Posted inଜାତୀୟ

ବନ୍ୟା କଲା ବେଘର: ଜାତୀୟ ରାଜପଥର ରୋଡ୍‌ ଡିଭାଇଡର ଏବେ ପାଲଟିଛି ଆଶ୍ରୟ ସ୍ଥଳ

ପାଟନା,୨୧।୭: ବିହାରରେ ପ୍ରଳୟଙ୍କରୀ ବନ୍ୟା ତାଣ୍ଡବ ରଚିଛି। ବେଘର ହୋଇ ଜୀବନ ବିକଳରେ ଲୋକେ ଉଚ୍ଚାସ୍ଥାନକୁ ପଳାଇ ଆସିଛନ୍ତି। କମଳା ନଦୀରେ ବନ୍ୟା ଯୋଗୁ ୧୫ ଶହରୁ ଅଧିକ ପ୍ରଭାବିତଙ୍କ ଆଶ୍ରୟ ସ୍ଥଳ ପାଲଟିଛି ଜାତୀୟ ରାଜପଥର ରୋଡ୍‌ ଡିଭାଇଡର। ଜାତୀୟ ରାଜପଥ-୫୭ର ରୋଡ୍‌ ଡିଭାଇଡର୍‌ରେ ଏକ ସପ୍ତାହରୁ ଅଧିକ ଦିନ ହେଲା ବନ୍ୟା ପୀଡ଼ିତ ମାନେ ରହିଛନ୍ତି। ଛୋଟ ଛୋଟ ତମ୍ବୁଟାଣି ବନ୍ୟା ପୀଡ଼ିତମାନେ ଏଠାରେ ରହୁଛନ୍ତି। ରୋଡ୍‌ ଡିଭାଇଡର ଉପରେ ୫ କିଲୋମିଟର ବ୍ୟାପି ଏଭଳି ତମ୍ବୁ ଦେଖିବାକୁ ମିଳୁଛି। ଏଠାରେ ସରକାରଙ୍କ ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ଆବଶ୍ୟକ ରିଲିଫ୍‌ ଏବଂ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ସ୍ଥାନୀୟ ଜିଲାପାଳ ଶୀର୍ଷତ କପିଲ୍‌ ଅଶୋକ କହିଛନ୍ତି ଯେ, ବନ୍ୟା ପୀଡ଼ିତଙ୍କ ସୁରକ୍ଷା ଲାଗି ଏହି ରାସ୍ତା ଦେଇ ଗାଡ଼ି ଚଳାଚଳ ବନ୍ଦ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ଅସ୍ଥାୟୀ ଆଶ୍ରୟ ସ୍ଥଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜାରି ରହିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

OBC ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ: ଯଦି ମାତାପିତା ଆଇଏଏସ ଅଧିକାରୀ ତେବେ…

ନୂଆଦିଲ୍ଲୀ,୨୨।୫: ସୁପ୍ରିମକୋର୍ଟ ଓବିସି ସଂରକ୍ଷଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି କରିଛନ୍ତି। କୋର୍ଟ ଟିପ୍ପଣୀ କରିଛନ୍ତି ଯେ, ଯଦି ମାତାପିତା ଆଇଏଏସ ଅଧିକାରୀ, ତେବେ ସେମାନେ…

ପନିର ଖାଇ ICUରେ ୭ ଛାତ୍ର! NCC ଶିବିରରେ ଆତଙ୍କ

ଜବଲପୁର,୨୨।୫: ମଧ୍ୟ ପ୍ରଦେଶର ଜବଲପୁରର ଡୁମନାରେ IIITDM କ୍ୟାମ୍ପସ ମଧ୍ୟରେ ଚାଲିଥିବା NCC ଶିବିରରେ ଆତଙ୍କ ସୃଷ୍ଟି ହୋଇଛି। ରାତ୍ରୀଭୋଜନ ପରେ ହଠାତ୍‌ ୫୦ରୁ ଅଧିକ କ୍ୟାଡେଟଙ୍କ…

୧୯ ବର୍ଷୀୟା ବଧୂ, ୪୦ ବର୍ଷୀୟ ବର: ବରମାଳା ପୂର୍ବରୁ ଧରାପଡିଲେ ନକଲି ବର, ଗାଁ ଲୋକେ କାବୁ କରି ….

ପାଟନା,୨୨ା୫: ବିହାରର ମୁଜାଫରପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଦମ୍ପତି ପବିତ୍ର ବନ୍ଧନରେ ବାନ୍ଧିହେବା ପୂର୍ବରୁ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା । ରାଜସ୍ଥାନର…

ସାବଧାନ! ବଢ଼ିବାକୁ ଯାଉଛି ଆପଣଙ୍କ ମାସିକ ବଜେଟ; ବଢିଗଲା ପରିବା ଓ ଗ୍ରୋସରି ସାମଗ୍ରୀର ଦାମ!

ନୂଆଦିଲ୍ଲୀ,୨୨।୫: ନିକଟରେ ପେଟ୍ରୋଲ ଏବଂ ଡିଜେଲ ଦରରେ ହୋଇଥିବା ବୃଦ୍ଧି ଏବେ ସାଧାରଣ ଜନତାଙ୍କ ପକେଟ ଉପରେ ଭାରି ପଡ଼ିବାକୁ ଯାଉଛି। ଆପଣଙ୍କର ମାସିକ ଗ୍ରୋସରି (ଖାଦ୍ୟ…

‘କକ୍ରୋଚ ଜନତା ପାର୍ଟି’ର ‘X ଆକାଉଣ୍ଟ’ ବ୍ୟାନ ପରେ ରାଗିଲେ ମହୁଆ ମୋଇତ୍ରା, କହିଲେ…

କୋଲକାତା,୨୨।୫: ‘କକ୍ରୋଚ ଜନତା ପାର୍ଟି’ର X ଆକାଉଣ୍ଟ ଏକ ବ୍ୟଙ୍ଗାତ୍ମକ ପୃଷ୍ଠା ଯାହା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରିଥିଲା, ଏବେ ଏହା ଭାରତରେ…

ୟୁଟ୍ୟୁବର ସବ୍ୟସାଚୀ ଅମିତାଭଙ୍କ ଗିରଫକୁ ନେଇ ଚର୍ଚ୍ଚା: ଜୋର୍‌ ଧରିଛି ରାଜନୀତି

କେନ୍ଦୁଝର,୨୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ମୁଖ୍ୟାଳୟ ସର୍କିଟ ହାଉସ୍‌ରେ କାର୍‌ ଧକ୍କାରେ ସେଠାକାର କର୍ମଚାରୀଙ୍କ ବାଇକ୍‌ ଭାଙ୍ଗିବା ଏବଂ ଜଗୁଆଳିଙ୍କୁ ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ୟୁଟ୍ୟୁବର…

କଲେଜ କ୍ୟାଣ୍ଟିନରେ ପ୍ରଥମ ଭେଟ…କିଏ ଏହି ଏହି ଶ୍ରୀନାଥ? ଯାହାଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତି ବିଜୟ

ଥିରୁଭାନନ୍ତପୁରମ,୨୨।୫: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥଲାପତି ବିଜୟ ଗୁରୁବାର ତାଙ୍କ କ୍ୟାବିନେଟର ବିସ୍ତାର କରିଛନ୍ତି। ଏହି ସମାରୋହରେ ୨୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ରାଜ୍ୟପାଳ…

ହର୍ମୁଜରେ ବଢି ଚାଲିଛି ସମସ୍ୟା ଉପରେ ସମସ୍ୟା, ଦେଖି ଚାହିଁ ଖର୍ଚ୍ଚ କରନ୍ତୁ LPG

ନୂଆଦିଲ୍ଲୀ/ତେହରାନ,୨୨।୫: ଇରାନ ସହିତ ସଂଘର୍ଷ ଯୋଗୁ ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ଆଉ ଏକ ନିରାଶାଜନକ ଖବର ସାମ୍ନାକୁ ଆସିଛି। ଏହି ସମୟରେ, ସମସ୍ତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri