Odisha Elections 2024
Posted inଜାତୀୟ

ବଳାତ୍କାର ଘଟଣାକୁ ନେଇ ଚୁପ୍‌ ରହିଲେ ଉପ ମୁଖ୍ୟମନ୍ତ୍ରୀ

ପାଟନା,୭।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ସୁଶାସନ ଦେଉଥିବା ଦାବି କରୁଛନ୍ତି ସତ। ହେଲେ ଏବେ ବିହାର ବଳାତ୍କାରୀଙ୍କ ରାଜ୍ୟ ପାଲଟି ଯାଇଛି। ପ୍ରାୟ ପ୍ରତିଦିନ ଏଠାରେ ଘଟି ଚାଲିଥିବା ବଳାତ୍କାର ଘଟଣାା ରାଜ୍ୟର ଛବିକୁ ଖରାପ କରି ସାରିଲାଣି। ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ଏମିତି କିଛି ଘଟଣା ସାମ୍ନାକୁ ଆସିଲାଣି। ଶନିବାର ମଧ୍ୟ ଦରଭଙ୍ଗା ଜିଲାର ସଦର ଥାନା ଅଞ୍ଚଳରେ ଜଣେ ୫ ବର୍ଷର କନ୍ୟା ବଳାତ୍କାରର ଶିକାର ହୋଇଥିବା ଖବର ଆସିଛି। ହେଲେ ବିହାର ସରକାର ଏହାକୁ ନେଇ ଚୁପ୍‌ ବସିଥିବା କୁହାଯାଉଛି। କାରଣ ଏ ସମ୍ପର୍କରେ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କୁ ପ୍ରଶ୍ନ କରିବାରୁ ସେ ଏହାର ଉତ୍ତର ନ ଦେଇ କଥାକୁ ଏଡାଇ ଯାଇଛନ୍ତି। ଖବରଦାତାମାନେ ଯେତେବେଳେ ରାଜ୍ୟର ବଳାତ୍କାର ଘଟଣାକୁ ନେଇ ପ୍ରଶ୍ନ କରିଥିଲେ ସେତେବେଳେ ସେ କିଛି ନ ଶୁଣି ସେଠାରୁ ଚାଲି ଯାଇଥିଲେ। ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରି ଦେବୀ ଟୁଇଟ୍‌ କରି କହିଛନ୍ତି, ସବୁଠାରୁ ଡରୁଆ ହେଉଛନ୍ତି ବିହାରର ଉପ ମୁଖ୍ୟମନ୍ତ୍ରୀ। ସେ ସବୁବେଳେ ଅସଲ କଥାରେ ବାଟ ଭାଙ୍ଗି ପଳାଇବା ଲୋକ। ଆଉ ରାଜ୍ୟରେ ତାଙ୍କ ସରକାର ‘ବଳାତ୍କାରୀ ବଞ୍ଚାଅ, ବଳାତ୍କାର ବଢାଅ’ ସ୍ଲୋଗାନରେ ଚାଲିଛନ୍ତି ବୋଲି ରାବରୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ: ମୃତଦେହ ଚିହ୍ନଟ ପାଇଁ ହେବ ଡିଏନ୍‌ଏ ପରୀକ୍ଷା

ରାଜକୋଟ,୨୬ା୫: ଗୁଜରାଟର ରାଜକୋଟରେ ଥିବା ଟିଆର୍‌ପି ଗେମିଂ ଜୋନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ ପିଲାଙ୍କ ସମେତ ୨୮ ଜଣଙ୍କ ମୃତ୍ୟୁ ଘଟଣା ଏହାର ନିରାପତ୍ତା...

ବାପ-ପୁଅଙ୍କୁ ମାରିଦେଲେ ମାଓବାଦୀ

ଛତ୍ରା,୨୬ା୫: ଝାଡ଼ଖଣ୍ଡର ଛତ୍ରା ଜିଲାରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ବାପ-ପୁଅଙ୍କୁ ହତ୍ୟା କରିଛନ୍ତି। କୁଣ୍ଡା ଥାନା ଅଧୀନ ହିନ୍ଦିଆକାଲା ଗ୍ରାମରେ ଏହି ଘଟଣା ଘଟିଛି।...

ଶେଷ ପର୍ଯ୍ୟାୟ ନିର୍ବାଚନ ପୂବରୁ ଅଖିଳେଶଙ୍କୁ ଝଟକା? ଭାଜପାରେ ସାମିଲ ହେବେ…

ଲକ୍ଷ୍ନୌ,୨୬।୫: ୨୦୨୪ ଲୋକ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟି କ୍ରମାଗତ ଭାବରେ ଅସୁବିଧାର ସମ୍ମୁଖୀନ ହେଉଛି, ସମାଜବାଦୀ ପାର୍ଟିର ବହୁ ବିଶିଷ୍ଟ ନେତା ଦଳ...

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ରେମାଲ’: ବଢୁଛି ପବନର ବେଗ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୬।୫: ବଙ୍ଗୋପସାଗରରେ ବାତ୍ୟା ‘ରେମାଲ’ ଅଧିକ ଘନୀଭୁତ ହୋଇ ରବିବାର ଭୀଷଣ ବାତ୍ୟାର ରୂପ ନେଇ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ...

ଭାଜପା ପ୍ରଚାର ଗାଡି ଉପରକୁ ଆକ୍ରମଣ, ଭାଙ୍ଗିଲା କାଚ

ପାଟନା,୨୬।୫: ବର୍ତ୍ତମାନ ସମଗ୍ର ଦେଶରେ ଏକ ନିର୍ବାଚନ ପରିବେଶ ଅଛି। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପରେ ବକ୍ସର ଜିଲାରେ ମଧ୍ୟ ରାଜନୀତି ଶିଖରରେ ରହିଛି। ଯେଉଁଠାରେ...

ମୋଦି କେବଳ ୨୦-୨୫ ଲୋକଙ୍କ ପାଇଁ, ହିମାଚଳ ପ୍ରଦେଶ ସଭାରେ ଭାଜପାକୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୨୬।୫:ରାହୁଲ ଗାନ୍ଧୀ ହିମାଚଳ ପ୍ରଦେଶର ନାହାନରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଭାଜପା ଉପରେ ଖୁବ ବର୍ଷିଥିଲେ। ରାହୁଲ ଗାନ୍ଧୀ...

ଅଖିଳେଶଙ୍କ ସୁରକ୍ଷାରେ ତ୍ରୁଟି, ମଞ୍ଚ ଉପରକୁ ଚଢିଗଲେ ଯୁବକ

ବଲିଆ,୨୬।୫: ଦେଶରେ ୬ ଟି ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ଗତକାଲି ଅର୍ଥାତ୍‌ ୨୫ମେ’ରେ, ଉତ୍ତର ପ୍ରଦେଶର ୧୪ ଟି ଆସନରେ ଷଷ୍ଠ ପର୍ଯ୍ୟାୟ ଭୋଟ...

୭ ନବଜାତକଙ୍କ ମୃତ୍ୟୁ ମାମଲା: ହସ୍ପିଟାଲ ମାଲିକ ଗିରଫ

ନୂଆଦିଲ୍ଲୀ,୨୬ା୫:ପୂର୍ବ ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ନିଉବର୍ନ ବେବି କେୟାର ହସ୍ପିଟାଲରେ ଶନିବାର ରାତିରେ ନିଆଁଲାଗି ୭ ନବଜାତକଙ୍କ ମୃତ୍ୟୁ ଘଟିଛି। ୧୬ଟି ଦମକଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri