ବଜେଟ ଘୋଷଣାକୁ ନେଇ ରାଜନଙ୍କ ଆଶଙ୍କା;ବିଦେଶରେ ସରକାରୀ ବଣ୍ଡ ବିକିବା ବିପଦପୂର୍ଣ୍ଣ

ନୂଆଦିଲ୍ଲୀ,୧୪-୭: କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ବିଦେଶ ବଜାରରେ ସରକାରୀ ବଣ୍ଡ ବିକ୍ରି କରି ଅର୍ଥ ଯୋଗାଡ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ ଏହାକୁ ନେଇ ଆଶଙ୍କାବ୍ୟକ୍ତ କରିଛନ୍ତି। ସରକାରଙ୍କ ଏହି ଯୋଜନାରୁ ଦେଶକୁ ସେପରି କିଛି ଫାଇଦା ମିଳିବ ନାହିଁ, ବରଂ ଏହା ଅଧିକ ବିପଦପୂର୍ଣ୍ଣ ବୋଲି ସେ କହିଛନ୍ତି।
ପୂର୍ବତନ ଗଭର୍ନର ରାଜନ କହିଛନ୍ତି ଯେ, ବିଦେଶରେ ବଣ୍ଡ ବିକ୍ରି କରିବା ଯୋଗୁ ସ୍ଥାନୀୟ ବଜାରରେ ବିକ୍ରି ହେବାକୁ ଥିବା ଘରୋଇ ସରକାରୀ ବଣ୍ଡ ମାତ୍ରା କମ ହେବ ନାହିଁ। ଦେଶର ଅର୍ଥନୀତି ଦ୍ରୁତଗତିରେ ଆଗଉଥିବା ବେଳେ ନିବେଶକ ଅଧିକ ନିବେଶ କରୁଥିବାରୁ ଏଥିପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ ବୋଲି ରାଜନ କହିଛନ୍ତି। ତାଙ୍କ ମତରେ ଅର୍ଥନୀତି ଧିମା ହେବା ମାତ୍ରେ ନିବେଶକ ଦୂରେଇଯିବା ଆରମ୍ଭ କରନ୍ତି। ସୂଚନାଥାଉ କି, ବିଦେଶରେ ସରକାରୀ ବଣ୍ଡ ବିକ୍ରି କରି ଅର୍ଥ ଯୋଗାଡ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ ଉପସ୍ଥାପନ କରି ଘୋଷଣା କରିଥିଲେ। ବିରୋଧୀ ଦଳଗୁଡ଼ିକ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଅର୍ଥନୀତି ଧିମା ହେବା କାରଣରୁ ପାଣ୍ଠି ଯୋଗାଡ କରିବା ଲାଗି ମୋଦି ସରକାରଙ୍କ ନିକଟରେ ସ୍ବଳ୍ପ ବିକଳ୍ପ ରହିଛି। ଏହି କାରଣରୁ ବିଦେଶରୁ ବଣ୍ଡ ଜାରି ମାଧ୍ୟମରେ ଅର୍ଥ ଯୋଗାଡ କରିବାକୁ ସରକାର ବାହାରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସରକାର ରେକର୍ଡ ୭ ଲକ୍ଷ କୋଟି ଟଙ୍କା(୧୦୩ ବିଲିୟନ ଡଲାର) ଋଣ ନେବାକୁ ଯୋଜନା କରିଥିବାରୁ ଏହାକୁ ନେଇ ନିବେଶକମାନେ ବେଶ୍‌ ଚିନ୍ତିତ। ବିଦେଶୀ ଷ୍ଟକ୍‌ ଏକ୍ସଚେଞ୍ଜରେ ଭାରତୀୟ ବଣ୍ଡ କାରବାରରେ ଅସ୍ଥିରତା ଆସିଲେ ଏହା ଘରୋଇ ସିକ୍ୟୁରିଟିଜ୍‌ ବଜାରକୁ ପ୍ରଭାବିତ କରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କ ମତରେ ଏହି ଯୋଜନା ବଦଳରେ ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ପଞ୍ଜୀକରଣ ନିୟମକୁ ଆହୁରି ନରମ କରିବା ସହ ସରକାରୀ ବଣ୍ଡରେ ନିବେଶର ସୀମା ବଢ଼ାଇବାକୁ ହେବ। ଆର୍‌ବିଆଇର ୩ ଜଣ ପୂର୍ବତନ ଅଧିକାରୀ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ବିରୋଧ କରିଛନ୍ତି। ସେମାନଙ୍କ ମତରେ ଏହି ଯୋଜନାକୁ କ୍ରିୟାନ୍ବୟନ କରିବା ଲାଗି ଏବେ ସମୟ ଆସିନାହିଁ। କାରଣ ଭାରତ ବଡ଼ ବଜେଟ ନିଅଣ୍ଟ ସମସ୍ୟାର ସମ୍ମୁଖୀନ ହେଉଛି। ରାଜନଙ୍କ କହିବାନୁଯାୟୀ ଛୋଟ ପରିମାଣର ବଣ୍ଡ ଜାରି କରାଗଲେ, ସେଭଳି ବିଶେଷ ଫରକ ପଡିବ ନାହିଁ। କିନ୍ତୁ ନିୟମ ଥରେ ଲାଗୁ ହେବା ପରେ ଅଧିକ ବଣ୍ଡ ଜାରି କରିବାର ଲୋଭ ବଢ଼ିଯିବ। ଏହା ହିଁ ବିପଦର କାରଣ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri