ବାର୍ଷିକ ୧୦ ଲକ୍ଷ ନଗଦ ଉଠାଣରେ ଲାଗିପାରେ ଟିକସ

ନୂଆଦିଲ୍ଲୀ,୧୧-୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଡିଜିଟାଲ ଟ୍ରାଞ୍ଜାକଶନକୁ ପ୍ରୋତ୍ସାହିତ କରିବା ଲାଗି ଏକାଧିକ ପଦକ୍ଷେପ ଉଠାଇଛନ୍ତି। ଏବେ ସରକାର ଆଉ ଏକ ପଦକ୍ଷେପ ନେବାକୁ ଯାଉଛନ୍ତି। କାଗଜ ମୁଦ୍ରାର ବ୍ୟବହାରକୁ କମ୍‌ କରିବା ଉଦ୍ଦେଶ୍ୟରେ ବାର୍ଷିକ ୧୦ ଲକ୍ଷ ଅଥବା ଏହାଠାରୁ ଅଧିକ ପରିମାଣର ନଗଦ ଉଠାଣ ଉପରେ ଟିକସ ଧାର୍ଯ୍ୟ କରିବାକୁ ଯାଉଛନ୍ତି। ଏନେଇ ବିଚାର ଆଲୋଚନା ଚାଲିଛି। କଳାଧନ ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଖୁବଶୀଘ୍ର ନିଆଯିବ। ଏ ସମ୍ପର୍କରେ ବଜେଟରେ ଘୋଷଣା କରାଯିବାର ସମ୍ଭାବନା ରହିଛି।
ମିଡିଆ ରିପୋର୍ଟ ଅନୁଯାୟୀ, ସରକାର କଳାଧନ ସୃଷ୍ଟିକୁ ରୋକିବା ଲାଗି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ବଡ଼ ଧରଣର ନଗଦ ଉଠାଣକୁ ନିରତ୍ସାହିତ କରିବା ଲାଗି ସରକାର ଆଧାର ସତ୍ୟତା ଯାଞ୍ଚକୁ ବାଧ୍ୟତାମୂଳକ କରିବା ନେଇ ଆଗତ ପ୍ରସ୍ତାବକୁ ବିଚାର କରୁଛନ୍ତି। ଏହାଦ୍ୱାରା ନଗଦ ନେଣଦେଣକୁ ଟ୍ୟାକ୍ସ ରିଟର୍ନ ସହ ସହଜରେ ମିଳାଯାଇପାରିବ। ବାସ୍ତବରେ ଆଧାର ସଂଖ୍ୟାର ଦୂରୁପଯୋଗକୁ ରୋକିବାରେ ୟୁଆଇଡି ପ୍ରମାଣୀକରଣ ଏବଂ ଓଟିପି ସହାୟତା କରିବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏମ୍‌ଜିଏନ୍‌ଆରଜିଏ ଅଧୀନରେ ଆଧାର ସତ୍ୟତା ଯାଞ୍ଚ ବାଧ୍ୟତାମୂଳକ ହୋଇଥିବା ବେଳେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ଉଠାଣ ଲାଗି ଏହା ଆଜିଯାଏ ବାଧ୍ୟତାମୂଳକ କରାଯାଇ ନାହିଁ। ଅଧିକାଂଶ ବ୍ୟକ୍ତି ଏବଂ ବ୍ୟବସାୟିକ ସଂସ୍ଥାକୁ ବାର୍ଷିକ ୧୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ଉଠାଣର ଆବଶ୍ୟକତା ହୁଏ ନାହଁି ବୋଲି ସରକାର ମନେ କରୁଛନ୍ତି। ତେବେ ବଜେଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯିବା ନେଇ ଅଦ୍ୟାବଧି ସ୍ଥିର ହୋଇନାହିଁ ବୋଲି ସେ କହିଛନ୍ତି। ତେବେ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀ ଉପରେ ଆଇନଗତ ବୋଝ ଚପାଇ ଦେବା ଲାଗି ସରକାର ଚାହୁଁନାହାନ୍ତି। ସୂଚନାଥାଉ କି, ବ୍ୟାଙ୍କ ଜରିଆରେ ବଡ଼ ଧରଣର ଟଙ୍କା ନେଣଦେଣ ଲାଗି ମାଧ୍ୟମ ସାଜିଥିବା ଏନ୍‌ଇଏଫ୍‌ଟି ଏବଂ ଆର୍‌ଟିଜିଏସ୍‌ ଶୁଳ୍କକୁ ଆର୍‌ବିଆଇ ଛାଡ କରିଛି। ଏକ ଦଶନ୍ଧି ପୂର୍ବରୁ ୟୁପିଏ ସରକାର ଏ ସଂକ୍ରାନ୍ତରେ ଟ୍ରାନ୍ସଫର ଟ୍ୟାକ୍ସ ଲାଗୁ କରିଥିଲେ। ତେବେ ବହୁ ହଙ୍ଗାମା ପରେ ଏହାକୁ ସରକାର ପ୍ରତ୍ୟାହାର କରିନେଇଥିଲେ। ୨୦୧୬ରେ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରବାବୁ ନାଇଡୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ମାନଙ୍କ ଏକ ଉଚ୍ଚସ୍ତରୀୟ କମିଟି ବା ଏସ୍‌ଆଇଟି ଗଠନ କରାଯାଇଥିଲା। ଏହି କମିଟି ‘ନଗଦ ଉପଯୋଗ’କୁ କମାଇବା ଉଦ୍ଦେଶ୍ୟରେ କେତେକ ଉପାୟ ଧାର୍ଯ୍ୟ କରିଥିଲେ। ୫୦ ହଜାରରୁ ଅଧିକ ନଗଦ ଉଠାଣ ଉପରେ ପୁନର୍ବାର ଟିକସ ଆଦାୟ ଲାଗି ସୁପାରିସ କରାଯାଇଥିଲା। ଏଥିସହିତ ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହନ ଦେବା ଲାଗି କେତେକ ପ୍ରସ୍ତାବ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri