ବାଙ୍କୀ ଡବଲ୍‌ ମର୍ଡର ଘଟଣା: ଅଭିଯୁକ୍ତ ଜିତେନ୍ଦ୍ର ଗିରଫ

କଟକ ଅଫିସ/ବାଙ୍କୀ(ସ୍ବ.ପ୍ର)୨୧।୨: ବହୁ ଚର୍ଚ୍ଚିତ ବାଙ୍କୀ ଡବଲ ମର୍ଡର ଘଟଣାରେ ସ୍ଥାନୀୟ ପୋଲିସ ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ କଟକ ଜିଲା ବୈଦେଶ୍ୱର ଥାନା ଅଧୀନ ଖଜୁରିପଦା ଗ୍ରାମର ଜିତୁ ଓରଫ ଜିତେନ୍ଦ୍ର ସ୍ବାଇଁ (୨୩)। ଜିତେନ୍ଦ୍ରଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବାଙ୍କୀ ଉପଖଣ୍ଡ ଉପକାରାଗାରକୁ ପଠାଇ ଦିଆଯାଇଛି। ପୂର୍ବରୁ ଏହି ଘଟଣାରେ ଉକ୍ତ ଗ୍ରାମର ବଳିଆ ଓରଫ ବଳଭଦ୍ର ପ୍ରଧାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା କାଳିଆ ଓରଫ ସୁଶାନ୍ତ ପ୍ରଧାନ(୪୦) ଓ ଅନ୍ୟଜଣେ ଅଭିଯୁକ୍ତ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ କୁଅଁାଶ ଗ୍ରାମର ହିମାଂଶୁ ଭୂଷଣ ରାଉତରାୟ(୩୯)ଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି। ସୁଶାନ୍ତଙ୍କ ନିକଟରୁ ଅନ୍ୟ ୧୦ ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ ତଥ୍ୟ ପାଇଛି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଗୁରୁବାର କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଗ୍ରାମାଞ୍ଚଳ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ପାଣିଗ୍ରାହୀଙ୍କ କହିବାନୁଯାୟୀ, କ୍ଷମତା ଲୋଭକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ନୂଆଗଁା ସରପଞ୍ଚ ମମତା ମହାପାତ୍ରଙ୍କ ସ୍ବାମୀ ଭଗବାନ ସ୍ବାଇଁ ଓ ଏକ ଓ୍ବେବ୍‌ ଚ୍ୟାନେଲର ଖବରଦାତା ଆଦିତ୍ୟ କୁମାର ରଣସିଂଙ୍କ ସହିତ ଅଭିଯୁକ୍ତମାନଙ୍କର ଦୀର୍ଘଦିନ ହେବ ଶତ୍ରୁତା ଲାଗି ରହିଥିଲା। ବିଭିନ୍ନ ସମୟରେ ଛୋଟ କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଅଶାନ୍ତି ଉପୁଜୁଥିଲା। ଆଦିତ୍ୟ ଓ ଭଗବାନଙ୍କୁ ଆକ୍ରମଣ କରିବା ପାଇଁ ଏକ ମାସ ପୂର୍ବରୁ ଅଭିଯୁକ୍ତମାନେ ଯୋଜନା କରିଥିଲେ। ଗତ ୧୫ ତାରିଖ ଅପରାହ୍ନରେ ଆଦିତ୍ୟ, ଭଗବାନ ଓ ଅନ୍ୟଜଣେ ଯୁବକ ମାନସ ରଞ୍ଜନ ସିଂ ବାଇକ୍‌ରେ ବାଙ୍କୀରୁ ଖଜୁରୀପଦା ଗ୍ରାମକୁ ଫେରୁଥିଲେ। ଏହି ସମୟରେ ବାଙ୍କୀ ଥାନା ଅନ୍ତର୍ଗତ କିଆପଲା ଜୋକଲାଞ୍ଜି ଜଳସେଚନ ପ୍ରକଳ୍ପ ନିକଟ ରାସ୍ତାରେ ସରୁ ଜିଆଇ ତାର ବାନ୍ଧି ଅଭିଯୁକ୍ତମାନେ ଲୁଚି ରହିଥିଲେ। ବାଇକ୍‌ ଜିଆଇ ତାରରେ ଛନ୍ଦି ହୋଇଯିବାରୁ ସେମାନେ ତଳେ ପଡିଯାଇଥିଲେ। ଏହି ସମୟରେ ସେମାନଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। କୌଶଳକ୍ରମେ ମାନସ ଘଟଣାସ୍ଥଳରୁ ପଳାଇ ଯାଇଥିବାବେଳେ ଆଦିତ୍ୟ ଓ ଭଗବାନଙ୍କୁ ଅଭିଯୁକ୍ତମାନେ ଗୋଡାଇ ଗୋଡାଇ ହାଣିଥିଲେ। ଆଦିତ୍ୟଙ୍କ ଶରୀରରୁ ଗୋଡକୁ ଅଲଗା କରିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଭଗବାନଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଭଗବାନଙ୍କୁ ଆମ୍ବୁଲାନ୍ସରେ କଟକ ନେବା ବାଟରେ ସେ ୯ ଜଣ ଅଭିଯୁକ୍ତଙ୍କ ନାମ କହିଥିଲେ। ଆମ୍ବୁଲାନ୍ସ ଭିତରେ ଥିବା ଜଣେ ଯୁବକ ଏହାକୁ ରେକର୍ଡିଂ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଭିଡିଓ ଭାଇରାଲ ହୋଇଥିଲା, ଯାହା ପୋଲିସର ତଦନ୍ତରେ ସହାୟକ ହୋଇଥିଲା। ଘଟଣା ସମ୍ପର୍କରେ ମାନସ ବାଙ୍କୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦଫା ୩୦୨, ୧୪୭, ୧୪୮, ୧୨୦(ବି) ଏବଂ ୧୪୯ ଅନୁଯାୟୀ ଏକ ମାମଲା(ନଂ.୩୯/୨୦) ରୁଜୁ କରିଛି। ଅନ୍ୟପକ୍ଷରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ ଏକ କମିଟି ଗୁରୁବାର ଖଜୁରୀପଦା ଗ୍ରାମକୁ ଯାଇ ମୃତକଙ୍କୁ ପରିବାରକୁ ଭେଟିଥିଲେ।
ଆଟୁରେ ଲୁଚିଥିଲେ ଜିତେନ୍ଦ୍ର
ହତ୍ୟାକାଣ୍ଡ ପରେ ଜିତେନ୍ଦ୍ର ଫେରାର ହୋଇଯାଇଥିଲେ। ପରେ ଗାଁକୁ ଫେରି ନିଜ ଘରେ କିଛିଦିନ ହେବ ଲୁଚି ରହିଥିଲେ। ଖବରପାଇ ପୋଲିସ ପହଞ୍ଚି ତାଙ୍କ ଘରକୁ ଘେରି ଯାଇଥିଲା। ଏହି ସମୟରେ ଜିତେନ୍ଦ୍ର ତାଙ୍କ ଚାଳ ଘରର ଆଟୁରେ ଲୁଚି ଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

CJP ବର୍ତ୍ତମାନ ବିକ୍ଷୋଭ ପ୍ରଦର୍ଶନ କରିବ କି ନାହିଁ? ଅପଡେଟ ଦେଲେ ସୌରଭ ଦାସ

ନୂଆଦିଲ୍ଲୀ,୧୧।୧୦: ସିଜେପି (CJP) ମୁଖପାତ୍ର ସୌରଭ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘ଏକ୍ସ’ (X) ରେ ଲେଖି ସେ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ

ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ…

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?