Posted inଜାତୀୟ

ବାଣିଜ୍ୟ ପାଇଁ ଫିଟିବ ବାଟ

ମାମଲ୍ଲାପୁରମ୍‌,୧୩ା୧୦(ପି.ଟି.): ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଭାରତ ଓ ଚାଇନା ମଧ୍ୟରେ ସହମତି ପ୍ରକାଶ ପାଇଛି। କ୍ଷେତ୍ରୀୟ ଓ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ନେଇ ପାରସ୍ପରିକ ସହଯୋଗ ନେଇ ମଧ୍ୟ ଦୁଇଦେଶ ରାଜି ହୋଇଛନ୍ତି। ତାମିଲନାଡ଼ୁର ମାମଲ୍ଲାପୁରମ୍‌ରେ ବହିର୍ବ୍ୟାପାର ସଚିବ ବିଜୟ ଗୋଖଲେ ଶନିବାର ଏନେଇ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଦୁଇଦିନିଆ ଅନୌପଚାରିକ ଆଲୋଚନା ଶେଷ ହେବା ପରେ ଏହାର ନିଷ୍କର୍ଷ ନେଇ ଗୋଖ୍‌ଲେ କହିଛନ୍ତି, ବାଣିଜି୍ୟକ ନିଅଣ୍ଟ ହ୍ରାସ ପାଇଁ ପଦକ୍ଷେପ ନେବା ସକାଶେ ବେଜିଂ ପ୍ରସ୍ତୁତ। ବାଣିଜ୍ୟ ଓ ପୁଞ୍ଜିନିବେଶ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଏକ ନୂଆ ବ୍ୟବସ୍ଥା ଗ୍ରହଣ କରାଯିବ। ଏଥିଲାଗି ଜିନ୍‌ପିଙ୍ଗ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଆଞ୍ଚଳିକ ବିସ୍ତୃତ ଅର୍ଥନୈତିକ ସହଯୋଗିତା (ଆର୍‌ଇସିପି) ନେଇ ମଧ୍ୟ ଆଗକୁ ଆଲୋଚନା ହେବ ବୋଲି ଜିନ୍‌ପିଙ୍ଗ୍‌ କହିଛନ୍ତି। ବିଶ୍ୱସ୍ତରରେ ବାଣିଜି୍ୟକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଭାରତ ଓ ଚାଇନାର ଅବଦାନ ରହିବା ଆବଶ୍ୟକ ବୋଲି ଉଭୟ ମୋଦି ଓ ଜିନ୍‌ପିଙ୍ଗ୍‌ ହୃଦୟଙ୍ଗମ କରି ନିୟମଭିତ୍ତିକ ବିଶ୍ୱସ୍ତରୀୟ ବାଣିଜି୍ୟକ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଜିନ୍‌ପିଙ୍ଗ୍‌ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିବା ଗୋଖଲେ କହିଛନ୍ତି। ଜିନ୍‌ପିଙ୍ଗ୍‌ ଭାରତ ଗସ୍ତ ଶେଷ କରି ନେପାଳରେ ପହଞ୍ଚତ୍ଛନ୍ତି। କାଠମାଣ୍ଡୁସ୍ଥିତ ତ୍ରିଭୁବନ ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରୁଛନ୍ତି ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ। ୨୩ ବର୍ଷ ପରେ ଚାଇନାର କୌଣସି ରାଷ୍ଟ୍ରପତି ନେପାଳ ଗସ୍ତ କରିବାରେ ଏହା ହେଉଛି ପ୍ରଥମ। ଏହି ଅବସରରେ ଜିନ୍‌ପିଙ୍ଗ୍‌ କେତେକ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଚୁକ୍ତିନାମା ସ୍ବାକ୍ଷର କରିପାରନ୍ତି।

ରାଜୀବ ଆରମ୍ଭ କରିଥିଲେ ଦ୍ୱିପାକ୍ଷିକ ସମ୍ପର୍କ: କଂଗ୍ରେସ

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଯୋଗୁ ଭାରତ ଓ ଚାଇନା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆରମ୍ଭ ହୋଇଥିଲା। ୧୯୮୮ରେ ରାଜୀବ ଚାଇନା ଗସ୍ତ କରି ସମ୍ପର୍କ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ମନମୋହନ ସିଂଙ୍କ ନେତୃତ୍ୱାଧୀନ ଉପା ସରକାର ୧୦ ବର୍ଷ ମଧ୍ୟରେ ଏହି ସମ୍ପର୍କକୁ ଆଗକୁ ବଢ଼ାଇଥିଲା ବୋଲି ଶନିବାର ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି। ଅକ୍‌ସାଇ ଚୀନ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଆନନ୍ଦ କହିଛନ୍ତି, ଏହା ହେଉଛି କଶ୍ମୀରର ଏକ ଅଂଶ। ଚାଇନାର ବେଆଇନ ଦଖଲରେ ଥିବା ଅକ୍‌ସାଇ ଚୀନକୁ ଭାରତକୁ ଫେରାଇ ଆଣିବା ପାଇଁ କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲ୍ୟୁସି)ରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଦ୍ୱିତୀୟ ଅନୌପଚାରିକ ଆଲୋଚନା ପରିପ୍ରେକ୍ଷୀରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ଜୁଆରରେ ସମୁଦ୍ର ଅଶାନ୍ତ, ଲୀନ ହେବାକୁ ବସିଛି ମା’ଙ୍କ ମନ୍ଦିର

ଗଞ୍ଜାମ,୧୭ା୬(ବିଦ୍ୟାଧର ସାହୁ): ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର। ଜଳ ଲହଡ଼ିରେ ଗଞ୍ଜାମ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ କ୍ଷୟ ହେବାରେ ଲାଗିଛି। ପାଳିବନ୍ଧ…

ସାମନ୍ଥାଙ୍କୁ ‘I LOVE YOU’ କହିବାକୁ ମନା କଲେ ସ୍ବାମୀ: ମଞ୍ଚ ଉପରେ ଘଟିଲା…

ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ଆଗାମୀ ଫିଲ୍ମ ‘ମା ଇଣ୍ଟି ବାଙ୍ଗାରମ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହା ଖୁବଶୀଘ୍ର ସିନେମା ହଲରେ ଆସିବାକୁ ଯାଉଛି। ଯଦିଓ…

ଆର୍‌ଟିଓ ଅଫିସରେ ନାଗସାପ, ଜାଲରେ ପଡ଼ିଲା ବିରାଟକାୟ ବୋଡ଼ା

ଭଞ୍ଜନଗର,୧୭ା୬(ବାବୁଲା ପ୍ରଧାନ): ବର୍ଷା ପାଇଁ ସାପ ଗାତ ଭିତରୁ ବାହାରି ଘର ଭିତରକୁ ବେଳେବେଳେ ଚାଲି ଆସୁଛନ୍ତି। ବୁଧବାର ଗଞ୍ଜାମ ଜିଲାର ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ…

ନଦୀକୁ ଖସିଲା ଚାଉଳ ବୋଝେଇ ଟ୍ରକ୍‌, ଡ୍ରାଇଭର ଡେଇଁପଡ଼ିବାରୁ…

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ଗ୍ରାମ ନିକଟ ନଦୀପୋଲ ଉପରୁ ଏକ ଚାଉଳ ବୋଝେଇ ଗାଡ଼ି ବୁଧବାର ଓଲଟି ପଡ଼ିବାରୁ ୫…

ସ୍କୁଲଛୁଟିକୁ ନେଇ ବଡ଼ ଘୋଷଣା କଲେ ସରକାର, ସାରା ରାଜ୍ୟରେ ୨୪ଜୁନ ଯାଏ…

ଲକ୍ଷ୍ନୌ,୧୭।୬: ରାଜ୍ୟର ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ କ୍ରମାଗତ ଲୁ (ଗରମ ପବନ)କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର…

ଉଦ୍ଧବ ଠାକ୍‌ରେଙ୍କୁ ବଡ଼ ଝଟ୍‌କା: ଏକନାଥ ଶିନ୍ଦେଙ୍କୁ ସମର୍ଥନ ଘୋଷଣା କଲେ ୬ ଏମ୍‌ପି

ମୁମ୍ବାଇ,୧୭।୬: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି)କୁ ବଡ଼ ଝଟ୍‌କା ଲାଗିଛି। ଡେପୁଟି ସିଏମ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାକୁ ଦଳର ୬ ଜଣ…

ଡ଼ାକ୍ତରଖାନାରେ ନଥିଲେ ଡ଼ାକ୍ତର! ଚାଲିଗଲା ନବଜାତ ଶିଶୁର ଜୀବନ, ଚିକିତ୍ସା ଅବହେଳା ଆଣି ପରିବାର ଲୋକଙ୍କ ଉତ୍ତେଜନା

ପାଟଣାଗଡ଼, ୧୭।୬(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଡାକ୍ତରଖାନାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଡାକ୍ତରଙ୍କ ଅବହେଳାରୁ ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଥିବା…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏମିତି କହିଲେ ଚାମେଲି, ଚାରିଆଡ଼େ ଚର୍ଚ୍ଚା

କେନ୍ଦ୍ରାପଡ଼ା/ମହାକାଳପଡା,୧୭ା୬:  କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଜାମିନ ମିଳିଛି । ଏହି ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri