତଙ୍କୁ ବାଦ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri