ବର୍ଷକରେ ନିବେଶକଙ୍କ ୨୭ ଲକ୍ଷ କୋଟି କ୍ଷତି

ନୂଆଦିଲ୍ଲୀ,୩୧।୫: ମେ ୩୦ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି। ଏହି ବର୍ଷଟି ପୁଞ୍ଜିବଜାର ନିବେଶକଙ୍କ ଲାଗି ବଡ଼ ଚ୍ୟାଲେଞ୍ଜିଂ ହୋଇ ରହିଛି। ଦଲାଲ ଷ୍ଟ୍ରିଟ୍‌ରେ ଏହି ସମୟରେ ନିବେଶକଙ୍କ କ୍ଷତି ୨୭ ଲକ୍ଷ କୋଟି ଟଙ୍କା ରହିଛି। ଏହା ଦେଶର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି)ର ପ୍ରାୟ ୧୩.୫% ବୋଲି ଜଣାପଡ଼ିଛି। ଏହି ସମୟ ମଧ୍ୟରେ ପ୍ରତି ୧୦ ଷ୍ଟକ୍‌ ମଧ୍ୟରୁ ୯ଟି ନେଗେଟିଭ୍‌ ରିଟର୍ନ ପ୍ରଦାନ କରିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ରେ ସୂଚୀଭୁକ୍ତ ହୋଇଥିବା ମୋଟ କମ୍ପାନୀଙ୍କ ମଧ୍ୟରୁ ପ୍ରାୟ ୧୦% ଆଶାନୁରୂପ ରିଟର୍ନ ପ୍ରଦାନ କରିଛନ୍ତି। ନିକଟରେ ପ୍ରକାଶିତ ଜିଡିପି ଡାଟାକୁ ଦେଖିଲେ ୨୦୧୯-୨୦ ଆର୍ଥତ୍କ ବର୍ଷରେ ଏହା ୪.୨%କୁ ଖସିଛି, ଯାହା ୧୧ ବର୍ଷର ସର୍ବନିମ୍ନ ସ୍ତର। ଗତ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସରେ ବିକାଶ ହାର ୩.୧%କୁ ଖସିଛି।
କରୋନାକୁ ରୋକିବା ପାଇଁ ହୋଇଥିବା ଲକ୍‌ଡାଉନର ପ୍ରଭାବ ଯୋଗୁ ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ରହିଛି। ମାସିକ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ ରେକର୍ଡ ନିମ୍ନ ସ୍ତରକୁ ଖସିଛି। ଶିଳ୍ପ ଉତ୍ପାଦନ ଲଗାତର ଭାବେ ଖସୁଥିବାରୁ ଏହାର ପ୍ରଭାବ ନିବେଶକଙ୍କ ଉପରେ ପଡିଛି। ଏହି ଅବସରରେ ସାମ୍‌କୋ ସିକ୍ୟୁରିଟିଜର ରିସର୍ଚ୍ଚ ମୁଖ୍ୟ ଉମେଶ ଶାହା କହିଛନ୍ତି ଯେ, ସରକାର ଗ୍ରହଣ କରିଥିବା ବିଭିନ୍ନ ସଂସ୍କାର ପ୍ରକ୍ରିୟାର ପ୍ରଭାବ ବଜାର ଉପରେ ପଡୁଛି। ଜିଏସ୍‌ଟି ଏବେ ଯାଏ ତା’ର ଉଦ୍ଦେଶ୍ୟ ସାଧନ କରିପାରି ନାହିଁ। କିଛି ପଦକ୍ଷେପ ବଜାର ଉପରେ ଭଲ ପ୍ରଭାବ ଆଣୁଛି। ମାତ୍ର ଅନ୍ୟ କିଛି ବଜାର ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ରିପୋର୍ଟ ମୁତାବକ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ୧୭.୭% ହ୍ରାସ ଘଟି ୧୨୭.୦୬ ଲକ୍ଷ କୋଟି ଟଙ୍କାକୁ ହ୍ରାସ ଘଟିଛି। ଏହା ଚଳିତ ବର୍ଷ ମେ ମାସ ୩୦ରେ ୧୫୪.୪୪ ଲକ୍ଷ କୋଟି ଟଙ୍କା ରହିଥିଲା। ଏହିଦିନ ମୋଦି ଦାୟିତ୍ୱ ଭାର ଗ୍ରହଣ କରିଥିଲେ।
ପୁଞ୍ଜିବଜାରରେ ୨୬୮୪ ସକ୍ରିୟ ଷ୍ଟକ୍‌ ମଧ୍ୟରୁ ୨୩୦୮ ନକାରାତ୍ମକ ରିଟର୍ନ ପ୍ରଦାନ କରିଛି। ୧୭ଟି ଷ୍ଟକ୍‌ କୌଣସି ଲାଭ ପ୍ରଦାନ କରିନାହିଁ। ୩୫୯ ଷ୍ଟକ୍‌ (୧୩%) ସକାରାତ୍ମକ ରିଟର୍ନ ପ୍ରଦାନ କରିଛି। ଏହା ମଧ୍ୟରୁ ୨୬୯(୧୦%) ଷ୍ଟକ୍‌ ୧୦%ରୁ ଊର୍ଦ୍ଧ୍ୱ ରିଟର୍ନ ଦେଇଥିବା ଜଣାପଡ଼ିଛି। ଷ୍ଟକ୍‌ ବଜାର ହ୍ରାସ କ୍ଷେତ୍ରରେ ଉଭୟ ସରକାରଙ୍କ ନୀତି, ବଜାର ଅବସ୍ଥା ସହ ଅନ୍ୟ ପ୍ରସଙ୍ଗ ନିର୍ଭର କରୁଛି। ସବୁ ଦୋଷ ସରକାରଙ୍କ ଉପରେ ଲଦି ହେବ ନାହିଁ ବୋଲି ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜର ଦୀପକ ଜସାନୀ କହିଛନ୍ତି। ସେହିଭଳି ପ୍ରଶାନ୍ତ ଜୈନ କହିଛନ୍ତି, ୨୦୨୦-୨୧ ଆର୍ଥତ୍କ ବର୍ଷ ଏତେ ଭଲ ରିଟର୍ନ ଦେବ ବୋଲି ଅଧିକାଂଶ ବଜାର ବିଶେଷଜ୍ଞ ଆଶା ରଖନ୍ତି ନାହିଁ। ଆଗାମୀ ବର୍ଷ କଥା ବିଚାରକୁ ନେବାକୁ ପଡ଼ିବ। ମ୍ୟୁଚୁଆଲ ଫଣ୍ଡର ସିଷ୍ଟମେଟିକ ଇନ୍‌ଭେଷ୍ଟମେଣ୍ଟ ପ୍ଲାନ୍‌ରେ ନିବେଶ ବଢ଼ାଇବା ବୁଦ୍ଧିମାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri