ବର୍ଷକରେ ୩ଗୁଣ ବଢ଼ିଛି ରୋଗୀଙ୍କ ସଂଖ୍ୟା

ଭାରତରେ ପ୍ରତିଦିନ କ୍ୟାନ୍‌ସରରେ ୩୦୦ ଲୋକ ପ୍ରାଣ ହରାଉଛନ୍ତି। ଗତ ଦୁଇ ଦଶନ୍ଧିରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ଭାରତରେ ଦୁଇ ତୃତୀୟାଂଶରୁ ଅଧିକ ବୃଦ୍ଧି ପାଇଛି। ବିଶ୍ୱରେ ଅନ୍ୟ ଦେଶ ତୁଳନାରେ ଭାରତରେ କ୍ୟାନସରଜନିତ ମୃତ୍ୟୁ ହାର ମଧ୍ୟ ଅଧିକ। ନ୍ୟାଶ୍‌ନାଲ ହେଲ୍‌ଥ ପ୍ରୋଫାଇଲ(୨୦୧୯)ର ତଥ୍ୟରୁ ଜଣାପଡେ, ୨୦୧୭-୨୦୧୮ ଗୋଟିଏ ବର୍ଷରେ ଦେଶରେ କ୍ୟାନ୍‌ସର ୩୦୦ ପ୍ରତିଶତ ଅର୍ଥାତ ୩ଗୁଣରୁ ଅଧିକ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇଛି। ଏଣୁ ଭାରତରେ କ୍ୟାନ୍‌ସର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୭ରେ ‘ରାଷ୍ଟ୍ରୀୟ କ୍ୟାନ୍‌ସର ସଚେତନତା ଦିବସ’ ପାଳନ କରାଯାଉଛି। ୨୦୧୪ ସେପ୍ଟେମ୍ବରରେ ଭାରତର ତତ୍‌କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ରାଷ୍ଟ୍ରୀୟ କ୍ୟାନ୍‌ସର ସଚେତନତା ଦିବସ ପାଳନ କରାଯିବା ଲାଗି ଘୋଷଣା କରିବା ପରେ ସେହିବର୍ଷ ନଭେମ୍ବର ୭ ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା।
‘ଇଣ୍ଡିଆ ଏଗେନ୍‌ଷ୍ଟ କ୍ୟାନସର’ର ତଥ୍ୟରୁ ଜଣାପଡେ ଯେ,ଭାରତରେ ୨୫ ଲକ୍ଷରୁ ଅଧିକ କ୍ୟାନ୍‌ସର ପୀଡିତ ରହିଛନ୍ତି। ପ୍ରତିବର୍ଷ ୧୧ ଲକ୍ଷ ନୂଆ ରୋଗୀ ଯୋଡି ହେଉଛନ୍ତି ଏବଂ ୭ ଲକ୍ଷରୁ ଅଧିକ ପୀଡିତଙ୍କ ମୃତ୍ୟୁ ହେଉଛି। ପ୍ରତି ଦୁଇ ମିନିଟ୍‌ରେ ଜଣେ କ୍ୟାନ୍‌ସର ରୋଗୀ ଚିହ୍ନଟ ହେଉଛନ୍ତି। ସର୍ଭାଇକଲ କ୍ୟାନ୍‌ସରରେ ପ୍ରତି ୮ ମିନିଟରେ ଜଣେ ମହିଳା ଓ ତମାଖୁ ଜନିତ କ୍ୟାନ୍‌ସରରେ ପ୍ରତିଦିନ ୩୫୦୦ ଜଣଙ୍କର ମୃତ୍ୟୁ ହେଉଛି।
ଲାନସେଟ୍‌ ରିପୋର୍ଟରୁ ଜଣାପଡିଛି ଯେ ,ହୃଦ୍‌ଘାତ ପରେ କ୍ୟାନ୍‌ସରରେ ବେଶି ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। କ୍ୟାନ୍‌ସରର ମୂଳ କାରଣ ଧୂମପାନ, ତମାଖୁ ସେବନ। ତମାଖୁରୁ ୧୪ ପ୍ରକାର କ୍ୟାନ୍‌ସର ହେଉଛି। ଏହାବାଦ ମଦ୍ୟ, ଡ୍ରଗ୍ସ ଓ ଅପୁଷ୍ଟିକର ଖାଦ୍ୟ ଯୋଗୁ ମଧ୍ୟ ଏହା ହେଉଛି। ୧୦୦ ଜଣ କ୍ୟାନ୍‌ସର ରୋଗୀଙ୍କ ମଧ୍ୟରୁ ୪୦ ଜଣ ଏହି ଦୁଇଟି କାରଣ ଯୋଗୁୁ ପୀଡିତ ହେଉଛନ୍ତି। ଦେଶରେ ତମାଖୁ ସେବନ କାରଣରୁ ଦିନକୁ ୩ ହଜାରରୁ ଊର୍ଦ୍ଧ୍ୱ କ୍ୟାନ୍‌ସର ପୀଡିତଙ୍କ ମୃତ୍ୟୁ ହେଉଛି। ରାଜସ୍ଥାନରେ ତମାଖୁ ଓ ଧୂମପାନ ଉପତ୍ାଦ ବ୍ୟବହାରରୁ ଦିନକୁ ୨୬୭ ଜଣଙ୍କର ମୃତ୍ୟୁ ଘଟୁଛି। ଗୋଟିଏ ପକେଟ ସିଗାରେଟ ଆୟୁଷରୁ ୩ ଘଣ୍ଟା ୪୦ ମିନିଟ କମାଇ ଦେଉଛି। ଧୂମପାନ ଯୋଗୁ ଦେଶରେ ପ୍ରତି ଘଣ୍ଟାରେ ୧୩୭ ଲୋକଙ୍କର ପ୍ରାଣହାନି ହେଉଛି। ସରକାର ତମାଖୁ ବିକ୍ରି ଉପରେ କଟକଣା ଲଗାଇଲେ ବି ତାହା ଧୂଆଁରେ ରହିଯାଉଛି। ସର୍ବସାଧାରଣ ସ୍ଥାନରେ ଧୂମପାନ ଉପରେ କଟକଣା ଲାଗଯାଇଥିଲେ ମଧ୍ୟ ତାହାକୁ କଡାକଡି ଭାବେ ପାଳନ କରାଯାଇପାରୁନି। ବାୟୁପ୍ରଦୂଷଣ ଯୋଗୁ ଲିଭର କ୍ୟାନ୍‌ସର ବ୍ୟାପୁଛି। ଅସୁରକ୍ଷିତ ଯୌନସମ୍ପର୍କ ସଭାଇକଲ କ୍ୟାନ୍‌ସରର କାରଣ। କ୍ୟାନ୍‌ସର ଆରମ୍ଭରୁ ୬୦ ପ୍ରତିଶତ ପୀଡିତଙ୍କର ସଫଳ ଚିକିତ୍ସା କରାଯାଇପାରିବ। କ୍ୟାନ୍‌ସରର ଲକ୍ଷଣ, ଚିକିତ୍ସା ପଦ୍ଧତି ସମ୍ପର୍କରେ ଅବଗତ କରିବା ସହ ଏହାକୁ କିଭଳି ରୋଗାଯାଇପାରିବ ସେଥିପାଇଁ ସଚେତନତା ଆଣିବା ସାମ୍ପ୍ରତିକ ସମୟର ଏକ ବଡ଼ ଆହ୍ବାନ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri