ବାତ୍ୟାର ୩ ମାସ ପରେ ବି ସୁଧୁରିନି ଶିକ୍ଷା ଭିତ୍ତିଭୂମି

ପୁରୀ ଅଫିସ, ୨୩ା୮: ବାତ୍ୟା ‘ଫନୀ’ରେ ପୁରୀ ଜିଲାରେ ବ୍ୟାପକ କ୍ଷତି ଘଟିଥିଲା। ୨ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ପ୍ରଭାବିତ ହୋଇଥିଲା। ତନ୍ମଧ୍ୟରୁ ୧୭୨ଟି ଶିକ୍ଷାନୁଷ୍ଠାନ ବେଶି କ୍ଷତିଗ୍ରସ୍ତ ହୋଇଥିଲା। ଜିଲା ଶିକ୍ଷା ବିଭାଗ ପକ୍ଷରୁ ସରକାରଙ୍କୁ ୩୮କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ ଦିଆଯାଇଥିଲା। ଇତିମଧ୍ୟରେ ବାତ୍ୟାକୁ ୩ମାସ ପୂରିଲାଣି, ହେଲେ ଶିକ୍ଷାନୁଷ୍ଠାନଗୁଡ଼ିିକର ଭିତ୍ତିଭୂମି ସଜଡ଼ା ଯାଇନାହିଁ। ଫଳରେ ଛାତ୍ରୀଛାତ୍ରମାନେ ପାଠ ପଢିବା ପାଇଁ ହଇରାଣ ହେଉଛନ୍ତି।
ବାତ୍ୟାରେ ପୁରୀ ସରକାରୀ ବାଳିକା ବିଦ୍ୟାଳୟ ପାଚେରି ଭୁଶୁଡ଼ିବା ସହ ଏକ ଶ୍ରେଣୀଗୃହର ଆଜବେଷ୍ଟସ୍‌ ଛାତ ଭାଙ୍ଗିପଡ଼ିଥିଲା। ଏପର୍ଯ୍ୟନ୍ତ ତାହା ମରାମତି ହୋଇନାହିଁ। ସେହିପରି ଭୋଳାନାଥ ବିଦ୍ୟାପୀଠର କ୍ଷତି ଘଟିଥିବା ବେଳେ ପାନୀୟଜଳ ଓ ଶୌଚାଳୟ ସମସ୍ୟା ଦୂର ହୋଇପାରିନାହିଁ। ଅନେକ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ଭାବେ ମରାମତି ସରିନାହିଁ। ଅନ୍ୟପକ୍ଷେ ଜିଲା ପ୍ରଶାସନ ବେଳାଭୂମିର ସ୍ବଚ୍ଛତା ଓ ବଡଦାଣ୍ଡର ସୌନ୍ଦର୍ଯ୍ୟ ପ୍ରତି ଗୁରୁତ୍ୱ ଦେଉଥିବା ବେଳେ ଶିକ୍ଷାକୁ ଅବହେଳା କରୁଛି ବୋଲି ଛାତ୍ର କଂଗ୍ରେସର ଜିଲା ଆବାହକ ଆଶୁତୋଷ ମିଶ୍ର କହିଛନ୍ତି। ଏଥିପାଇଁ ସେ ଜିଲା ପ୍ରଶାସନର ଆନ୍ତରିକତା ଅଭାବକୁ ଦାୟୀ କରିଛନ୍ତି। ବାତ୍ୟାକୁ ୩ମାସ ବିତିଲାଣି। ଅଥଚ ଭଗ୍ନାବସ୍ଥାରେ ଥିବା ଅନେକ ସ୍କୁଲ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଆବଶ୍ୟକ ସଂଖ୍ୟକ କୋଠରି ନ ଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଜନୈକ ଶିକ୍ଷକଙ୍କ କହିବାନୁଯାୟୀ, ଉପରୁ ନିର୍ଦ୍ଦେଶ ଆସିଛି ସ୍କୁଲ ଖୋଲି ବସ ଓ ପିଲାଙ୍କୁ ମଧ୍ୟାହ୍ନଭୋଜନ ଦିଅ। ଉପସ୍ଥାନ ଯେପରି ନ କମିବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଅନ୍ୟପକ୍ଷେ ସାମାଜିକ କର୍ମୀ ବିକ୍ରମ ମଲିକ କହିଛନ୍ତି, ଏହା ସତ୍ୟ ହୋଇଥିଲେ ସାଂଘାତିକ। ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତ ପାଠପଢା ସରିନାହିଁ। ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେବା ଜରୁରୀ। ଅନ୍ୟତମ ସାମାଜିକ କର୍ମୀ ଚନ୍ଦ୍ରଶେଖର ମିଶ୍ର କହିଛନ୍ତି, ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କେବଳ କାଗଜକଲମରେ ଚାଲିଛି। ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଶାସନର ଆନ୍ତରିକତା ଅଭାବରୁ ଶିକ୍ଷା ଭିତ୍ତିଭୂମି ବର୍ତ୍ତମାନ କୋମା ଅବସ୍ଥାରେ ରହିଛି। ସେହିପରି ଆଇନଜୀବୀ ଅନିଲ କୁମାର ସାହୁ କହିଛନ୍ତି, ବାତ୍ୟାରେ ଭାଙ୍ଗିଥିବା ସରକାରୀ କାର୍ଯ୍ୟାଳୟ ଓ କ୍ବାର୍ଟର୍ସଗୁଡ଼ିକ ତ୍ୱରିତ ମରାମତି ହେଲା, ଅଥଚ କ୍ଷତିଗ୍ରସ୍ତ ଶିକ୍ଷାନୁଷ୍ଠାନଗୁଡ଼ିିକ ପ୍ରତି ପ୍ରଶାସନ ଅଣଦେଖା କଲା। ଏ ନେଇ ଜିଲା ଶିକ୍ଷାଧିକାରୀ ବିଶ୍ୱଜିତ ଘୋଷଙ୍କୁ ପଚାରିବାରେ କହିଛନ୍ତି, ବାତ୍ୟାରେ ଜିଲାର ଅଧିକାଂଶ ଶିକ୍ଷାନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଥିଲା। ସେଗୁଡ଼ିକର ଭିତ୍ତିଭୂମି ସଜାଡ଼ିବା ଲାଗି ପ୍ରୟାସ ଜାରି ରହିଛି। ପିଲାଙ୍କ ପାଠପଢା ଯେପରି ବ୍ୟାହତ ନ ହେବ, ସେଥିପାଇଁ ପଦକ୍ଷେପ ନେବାକୁ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ଧର୍ମଶାଳା, ବରୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ରସୁଲପୁର,୪ା୫(ରଂଜିତ ରାଉତ):  ଯାଜପୁର ସଂସଦୀୟ କ୍ଷେତ୍ର(ସଂ) ଅଧୀନ ବରୀ ଓ ଧର୍ମଶାଳା ବିଧାନସଭା ନିବର୍ର୍ାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ଚର୍ଚ୍ଚା ହେଉଛିି।...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ବିକାଶ ବିରୋଧୀଙ୍କୁ ଓଡ଼ିଶାବାସୀ ଜବାବ ଦେବେ: ପାଣ୍ଡିଆନ

ଭଞ୍ଜନଗର/ବୁଗୁଡ଼ା/ପାଟପୁର, ୪।୫(ବାବୁଲା ପ୍ରଧାନ/କାଳିଚରଣ ଦାସ/ସୀମାଞ୍ଚଳ ସାହୁ): ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ ଜିଲାକୁ ତୋଫାନୀ ଗସ୍ତରେ ଆସି ଭଞ୍ଜନଗର, ବୁଗୁଡ଼ା, ସାନଖେମୁଣ୍ଡି...

ଅସହ୍ୟ ନିର୍ଯାତନା: ହାଇଦ୍ରାବାଦରୁ ଲୁଚିଆସିଲେ ୪ ଶ୍ରମିକ

ଭବାନୀପାଟଣା/ଜୁନାଗଡ଼,୪ା୫ (ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଥମୁନି ଦାଦନ ଦୁଃଖ। ହାଇଦ୍ରାବାଦ କାମ କରିବାକୁ ଯାଇ ଜୁନାଗଡ ସହରର ୪ଜଣ ଶ୍ରମିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri